ଅତିରିକ୍ତ ଦାୟିତ୍ୱରେ ଯନ୍ତ୍ରୀ, କାର୍ଯ୍ୟ ବାଧାପ୍ରାପ୍ତ

ଭଞ୍ଜନଗର,୧୮।୧୦(ଡି.ଏନ.ଏ) ବାବୁଲା ପ୍ରଧାନ: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ (ଆର୍‌ଡବ୍ଳୁଏସ୍‌ଏସ୍‌)ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ୧୧ ବ୍ଲକ ଏବଂ ୨ଟି ଏନ୍‌ଏସିକୁ ପାଇପ ଯୋଗେ ଜଳ ଯୋଗାଇବା ପାଇଁ ୧୮୦୭କୋଟି ୪ଲକ୍ଷ ୩୦ହଜାର ୩୦୬ ଟଙ୍କା ୧୦ପଇସାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ। ନୟାଗଡ଼ ଜିଲା ଗଣିଆ ନିକଟସ୍ଥ ମହାନଦୀରୁ ପାଣି ଆସି ଯୋଗାଣ କରାଯିବ। ଉକ୍ତ ପ୍ରକଳ୍ପକୁ ରାଜ୍ୟ ସରକାର ମେ ୧୧ରେ ଅନୁମୋଦନ କରିଛନ୍ତି। ଏହାପରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ଡକାଯାଇନାହିଁ । ଟେଣ୍ଡର ବିଳମ୍ବ ଯୋଗୁ ୨୦୨୪ ସୁଦ୍ଧା ସମସ୍ତ ଘରକୁ ଜଳ ଯୋଗାଣ ନେଇ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହେଲାଭଳି ମନେ ହେଉନାହିଁ। ଅନ୍ୟପକ୍ଷରେ ଏତେ ବଡ଼ ପ୍ରକଳ୍ପକୁ ତଦାରଖ କରିବା ପାଇଁ ଯନ୍ତ୍ରୀ, କର୍ମଚାରୀଙ୍କର ଅଭାବ ଦେଖାଦେଇଛି।
ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀ ୫ମାସ ହେବ ନୟାଗଡ଼ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ତେଣୁ ସେ ଭଞ୍ଜନଗର ଅପେକ୍ଷା ନୟାଗଡ଼ରେ ଅଧିକ ସମୟ ରହୁଥିବାରୁ ମେଗା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତରେ ବାଧା ଉପୁଜୁଛି। ସେହିଭଳି ଭଞ୍ଜନଗର ସହକାରୀ ନିର୍ବାହୀଯନ୍ତ୍ରୀ ପଦବୀ ମଧ୍ୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଖାଲିପଡ଼ିଛି । ୫ମାସ ପୂର୍ବେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଏଠାକୁ ବଦଳି ହୋଇଆସିଥିଲେ। ଏହାପରେ ସେ ପୁଣି ଡ଼େପୁଟେଶନରେ ନୟାଗଡ଼ ଯାଇଛନ୍ତି। ଯନ୍ତ୍ରୀ ଉଭୟ ଦାୟିତ୍ୱରେ ରହିବାରୁ କାର୍ଯ୍ୟରେ ବାଧା ଉପୁଜୁଛି। ଭଞ୍ଜନଗର ବ୍ଲକ ସହକାରୀ ଯନ୍ତ୍ରୀ ନୀହାର ରଞ୍ଜନ ସ୍ବାଇଁ ସହକାରୀ ନିର୍ବାହୀଯନ୍ତ୍ରୀ ଭାରପ୍ରାପ୍ତ ଦାୟିତ୍ୱରେ ଅଛନ୍ତି। ଏଥିସହ ସେ ଜଗନ୍ନାଥପ୍ରସାଦ ବ୍ଲକ ଦାୟିତ୍ୱରେ ମଧ୍ୟ ଅଛନ୍ତି । ସ୍ବାଇଁ ଏତେ ଦାୟିତ୍ୱରେ ରହିବା ପରେ ସେ ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା, ଜଗନ୍ନାଥପ୍ରସାଦ ବ୍ଲକ କଥା ବୁଝୁଥିବାରୁ କାର୍ଯ୍ୟ ଚାପ ବଢ଼ୁଛି। ବରିଷ୍ଠ ଅଧିକାରୀମାନେ ଅଧିକାଂଶ ସମୟ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ହେଡ଼କ୍ୱାର୍ଟରରେ ଅନୁପସ୍ଥିତ ରହୁଛନ୍ତି। ଏହି ସମୟରେ କୌଣସି ବ୍ୟକ୍ତି ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ପାଇଁ ଆସିଲେ ଅଧୀକ୍ଷଣଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ନପାରି ନିରାଶରେ ଫେରୁଛନ୍ତି। ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନେକ ପଦବୀ ଖାଲି ପଡ଼ିଛି ।
ଜଳ ଜୀବନ ମିଶନ (ଜେଜେଏମ୍‌)ରେ ଉକ୍ତ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ବୁଗୁଡ଼ା, ପୋଲସରା, ଆସିକା, ବେଗୁନିଆପଡ଼ା, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ସୋରଡ଼ା ଓ ଧରାକୋଟ ବ୍ଲକବାସୀ ଉପକୃତ ହେବ। ବର୍ତ୍ତମାନ ଉକ୍ତ ବ୍ଲକଗୁଡ଼ିକରେ ୪୦ ପ୍ରତିଶତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବଳକା ୬୦ ପ୍ରତିଶତ ଘରକୁ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଣି ଯୋଗାଣ ହେବ। ୧୧ ବ୍ଲକର ୭୦୩ ଗ୍ରାମରେ ୩ଲକ୍ଷ ୨୮ ହଜାର ୫୭୨ ଘର ଅଛି । ସେଥିମଧ୍ୟରୁ ବର୍ତ୍ତମାନ ୧ଲକ୍ଷ ୬୦ ହଜାର ୫୨୯ ଘରକୁ ପାଣି ଯୋଗାଣ ହେଉଛି । ପ୍ରକଳ୍ପ ସରିବା ବେଳକୁ ଘର ସଂଖ୍ୟା ବୃଦ୍ଧି ପାଇଯାଇଥିବ। ପ୍ରକଳ୍ପ ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ୧୦ କୋଟି ୭୬ଲକ୍ଷ ୫୮ ହଜାର ଟଙ୍କା ଯେଉଁ ଅଞ୍ଚଳକୁ ବିଦ୍ୟୁତ୍‌ ସେବା ନାହିଁ ସେଠାକୁ ସୋଲାର ମାଧ୍ୟମରେ ଜଳ ଯୋଗାଣ ବାବଦକୁ ଖର୍ଚ୍ଚ ହେବ। ଜମି ଅଧିଗ୍ରହଣ ପାଇଁ ୨୫ କୋଟି, ପମ୍ପ ହାଉସ, କର୍ମଚାରୀଙ୍କ ରହଣି ବାବଦକୁ ୨୯୭ କୋଟି ୪୯ଲକ୍ଷ ୬୦ ହଜାର ୫୮ଟଙ୍କା, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ ବାବଦକୁ ୧୧୪ କୋଟି ୧୮ଲକ୍ଷ ୬୨ ହଜାର ୩୪୮ଟଙ୍କା, ପାଇପ ବିଛା ବାବଦକୁ ୮୫୩ କୋଟି ୮୮ଲକ୍ଷ ୫୬ ହଜାର ୧୮୧ଟଙ୍କା, ଇଏସ୍‌ଆର ବାବଦକୁ ୧୨୨ କୋଟି ୩ଲକ୍ଷ ୭୯ ହଜାର ୫୫୦ଟଙ୍କା, ବିଦ୍ୟୁତ୍‌ ପାଇଁ ୩ କୋଟି ୬୪ଲକ୍ଷ ୫୫ ହଜାର ୮୮୪ ଟଙ୍କା, ଘରକୁ ପାଇପ ସଂଯୋଗ ପାଇଁ ୩୧ କୋଟି ୩୦ଲକ୍ଷ ୬୦ ହଜାର ୮ଶହ ଟଙ୍କା ଖର୍ଚ୍ଚ କରାଯିବା ଯୋଜନା ଅଛି । ଏଥିସହ ଅନ୍ୟାନ୍ୟ ବାବଦକୁ ବଳକା ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ବିଳମ୍ବ ନେଇ ଅଧୀକ୍ଷଣ ଯନ୍ତ୍ରୀ ଏସ୍‌.କେ. କରଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌ (ନଂ ୮୨୮୦୪୦୮୦୪୨)ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଉଠାଉ ନ ଥିବାରୁ ସମ୍ଭବ ହୋଇପାରିନାହିଁ । ଭାରପ୍ରାପ୍ତ ସହକାରୀ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ କହିଛନ୍ତି, ମେଗା ପ୍ରକଳ୍ପର ଟେଣ୍ଡର ହେବାପରେ କାମ ଆରମ୍ଭ ହେବ। ବର୍ତ୍ତମାନ ପ୍ରତି ବ୍ଲକରେ ବିଶୁଦ୍ଧ ପାଣି ଗଚ୍ଛିତ ରଖିବା ପାଇଁ ଭଞ୍ଜନଗର ବ୍ଲକର କୁଲାଡ଼, ଜଗନ୍ନାଥପ୍ରସାଦର ଗାୟଗଣ୍ଡା, ବେଲଗୁଣ୍ଠା ବ୍ଲକର ମଙ୍ଗଳପୁର ନିକଟରେ ଜମି ଚିହ୍ନଟ ହୋଇଛି। ଅନ୍ୟ ବ୍ଲକରେ ମଧ୍ୟ ଜମି ଚିହ୍ନଟ ସରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri