ଅନ୍‌ଲାଇନ୍‌ ଠକେଇରୁ ସୁରକ୍ଷା ଦେବ ‘ପ୍ରୋଜେକ୍ଟ ସୁରକ୍ଷିତ’

ଭୁବନେଶ୍ୱର, ୮।୨(ବ୍ୟୁରୋ): ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଭାବେ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ Google.org ସହାୟତାରେ ହେଲ୍ପ ଏଜ୍‌ ଇଣ୍ଡିଆ ଏହାର ଦେଶବ୍ୟାପୀ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ସୁରକ୍ଷିତ’ ଆରମ୍ଭ କରିଛି। ଏହା ଅନ୍ତର୍ଗତ ୫୦ହଜାର ବୟସ୍କଙ୍କୁ ତାଲିମ ପ୍ରଦାନ କରାଯିବ। ଏହାଦ୍ୱାରା ସେମାନେ ଅନଲାଇନ୍‌ ଠକେଇରୁ ନିଜକୁ ରକ୍ଷା କରିପାରିବେ। ମଙ୍ଗଳବାର ‘ସୁରକ୍ଷିତ ଇଣ୍ଟରନେଟ୍‌ ଦିବସ’ ପାଳନ କରି ହେଲ୍ପଏଜ୍‌ ଇଣ୍ଡିଆ ୧୬ଟି ରାଜ୍ୟରେ ଡିଜିଟାଲ ସୁରକ୍ଷା କର୍ମଶାଳା ଆରମ୍ଭ କରିଛି। ଏଥିରେ ଏକସଙ୍ଗରେ ୧୦ରୁ ଅଧିକ ବରିଷ୍ଠ ନାଗରିକଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି କ୍ରମରେ ନୟାପଲ୍ଲୀ ବ୍ରିଟ୍‌ କଲୋନୀରେ ଅନୁଷ୍ଠାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କଲୋନୀରେ ବାସ କରୁଥିବା ୩୦ରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇ ଡିଜିଟାଲ ନିରାପତ୍ତା ଉପରେ ତାଲିମ ନେଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଇଣ୍ଟରନେଟ୍‌ ବ୍ୟବହାର କରିବା ଏବଂ ଅନଲାଇନ୍‌ ଡିଜିଟାଲ ସୁବିଧାର ଲାଭ ପାଇବା ପାଇଁ ତାଲିମ ଦିଆଯାଇଥିଲା। କର୍ମଶାଳାରେ ୭ଟି ମଡ୍ୟୁଲକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଅନ୍ତର୍ଗତ ବିଭିନ୍ନ ଅନ୍‌ଲାଇନ୍‌ ସୁରକ୍ଷା ବିଷୟ ଯଥା ଏକ ଦୃଢ଼ ପାସ୍‌ୱାର୍ଡ ସୃଷ୍ଟି କରିବା, ଅନଲାଇନ୍‌ ବ୍ୟାଙ୍କିଙ୍ଗ୍‌ ସମୟରେ ସୁରକ୍ଷିତ ରହିବା, ଅନଲାଇନରେ ସୁରକ୍ଷିତ ଭାବେ ୟୁଟିଲିଟି ବିଲ୍‌ ପୈଠ କରିବା, ଡିଭାଇସ୍‌କୁ ସୁରକ୍ଷିତ ରଖିବା, ଅନଲାଇନ୍‌ ସ୍କାମ୍‌ ଚିହ୍ନଟ କରିବା, ହ୍‌ାଟ୍ସଆପ୍‌ରେ ସୁରକ୍ଷିତ ରହିବା ଏବଂ ସୁରକ୍ଷିତ ଭାବେ ଏକ କ୍ୟାବ୍‌ ବୁକିଂ କରିବା ଆଦି ବିଷୟରେ ମାର୍ଗଦର୍ଶନ କରାଯାଇଛି। ଏନେଇ ଅନୁଷ୍ଠାନର ରାଜ୍ୟ ଶାଖା ମୁଖ୍ୟ ଭାରତୀ ଚକ୍ର କହିଛନ୍ତି, ‘ପ୍ରୋଜେକ୍ଟ ସୁରକ୍ଷିତ’ ଜରିଆରେ ହେଲ୍ପଏଜ୍‌ ଇଣ୍ଡିଆ ବୟସ୍କଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏଥିସହ ଡିଜିଟାଲ ବିଭାଜନକୁ ଦୂର କରିବାକୁ ଆଶା ରଖିଛି। ସେହିପରି Google.orgର ଆଡଭୋକେସି ଏବଂ ଏସିଆ ପ୍ୟାସିଫିକ ମୁଖ୍ୟ ଆନି ଲେୱିନ କହିଛନ୍ତି, ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ ଅଂଶଗ୍ରହଣ ଏବଂ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି କରିବା, ଅନଲାଇନରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଡିଜିଟାଲ ସୁରକ୍ଷା କର୍ମଶାଳା ଏହି ପ୍ରୋଜେକ୍ଟର ପ୍ରଥମ ପଦକ୍ଷେପ। କାର୍ଯ୍ୟକ୍ରମକୁ ହେଲ୍ପଏଜ ଇଣ୍ଡିଆର ଦେବଶ୍ରୀ ବ୍ରହ୍ମା ପରିଚାଳନା କରିଥିଲେ। ନୟାପଲ୍ଲୀ ବ୍ରିଟ କଲୋନୀର ସଭାପତି ଇଂ. ଅନାଦି ସାହୁ ଓ ସାଧାରଣ ସମ୍ପାଦକ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri