‘ପ୍ରଗତି’ ଆଜି ଘରେ ଘରେ: ପ୍ରଦୋଷ କୁମାର ରାଉତ

ଏକ ଛୋଟ କୁକୁଡ଼ା ଫାର୍ମରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ ରାଜ୍ୟର ଏକ ପ୍ରମୁଖ ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ ଉଦ୍ୟୋଗ ‘ପ୍ରଗତି ମିଲ୍କ ପ୍ରଡକ୍ଟସ୍‌’ର ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ରହିଛନ୍ତି । ଏହି କମ୍ପାନୀର ବିଭିନ୍ନ ଡେଏରି ପ୍ରଡକ୍ଟ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ। ଏବେ ଏହି କମ୍ପାନୀ ଅଧିକରୁ ଅଧିକ ଚାଷୀଙ୍କ ସହ ଯୋଡ଼ିହେବାକୁ ଲକ୍ଷ୍ୟ ରଖିଛି। ଏଭଳି ଏକ ସୁସଙ୍ଗଠିତ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ପ୍ରଦୋଷ କୁମାର ରାଉତଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ବ୍ୟବସାୟିକ ଜୀବନ ଓ ଯାତ୍ରା କିଭଳି ରହିଛି?
କଟକ ଜିଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ରେ ମୋର ଜନ୍ମ। ଗଁା ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭକରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିଛି। ଶିକ୍ଷା ଶେଷ ପରେ ବଡ଼ଭାଇ ‘ପଶୁପତି’ ମୁଖ୍ୟ ପ୍ରକାଶ କୁମାର ରାଉତଙ୍କ ଇଚ୍ଛା ଏବଂ ନିର୍ଦ୍ଦେଶକ୍ରମେ ଏକ ଛୋଟ କୁକୁଡ଼ା ଫାର୍ମରୁ ମୋର ବ୍ୟବସାୟ ଆରମ୍ଭ କରିଥିଲି। ଧୀରେ ଧୀରେ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ସର୍ବବୃହତ୍‌ ରଘୁନାଥ ବ୍ରଏଲର ନାମରେ ପରିଚିତ ହୋଇଥିଲା। ସେହି ସମୟରେ ପଶୁପତି ଫିଡ୍‌ସ ଗ୍ରୁପ୍‌ ପଶୁଖାଦ୍ୟ ପ୍ରସ୍ତୁତି କରିବାରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ। ସେଥିମଧ୍ୟରୁ ଗୋଖାଦ୍ୟ ପ୍ରମୁଖ ଉତ୍ପାଦ ଥିଲା। ଏହି ଗ୍ରୁପ୍‌ର ଗୋ ଉତ୍ପାଦ ବିଶେଷଜ୍ଞ କ୍ୟାପ୍‌ଟେନ୍‌ ନିର୍ମଳ କୁମାର ରାଉତ ଏହାର ପ୍ରତିଷ୍ଠାତା ଥିଲେ। କ୍ୟାପ୍‌ଟେନ୍‌ ଏବଂ ବଡ଼ ଭାଇ ପ୍ରକାଶଙ୍କ ପ୍ରୋତ୍ସାହନରେ ଦୈନିକ ୫୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଛୋଟ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା କଲି। ସେତେବେଳ ସୁଦ୍ଧା ଓଡ଼ିଶାରେ କୌଣସି ଦୁଗ୍ଧ ପ୍ରକ୍ରିୟାକରଣର ଘରୋଇ ଉଦ୍ୟୋଗ ଆରମ୍ଭ ହୋଇ ନ ଥିଲା। ଫଳରେ ଏହି କାରଖାନାଟି ରାଜ୍ୟର ପ୍ରଥମ ଘରୋଇ ଡେଏରି ଉଦ୍ୟୋଗ ଭାବେ ପରିଚିତ ହୋଇଥିଲା।
ବ୍ୟବସାୟରେ କିଭଳି ଚ୍ୟାଲେଞ୍ଜକୁ ସମ୍ମୁଖୀନ କରୁଛନ୍ତି?
ଡେଏରି ଉଦ୍ୟୋଗ ପରିଚାଳନାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ବ୍ୟବସାୟ ଜୀବନରେ ମୋତେ ସେସବୁକୁ ଅତିକ୍ରମ କରିବାକୁ ପଡ଼ିଥାଏ। ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶରେ ସିଧାସଳଖ ଚାଷୀମାନଙ୍କ ନିକଟରୁ ପ୍ରତିଦିନ ଉତ୍ତମ ଗୁଣବତ୍ତାର ଦୁଗ୍ଧ ସଂଗ୍ରହ କରିବା ଏବଂ ପ୍ରକ୍ରିୟାକରଣ ପରେ ଘରେ ଘରେ ନେଇ ପହଞ୍ଚାଇବା ପାଇଁ ଏକ ମୁଖ୍ୟ ଚ୍ୟାଲେଞ୍ଜ ଥିଲା। ଅକ୍ଲାନ୍ତ ପରିଶ୍ରମ, ନିରବଚ୍ଛିନ୍ନ ଉଦ୍ୟମ ଏବଂ ଦୂରଦୃଷ୍ଟି ଫଳରେ ଯାହା ଦିନେ ଅସମ୍ଭବ ମନେହେଉଥିଲା, ତାହା ଆଜି ସଫଳ ଦୁଗ୍ଧଶିଳ୍ପ ବ୍ୟବସାୟରେ ରୂପାନ୍ତରିତ ହୋଇପାରିଛି। ବର୍ତ୍ତମାନ ସମୟରେ ‘ପ୍ରଗତି’ ନିକଟରେ ଦୈନିକ ୬ଲକ୍ଷ ଲିଟର ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ୩ଟି କାରଖାନା, ୧୨ଟି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏବଂ ସ୍ବତନ୍ତ୍ର ଦୁଗ୍ଧ ପରିବହନ ଗାଡ଼ି ରହିଛି। ଫଳରେ ବିଶୋଧିତ ଦୁଗ୍ଧ ବାହାରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଦୁଗ୍ଧଜାତ ଦ୍ରବ୍ୟ ତଥା ଘିଅ, ପନିର, ଦହି, ଲସି, ବଟର ମିଲ୍କ ପ୍ରଭୃତି ପ୍ରସ୍ତୁତ ହେଉଛି। ଏହାକୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ପ୍ରଗତି କମ୍ପାନୀ ବିଭିନ୍ନ ସ୍ଥାନରେ ନିଜସ୍ବ ଆଉଟ୍‌ଲେଟ୍‌ ଖୋଲିବା ଆରମ୍ଭ କରିଛି।
ଚାଷୀଙ୍କ ପାଇଁ କମ୍ପାନୀର କ’ଣ ସବୁ କାର୍ଯ୍ୟ ରହିଛି?
ଦୁଗ୍ଧଚାଷୀଙ୍କ ଉନ୍ନତି ପାଇଁ ‘ପ୍ରଗତି’ କମ୍ପାନୀ ଅନେକ ଅପହଞ୍ଚ ସ୍ଥାନରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି। ଗୋପାଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମିତ ଗୋଚିକିତ୍ସା ପାଇଁ ଡାକ୍ତର/ଔଷଧ, ଭ୍ରାମ୍ୟମାଣ ଗାଡ଼ି, ଗୋଖାଦ୍ୟ ଯୋଗାଣ ଏବଂ ସମୟ ସମୟରେ ଗୋପାଳନ ତାଲିମ ମଧ୍ୟ ଦିଆଯାଉଛି।
ଚାଷୀଙ୍କୁ କିଭଳି ସୁବିଧା ପ୍ରଦାନ କରାଯାଉଛି?
ବର୍ତ୍ତମାନ ସୁଦ୍ଧା ପ୍ରଗତି କମ୍ପାନୀ ଦୈନିକ ପ୍ରାୟ ୩ଲକ୍ଷ ଲିଟରରୁ ଅଧିକ କ୍ଷୀର ସଂଗ୍ରହ କରି ଆସୁଛି। ଏହା ପଛରେ ସ୍ବୟଂଚାଳିତ ଦୁଗ୍ଧ ସଂଗ୍ରହ ମେଶନର ବ୍ୟବହାର ବହୁଳ ଉପଯୋଗୀ ହୋଇପାରିଛି। ଚାଷୀମାନଙ୍କୁ ଦୁଗ୍ଧ ମୂଲ୍ୟ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଜରିଆରେ ପୈଠ କରାଯାଉଥିବାରୁ ଦୁଗ୍ଧ ପରିମାଣ ବଢ଼ାଇବାରେ ଅଧିକ ସହାୟକ ହୋଇଛି।
କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
କମ୍ପାନୀ ବର୍ତ୍ତମାନ ବ୍ୟବସାୟକୁ ଗୁରୁତ୍ୱ ଦେଉଛି। ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରୀ ପରିସୀମାକୁ ବଢ଼ାଇ ପ୍ରାୟ ୨,୫୦,୦୦୦ ଦୁଗ୍ଧଚାଷୀ ପରିବାରକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଦୈନିକ ହାରାହାରି ୧୦ଲକ୍ଷ ଲିଟର ଦୁଗ୍ଧ ବ୍ୟବସାୟ କରିବାକୁ ଆମର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri