‘ପ୍ରଗତି’ ଆଜି ଘରେ ଘରେ: ପ୍ରଦୋଷ କୁମାର ରାଉତ

ଏକ ଛୋଟ କୁକୁଡ଼ା ଫାର୍ମରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ ରାଜ୍ୟର ଏକ ପ୍ରମୁଖ ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ ଉଦ୍ୟୋଗ ‘ପ୍ରଗତି ମିଲ୍କ ପ୍ରଡକ୍ଟସ୍‌’ର ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ରହିଛନ୍ତି । ଏହି କମ୍ପାନୀର ବିଭିନ୍ନ ଡେଏରି ପ୍ରଡକ୍ଟ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ। ଏବେ ଏହି କମ୍ପାନୀ ଅଧିକରୁ ଅଧିକ ଚାଷୀଙ୍କ ସହ ଯୋଡ଼ିହେବାକୁ ଲକ୍ଷ୍ୟ ରଖିଛି। ଏଭଳି ଏକ ସୁସଙ୍ଗଠିତ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ପ୍ରଦୋଷ କୁମାର ରାଉତଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ବ୍ୟବସାୟିକ ଜୀବନ ଓ ଯାତ୍ରା କିଭଳି ରହିଛି?
କଟକ ଜିଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ରେ ମୋର ଜନ୍ମ। ଗଁା ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭକରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଶେଷ କରିଛି। ଶିକ୍ଷା ଶେଷ ପରେ ବଡ଼ଭାଇ ‘ପଶୁପତି’ ମୁଖ୍ୟ ପ୍ରକାଶ କୁମାର ରାଉତଙ୍କ ଇଚ୍ଛା ଏବଂ ନିର୍ଦ୍ଦେଶକ୍ରମେ ଏକ ଛୋଟ କୁକୁଡ଼ା ଫାର୍ମରୁ ମୋର ବ୍ୟବସାୟ ଆରମ୍ଭ କରିଥିଲି। ଧୀରେ ଧୀରେ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ସର୍ବବୃହତ୍‌ ରଘୁନାଥ ବ୍ରଏଲର ନାମରେ ପରିଚିତ ହୋଇଥିଲା। ସେହି ସମୟରେ ପଶୁପତି ଫିଡ୍‌ସ ଗ୍ରୁପ୍‌ ପଶୁଖାଦ୍ୟ ପ୍ରସ୍ତୁତି କରିବାରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ। ସେଥିମଧ୍ୟରୁ ଗୋଖାଦ୍ୟ ପ୍ରମୁଖ ଉତ୍ପାଦ ଥିଲା। ଏହି ଗ୍ରୁପ୍‌ର ଗୋ ଉତ୍ପାଦ ବିଶେଷଜ୍ଞ କ୍ୟାପ୍‌ଟେନ୍‌ ନିର୍ମଳ କୁମାର ରାଉତ ଏହାର ପ୍ରତିଷ୍ଠାତା ଥିଲେ। କ୍ୟାପ୍‌ଟେନ୍‌ ଏବଂ ବଡ଼ ଭାଇ ପ୍ରକାଶଙ୍କ ପ୍ରୋତ୍ସାହନରେ ଦୈନିକ ୫୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଛୋଟ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା କଲି। ସେତେବେଳ ସୁଦ୍ଧା ଓଡ଼ିଶାରେ କୌଣସି ଦୁଗ୍ଧ ପ୍ରକ୍ରିୟାକରଣର ଘରୋଇ ଉଦ୍ୟୋଗ ଆରମ୍ଭ ହୋଇ ନ ଥିଲା। ଫଳରେ ଏହି କାରଖାନାଟି ରାଜ୍ୟର ପ୍ରଥମ ଘରୋଇ ଡେଏରି ଉଦ୍ୟୋଗ ଭାବେ ପରିଚିତ ହୋଇଥିଲା।
ବ୍ୟବସାୟରେ କିଭଳି ଚ୍ୟାଲେଞ୍ଜକୁ ସମ୍ମୁଖୀନ କରୁଛନ୍ତି?
ଡେଏରି ଉଦ୍ୟୋଗ ପରିଚାଳନାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ବ୍ୟବସାୟ ଜୀବନରେ ମୋତେ ସେସବୁକୁ ଅତିକ୍ରମ କରିବାକୁ ପଡ଼ିଥାଏ। ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶରେ ସିଧାସଳଖ ଚାଷୀମାନଙ୍କ ନିକଟରୁ ପ୍ରତିଦିନ ଉତ୍ତମ ଗୁଣବତ୍ତାର ଦୁଗ୍ଧ ସଂଗ୍ରହ କରିବା ଏବଂ ପ୍ରକ୍ରିୟାକରଣ ପରେ ଘରେ ଘରେ ନେଇ ପହଞ୍ଚାଇବା ପାଇଁ ଏକ ମୁଖ୍ୟ ଚ୍ୟାଲେଞ୍ଜ ଥିଲା। ଅକ୍ଲାନ୍ତ ପରିଶ୍ରମ, ନିରବଚ୍ଛିନ୍ନ ଉଦ୍ୟମ ଏବଂ ଦୂରଦୃଷ୍ଟି ଫଳରେ ଯାହା ଦିନେ ଅସମ୍ଭବ ମନେହେଉଥିଲା, ତାହା ଆଜି ସଫଳ ଦୁଗ୍ଧଶିଳ୍ପ ବ୍ୟବସାୟରେ ରୂପାନ୍ତରିତ ହୋଇପାରିଛି। ବର୍ତ୍ତମାନ ସମୟରେ ‘ପ୍ରଗତି’ ନିକଟରେ ଦୈନିକ ୬ଲକ୍ଷ ଲିଟର ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ୩ଟି କାରଖାନା, ୧୨ଟି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏବଂ ସ୍ବତନ୍ତ୍ର ଦୁଗ୍ଧ ପରିବହନ ଗାଡ଼ି ରହିଛି। ଫଳରେ ବିଶୋଧିତ ଦୁଗ୍ଧ ବାହାରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଦୁଗ୍ଧଜାତ ଦ୍ରବ୍ୟ ତଥା ଘିଅ, ପନିର, ଦହି, ଲସି, ବଟର ମିଲ୍କ ପ୍ରଭୃତି ପ୍ରସ୍ତୁତ ହେଉଛି। ଏହାକୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ପ୍ରଗତି କମ୍ପାନୀ ବିଭିନ୍ନ ସ୍ଥାନରେ ନିଜସ୍ବ ଆଉଟ୍‌ଲେଟ୍‌ ଖୋଲିବା ଆରମ୍ଭ କରିଛି।
ଚାଷୀଙ୍କ ପାଇଁ କମ୍ପାନୀର କ’ଣ ସବୁ କାର୍ଯ୍ୟ ରହିଛି?
ଦୁଗ୍ଧଚାଷୀଙ୍କ ଉନ୍ନତି ପାଇଁ ‘ପ୍ରଗତି’ କମ୍ପାନୀ ଅନେକ ଅପହଞ୍ଚ ସ୍ଥାନରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି। ଗୋପାଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମିତ ଗୋଚିକିତ୍ସା ପାଇଁ ଡାକ୍ତର/ଔଷଧ, ଭ୍ରାମ୍ୟମାଣ ଗାଡ଼ି, ଗୋଖାଦ୍ୟ ଯୋଗାଣ ଏବଂ ସମୟ ସମୟରେ ଗୋପାଳନ ତାଲିମ ମଧ୍ୟ ଦିଆଯାଉଛି।
ଚାଷୀଙ୍କୁ କିଭଳି ସୁବିଧା ପ୍ରଦାନ କରାଯାଉଛି?
ବର୍ତ୍ତମାନ ସୁଦ୍ଧା ପ୍ରଗତି କମ୍ପାନୀ ଦୈନିକ ପ୍ରାୟ ୩ଲକ୍ଷ ଲିଟରରୁ ଅଧିକ କ୍ଷୀର ସଂଗ୍ରହ କରି ଆସୁଛି। ଏହା ପଛରେ ସ୍ବୟଂଚାଳିତ ଦୁଗ୍ଧ ସଂଗ୍ରହ ମେଶନର ବ୍ୟବହାର ବହୁଳ ଉପଯୋଗୀ ହୋଇପାରିଛି। ଚାଷୀମାନଙ୍କୁ ଦୁଗ୍ଧ ମୂଲ୍ୟ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଜରିଆରେ ପୈଠ କରାଯାଉଥିବାରୁ ଦୁଗ୍ଧ ପରିମାଣ ବଢ଼ାଇବାରେ ଅଧିକ ସହାୟକ ହୋଇଛି।
କମ୍ପାନୀର ଆଗାମୀ ଯୋଜନା କ’ଣ ରହିଛି?
କମ୍ପାନୀ ବର୍ତ୍ତମାନ ବ୍ୟବସାୟକୁ ଗୁରୁତ୍ୱ ଦେଉଛି। ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରୀ ପରିସୀମାକୁ ବଢ଼ାଇ ପ୍ରାୟ ୨,୫୦,୦୦୦ ଦୁଗ୍ଧଚାଷୀ ପରିବାରକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଦୈନିକ ହାରାହାରି ୧୦ଲକ୍ଷ ଲିଟର ଦୁଗ୍ଧ ବ୍ୟବସାୟ କରିବାକୁ ଆମର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri