ମହାକାଶରେ ପ୍ରଗତି

୫୦ ବର୍ଷ ପୂର୍ବେ ଶେଷ ମହାକାଶଚାରୀମାନେ ଚନ୍ଦ୍ରରେ ଅବତରଣ କରିଥିଲେ। ସେହି ଆମେରିକୀୟମାନଙ୍କ ସାଙ୍ଗିଆ ହେଲା କର୍ନାନ, ଇଭାନ୍ସ ଏବଂ ସ୍ମିଟ୍‌। ଆମ ପାଇଁ ଏମାନେ ଆର୍ମଷ୍ଟ୍ରଙ୍ଗ୍‌ ନାମ ପରି ଏତେ ପରିଚିତ ନୁହନ୍ତି। କାରଣ ୧୯୬୯ରେ ପ୍ରଥମେ ଚନ୍ଦ୍ରରେ ଅବତରଣ ପରେ ସ୍ପେସ୍‌ ରେସ୍‌ ଶେଷ ହୋଇଗଲା ବୋଲି ଧରି ନିଆଯାଇଥିଲା। ସ୍ପେସ୍‌ ପ୍ରୋଗ୍ରାମ ବା ମହାକାଶ କାର୍ଯ୍ୟକ୍ରମ ଅତ୍ୟନ୍ତ ବ୍ୟୟବହୁଳ ଓ ଏଥିପ୍ରତି ଜନସାଧାରଣଙ୍କ ଆଗ୍ରହ କମିବାରୁ ୧୯୬୯ ପରେ ଆମେରିକା ଏବଂ ରୁଷିଆର କାର୍ଯ୍ୟକ୍ରମଗୁଡ଼ିକର ତୀବ୍ରତା, କ୍ଷମତା ହ୍ରାସ ପାଇଥିଲା। ତେବେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ସଫଳତା ପରେ ମଙ୍ଗଳକୁ ମାନବ ପଠାଇବା ଲାଗି ଯୋଜନା କରାଯାଇଥିଲା। କିନ୍ତୁ ତାହା କେବେ ବି କାର୍ଯ୍ୟକାରୀ କରାଯାଇ ନ ଥିଲା। ଏହି ଯୋଜନା ପ୍ରସ୍ତୁତ କରିଥିଲେ ନାଜି ରକେଟ ବୈଜ୍ଞାନିକ ଭୋନ୍‌ ବ୍ରାଉନ। ଆମେରିକୀୟମାନଙ୍କ ଦ୍ୱାରା ସେ ଧରାପଡ଼ିଥିଲେ ଓ ତାଙ୍କୁ ଆମେରିକା ଅଣାଯାଇଥିଲା। ପରେ ବ୍ରାଉନ୍‌ଙ୍କ ଦ୍ୱାରା ଚନ୍ଦ୍ରକୁ ଯିବା ପାଇଁ ଆପୋଲୋ ମିଶନ ଶେଷ ହୋଇଥିଲା। ଆମେରିକୀୟମାନଙ୍କୁ ଚନ୍ଦ୍ରକୁ ନେଇଯାଇଥିବା ବିଶାଳ ରକେଟ ଷ୍ଟାଟର୍ନ-୫କୁ ଭାଙ୍ଗି ଟୁକୁଡ଼ା କରିଦିଆଯାଇଥିଲା। ପରେ କମ୍‌ ଖର୍ଚ୍ଚରେ ନିର୍ମିତ ମଧ୍ୟମ ଆକାରର ସ୍ପେସ୍‌ ସଟଲକୁ ପୁନଃ ବ୍ୟବହାର କରାଯାଇ ମହାକାଶଚାରୀଙ୍କୁ ପୃଥିବୀର ନିମ୍ନ କକ୍ଷପଥକୁ ନିଆଗଲା। ୧୯୮୧ ରୁ୨୦୧୧ ପର୍ଯ୍ୟନ୍ତ ଏହା ୩୦ ବର୍ଷ ପାଇଁ ଚାଲିଲା। ପରେ ଏକ ଦଶନ୍ଧି ଧରି ଆମେରିକା ତା’ ମହାକାଶଚାରୀଙ୍କୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନକୁ ପଠାଇବା କ୍ଷମତା ହରାଇଥିଲା। ତେବେ କୋଭିଡ୍‌ ମହାମାରୀ ସମୟରେ ଘରୋଇ କମ୍ପାନୀ ସ୍ପେସ୍‌ ଏକ୍ସ ଏହି କ୍ଷମତା ହାସଲ କଲା ପର୍ଯ୍ୟନ୍ତ ଆମେରିକା ସେଥିରେ ଆଉ ମନ ବଳାଇ ନ ଥିଲା। ସେପର୍ଯ୍ୟନ୍ତ ଏକ ଦଶନ୍ଧି ଧରି ନାସା ଏବଂ ୟୁରୋପୀୟ ମହାକାଶଚାରୀମାନେ ରୁଷିଆର ରକେଟରେ ମହାକାଶକୁ ଯାଉଥିଲେ। ଏବେ ସ୍ପେସ୍‌ ଏକ୍ସ ଓ ଚାଇନା ଦ୍ୱାରା ପୃଥିବୀର ସବୁଠୁ ସକ୍ରିୟ ମହାକାଶ କାର୍ଯ୍ୟକ୍ରମ ଚାଲିଛି। ୨୦୨୨ରେ ସ୍ପେସ୍‌ ଏକ୍ସ ୬୧ଟି ମହାକାଶ ଯାନ ମହାକାଶକୁ ପଠାଇଥିଲା। ଚାଇନା ମଧ୍ୟ ପାଖାପାଖି ସମାନ ସଂଖ୍ୟକ ଯାନ ପଠାଇଥିଲା। ତୁଳନାମତ୍କ ଭାବେ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମାତ୍ର ୪ଟି ମହାକାଶ ଯାନ ସଫଳତାର ସହ ପଠାଇଥିଲା। ସେଥି ମଧ୍ୟରେ ଥିଲା ୩ଟି ପିଏସ୍‌ଏଲ୍‌ଭିି ଏବଂ ଗୋଟିଏ ଜିଏସ୍‌ଏଲ୍‌ଭି, ଯାହାର ନାମ ବଦଳାଯାଇ ରଖାଯାଇଛି ଏଲ୍‌ଭିଏମ୍‌। ଏହି ସଂଖ୍ୟାକୁ ନେଇ ନିରାଶ ହେବା ଉଚିତ ନୁହେଁ, କାରଣ ଏଥିପାଇଁ ଆମର ବଜେଟ ବହୁତ କମ୍‌।
ଭାରତର ଚନ୍ଦ୍ର ଅଭିଯାନର ଅଦ୍ଭୁତପୂର୍ବ ସଫଳତା ପରେ ପରବର୍ତ୍ତୀ ପଦକ୍ଷେପ ହେଉଛି ମଣିଷକୁ କକ୍ଷପଥରେ ସ୍ଥାପନ କରିବା। ୧୯୮୦ ଦଶକରେ ସୋଭିଏଟ୍‌ ରକେଟ ସାହାଯ୍ୟରେ ଭାରତ ଏହା ହାସଲ କରିଥିଲା। କକ୍ଷପଥରେ ପୃଥିବୀକୁ ପରିକ୍ରମା କରିବାରେ ଏକମାତ୍ର ଭାରତୀୟ ହେଉଛନ୍ତି ମହାକାଶଚାରୀ ରାକେଶ ଶର୍ମା ଏବଂ ଏହା ୪୦ ବର୍ଷ ପୂର୍ବେ ଏପ୍ରିଲ ୧୯୮୪ରେ ସଫଳ ହୋଇଥିଲା। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଭାରତ ଆସନ୍ତା ୨ ବର୍ଷ ମଧ୍ୟରେ ଗଗନାୟନ ମହାକାଶଯାନରେ ଭାରତୀୟଙ୍କୁ କକ୍ଷକୁ ପଠାଇବାକୁ ଆଶାକରୁଛି। ସୁରକ୍ଷିତ ଭାବେ କକ୍ଷପଥକୁ ଏକ ରକେଟ ପଠାଇବାର ସବୁଠାରୁ କଠିନ ଦିଗକୁ ଭାରତ ହାସଲ କରିସାରିଛି। ସମ୍ପ୍ରତି ଆମେ ଦେଖିଛୁ ଭାରତ କକ୍ଷପଥ ବେଗକୁ ମନ୍ଥର ଏବଂ ନିୟନ୍ତ୍ରିଣ କରିବା ପରେ ନିଜର ଶକ୍ତି ବଳରେ ଏକ ମହାକାଶ ଯାନକୁ ଅବତରଣ କରିବା କ୍ଷମତା ହାସଲ କରିିଛି। ଯେତେବେଳେ ମହାକାଶ ଯାନରେ ମଣିଷ ପଠାଇବା କ୍ଷମତା ହାସଲ କରିବୁ, ସେତେବେଳେ ରୁଷିଆ, ଆମେରିକା, ଚାଇନା ଏବଂ ସ୍ପେସ୍‌ ଏକ୍ସ ପରକୁ ଆମେ ପଞ୍ଚମ ରାଷ୍ଟ୍ର ହୋଇଯିବୁ। ସେଠାରେ ପହଞ୍ଚିବା ପରେ ସମ୍ଭବତଃ ଆମେ ଆଉ ଅଧିକ ପାଇଁ ଆଗେଇବୁ। କକ୍ଷପଥକୁ ପ୍ରଥମ ବ୍ୟକ୍ତି ଯିବା, ମହାକାଶରେ ପ୍ରଥମ ବ୍ୟକ୍ତି ଚାଲିବା ଓ ଚନ୍ଦ୍ରରେ ଅବତରଣ ୫୦ ବର୍ଷ ପୂର୍ବେ ଘଟିଥିଲା। କିଛି ଲୋକ ମଧ୍ୟ ସ୍ପେସ୍‌ ଷ୍ଟେଶନରେ କକ୍ଷପଥରେ ୧ ବର୍ଷ ବିତାଇଛନ୍ତି। ପରବର୍ତ୍ତୀ ୨ ଦଶନ୍ଧି ମଧ୍ୟରେ ହାସଲ ହେବାକୁ ଥିବା ଏକମାତ୍ର ‘ପ୍ରଥମ’ କାର୍ଯ୍ୟ ହେଉଛି ମଙ୍ଗଳ ଗ୍ରହରେ ମାନବ ଅବତରଣ। ତେଣୁ ସ୍ପେସ୍‌ ରେସ୍‌ରେ ପ୍ରଥମ ହେବା ମୂଳ ଲକ୍ଷ୍ୟ ନୁହେଁ। ଆମ ଗ୍ରହରୁ ଏକ ମହାକାଶଯାନ ସୌରଜଗତ ଛାଡି ଯେତେବେଳେ ଅନ୍ୟଟିରେ ପ୍ରବେଶ କରେ ସେତେବେଳେ ଏହା ଏକ ରାଷ୍ଟ୍ରର ନୁହେଁ ବରଂ ଏକ ଗ୍ରହର ବାର୍ତ୍ତାବହ ପାଲଟିଯିବ। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌) ଏହାକୁ ସ୍ବୀକୃତି ଦେଇଛି। ଆଇଏସ୍‌ଏସ୍‌ ଆମେରିକା, ଜାପାନ, ରୁଷିଆ, କାନାଡା ଏବଂ ୟୁରୋପୀୟ ୟୁନିୟନର ଏକ ମିଳିତ ପ୍ରୟାସ। ବର୍ତ୍ତମାନ ସେଠାରେ ଥିବା ମହାକାଶଚାରୀ ନାମ ଯଥା ରୁବିଓ, ପ୍ରୋକୋପିଏଭ, ପେଟେଲିନ, ବୋଓ୍ବେନ, ହୋବର୍ଗ, ଆଲନେୟାଡି ଏବଂ ଫେଡିୟାଭ ବିବିଧତାରେ ଏକତାକୁ ପ୍ରତିଫଳିତ କରେ। ଅଗଷ୍ଟ ୨୬ରେ ଅନ୍ୟ ଚାରିଜଣକୁ ଆଇଏସ୍‌ଏସ୍‌କୁ ପଠାଇବା କାର୍ଯ୍ୟକ୍ରମ ରହିଛି ଏବଂ ସେମାନଙ୍କର ନାମ ହେଲା ଫୁରୁକାୱା, ବୋରିସୋଭ, ମୋଗବେଲି ଏବଂ ମୋଗେନସେନ। ଉଲ୍ଲେଖନୀୟ ଯେ, ୟୁକ୍ରେନ୍‌କୁ ନେଇ ସୃଷ୍ଟି ହୋଇଥିବା ଶତ୍ରୁତା ଏବଂ ୟୁଏଇ ଓ ଆମେରିକା ତାକୁ ରୁଷିଆ ବିରୋଧରେ ଅସ୍ତ୍ର ଯୋଗାଉଥିବାବେଳେ ମିଳିତ ମହାକାଶ କାର୍ଯ୍ୟକ୍ରମ ଜାରି ରହିଛି। ଏହା କରିବାର କାରଣ ହେଉଛି, ମହାକାଶରେ ସଫଳତା ଏବଂ ପ୍ରଗତି ଦେଶଠାରୁ କିଛି ଅଧିକ। ଚାଇନା ଆଇଏସ୍‌ଏସ୍‌ ଗୋଷ୍ଠୀର ସଦସ୍ୟ ନୁହେଁ, କିନ୍ତୁ ଏହା ନିଜସ୍ବ ସ୍ପେସ୍‌ ଷ୍ଟେଶନ ନିର୍ମାଣ କରିଛି ଏବଂ ଏହାକୁ ପ୍ରତିବର୍ଷ ବଢାଇଚାଲିଛି।
ମହାକାଶ ବିଜ୍ଞାନ ଆମକୁ ଏକ ଜାତି ଏବଂ ଗ୍ରହ ଭାବରେ ଏକତ୍ର କରିବାକୁ ଚାହେଁ। ପୃଥିବୀ ପରିକ୍ରମା କରିଥିବା ସମସ୍ତ ମହାକାଶଚାରୀଙ୍କୁ ସ୍ଥାୟୀ ଭାବେ ବଦଳାଯାଇଛି। ସେମାନେ ଆମ ଗ୍ରହକୁ ଯେପରି ଦେଖନ୍ତି ତାହା ଆମେ ଅବଶିଷ୍ଟ କରିପାରିବେ ନାହିଁ। ନୀଳ ବାୟୁମଣ୍ଡଳ କେତେ ପତଳା ଓ କେତେ ଅସୁରକ୍ଷିତ ତାହା ସେମାନେ ଦେଖନ୍ତି। ସେମାନେ ଦେଖନ୍ତି କୃତ୍ରିମ ସୀମା ଓ ଜାତି ବିନା ପୃଥିବୀର ଭୌତିକ ରୂପକୁ ଏକ ଏକୀକୃତ ସମୁଦାୟ ଭାବେ। ସେଥିପାଇଁ ମହାକାଶରେ ସମସ୍ତ ପ୍ରଗତିରେ ଆମେ ଉତ୍ସାହିତ ହେବା ଉଚିତ। ଏହା ଆମ ଗ୍ରହ ଏବଂ ଆମ ସମସ୍ତଙ୍କ ସକାଶେ ଏକ ଉତ୍ତମ ଭବିଷ୍ୟତ ପାଇଁ ଆଶାବାଦୀ ହେବାକୁ ଆମକୁ ଉତ୍ସାହିତ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri