ପେସା ଶିକ୍ଷକତା, ନିଶା ପୁସ୍ତକ ରଚନା

ଭୋଗରାଇ,୫ା୯:ଛାତ୍ରଜୀବନରୁ ଆର୍ଥିକ ସଙ୍କଟ ଓ ସଂଘର୍ଷ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ ନେଇଥିବା ନିଆରା ଶିକ୍ଷକ ହେଉଛନ୍ତି ସନ୍ତୋଷ କୁମାର ପାତ୍ର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନସ୍କରପୁର ଗ୍ରାମରେ ତାଙ୍କର ଘର। ତାଙ୍କ ମା’ ଶାରଦା ମଣି ଓ ପିତା ହେଉଛନ୍ତି ଉମାକାନ୍ତ ପାତ୍ର। ଜଣେ ସରଳ ନିଷ୍କପଟ ସାଧାରଣ ମଣିଷ ଭାବେ ସେ ସବୁଠି ସନ୍ତୋଷ ସାର ଭାବେ ପରିଚିତ। ସଭା, ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ , ରୋଗୀସେବା କି ସାଙ୍ଗଠନିକ କାର୍ଯ୍ୟ ହେଉ ତାଙ୍କର ଉପସ୍ଥିତି ଆବଶ୍ୟକତା ଲୋଡ଼ାଯାଇ ଥାଏ। ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ ଭାବେ ଶିକ୍ଷା ପ୍ରେମୀ ମହଲରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଛାତ୍ର ଜୀବନରୁ ଭବିଷ୍ୟତ ସ୍ବପ୍ନ ଦେଖୁଥିବା ଏବଂ ଏହାକୁ ସଫଳ କରିବା ପାଇଁ ଅକ୍ଲାନ୍ତ ସାଧନାରେ ବ୍ରତୀହୋଇ ଏମ୍‌ଏ ଠାରୁ ଏମ୍‌ ଫିଲ୍‌ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ଅର୍ଜନ କରିଛନ୍ତି। ଶିକ୍ଷା ସମାପ୍ତିପରେ ୧୯୭୯ଠାରୁ ୨୦୨୦ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଭୋଗରାଇ ସୀମାନ୍ତ ଭୋଳାନାଥ ବିଦ୍ୟାପୀଠ, ବାଡ଼ସରିସାଠାରେ ଗଣିତ ଶିକ୍ଷକ ଭାବେ ଶିକ୍ଷକତା ବୃତ୍ତି ସେ ଆପଣେଇ ଥିଲେ। ସାହିତ୍ୟ, ଇଂରାଜୀରେ ମଧ୍ୟ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଛି। ଇଂରାଜୀ ବ୍ୟାକରଣକୁ କବିତା ମାଧ୍ୟମରେ ପ୍ରକାଶ କରିବା ତାଙ୍କର ଏକ ଅନବଦ୍ୟ ସୃଷ୍ଟି। ଛାତ୍ର ଜୀବନରୁ କବିତା ରଚନା କରିବା ସହିତ ଅଦ୍ୟାବଧି ୧୦ରୁ ଊଦ୍ଧ୍ୱର୍ର୍ କବିତା ପୁସ୍ତକ, ଉପନ୍ୟାସ, ପ୍ରବନ୍ଧ, ନାଟକ ଓ ଗବେଷଣାତ୍ମକ ପୁସ୍ତକ ରଚୟିତା ଭାବେ ସାରସ୍ବତ ଜଗତକୁ ସେ କରିଛନ୍ତି ରୁଦ୍ଧିମନ୍ତ। ସୀମାନ୍ତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରସାର କରିବା ଦିଗରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ଉଦ୍ୟମରେ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ଛାତ୍ରୀଛାତ୍ର ଆଜି ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ରୁପ୍‌ସା ଓ ସୋହରିଆ ହାଇସ୍କୁଲରେ ନିଷ୍ଠାପର ଭାବେ କାର୍ଯ୍ୟକରି ଅବସର ନେଇଥିଲେ ମଧ୍ୟ ସେ ଥକି ପଡ଼ି ନାହାନ୍ତି। ବିନା ଅର୍ଥରେ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢ଼ାଇବା ସହିତ ସାହିତ୍ୟ ସାଧନା ଜାରି ରଖିଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷାପ୍ରେମୀ ମହଲରେ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି। କେନ୍ଦ୍ର, ରାଜ୍ୟ ଓ ବହୁ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି।

ପ୍ରଦୀପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri