ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଏନ୍‌. ସି. ପଣ୍ଡା

କୋରାପୁଟ,୨।୫(ଅମିତାଭ ବେହେରା ): ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ ପ୍ରଫେସର ନରସିଂହ ଚରଣ ପଣ୍ଡା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ଭାରପ୍ରାପ୍ତ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ଗତ ଏପ୍ରିଲ ୩୦ ତାରିଖରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଦ୍ବାରା ଜାରି ହୋଇଥିବା ଏକ ପତ୍ର କ୍ରମେ ୨୦୨୫ ମେ’ ୧ ତାରିଖରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଦ୍ୱାରା ଏକ ସରକାରୀ ଆଦେଶ ଜାରି ହୋଇଥିଲା। ନୂଆ କୁଳପତି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବର୍ତ୍ତମାନ ସିୟୁଓର ବରିଷ୍ଠ ପ୍ରଫେସର ତଥା ସମସ୍ତ ସ୍କୁଲର ଡିନ୍‌ ପ୍ରଫେସର ପଣ୍ଡା ଏହି ପଦବୀରେ କାର୍ଯ୍ୟ କରିବେ। କୁଳପତି ପଦରୁ ପ୍ରଫେସର ଚକ୍ରଧର ତ୍ରିପାଠୀ ଇସ୍ତଫା ଦେବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ତାଙ୍କ ଇସ୍ତଫାକୁ ଭାରତର ମହାମହିମ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି।

ପ୍ରଫେସର ତ୍ରିପାଠୀ ସେପ୍ଟେମ୍ବର ୨୬, ୨୦୨୨ ରେ ସିୟୁଓରେ କୁଳପତି ଭାବେ ଯୋଗ ଦେଇଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଛନ୍ତି, ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ପଣ୍ଡା ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରି କହିଥିଲେ, ଏହା ବିଶ୍ୱବିଦ୍ୟାଳୟ ପାଇଁ ଏକ ଆହ୍ବାନପୂର୍ଣ୍ଣ ସମୟ ଏବଂ ସାମୂହିକ ପ୍ରୟାସ ଦ୍ୱାରା ହିଁ ଆମେ ଆଗକୁ ବଢ଼ିପାରିବା। ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଧିକାରୀ, କର୍ମଚାରୀ, ଗବେଷକ, ଛାତ୍ର-ଛାତ୍ରୀ ଓ ସମସ୍ତ ଅଂଶୀଦାରଙ୍କ ଠାରୁ ଆନ୍ତରିକ ସମର୍ଥନ ପାଇଁ ସେ ଆହୱାନ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ପ୍ରଫେସର ପଣ୍ଡା ୨୩ ଜାନୁଆରୀ ୨୦୨୩ରେ ସଂସ୍କୃତ ବିଭାଗରେ ନିୟମିତ ପ୍ରଫେସର ଭାବେ ସିୟୁଓରେ ଯୋଗ ଦେଇଥିଲେ। ସିୟୁଓରେ ସେ କୁଳପତି ଆଇ/ସି,ରେଜିଷ୍ଟ୍ରାର ଆଇ/ସି ଫାଇନାନ୍ସ ଅଫିସର ଆଇ/ସି ଏବଂ ଆଇକ୍ୟୁଏସି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri