ଏହି ଜିନିଷ ପାଇଁ ପାକିସ୍ତାନ ଉପରେ ଅଧିକରୁ ଅଧିକ ନିର୍ଭର କରେ ଭାରତ, ପାକିସ୍ତାନରେ ମାତ୍ର ୨-୩ ଟଙ୍କା ପ୍ରତି କିଲୋ, ହେଲେ ଭାରତରେ…

ନୂଆଦିଲ୍ଲୀ, ୨।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁ ବର୍ଷ ଧରି ଉତ୍ତେଜନାପୂର୍ଣ୍ଣ ରହିଆସିଛି। ପାକିସ୍ତାନରେ ଆତଙ୍କବାଦର ବିରୋଧରେ ଭାରତ ସର୍ବଦା ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ନିକଟରେ ପହଲଗାମ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଜୋର ଧରିଛି। ଭାରତ ପାକିସ୍ତାନକୁ ସବୁଆଡୁ ବ୍ୟାନ କରିବା ବନ୍ଦ କରିଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଆକାଶପଥ ଯାଏ। ଏଥିସହ ସମ୍ପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବାକୁ ମଧ୍ୟ କଡ଼ା ନିଷ୍ପତ୍ତି ନିଆଯାଉଛି। କିନ୍ତୁ ଆପଣ ଜାଣନ୍ତି କି, ପାକିସ୍ତାନରେ ଏପରି ଏକ ଜିନିଷ ଅଛି ଯାହା ଉପରେ ଭାରତ ବହୁତ ନିର୍ଭରଶୀଳ। ଏହି ଜିନିଷ ପାକ୍‌ରେ ୨-୩ଟଙ୍କାରେ ମିଳୁଥିବେଳେ ଭାରତରେ ଏହା ଅଧିକ ଟଙ୍କା ଦେଇଥାଏ।

ପାକିସ୍ତାନ ହେଉଛି ବିଶ୍ୱର ଏକ ପ୍ରମୁଖ ଦେଶ ଯେଉଁଠାରେ ସୈନ୍ଧବ ଲୁଣ ପ୍ରଚୁର ପରିମାଣରେ ମିଳେ। ଭାରତ ଏହି ଲୁଣର ସବୁଠାରୁ ବଡ଼ ଆମଦାନୀ ପାକିସ୍ତାନରୁ କରେ। ଯଦିଓ ଗତ କିଛି ବର୍ଷ ମଧ୍ୟରେ ଭାରତ ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ସୈନ୍ଧବ ଲୁଣ ଆମଦାନୀ ଆରମ୍ଭ କରିଛି, ତଥାପି ପାକିସ୍ତାନ ଏହାର ପ୍ରମୁଖ ଉତ୍ସ ହିସାବରେ ରହିଛି।

ପାକିସ୍ତାନରେ ସୈନ୍ଧବ ଲୁଣର ମୂଲ୍ୟ ଅତ୍ୟନ୍ତ କମ। ସେଠାରେ ଏକ କିଲୋଗ୍ରାମ ଲୁଣର ଦାମ ମାତ୍ର ୨ ରୁ ୩ ଟଙ୍କା। କିନ୍ତୁ ଭାରତରେ ଏହାର ମୂଲ୍ୟ ୫୦ ରୁ ୬୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ହୋଇଥାଏ। ଏହି ମୂଲ୍ୟ ତାରତମ୍ୟ ଆମଦାନୀ ଖର୍ଚ୍ଚ, ପରିବହନ ଓ ବଜାର ଚାହିଦା ଉପରେ ର୍ନିଭର କରେ।

ଭାରତରେ ସୈନ୍ଧବ ଲୁଣର ବ୍ୟବହାର ବିଶେଷ କରି ଉପବାସ ଓ ଧାର୍ମିକ ଅନୁଷ୍ଠାନ ସମୟରେ ଅଧିକ ହୋଇଥାଏ। ଉପବାସ ସମୟରେ ଲୋକମାନେ ଆୟୋଡିନ ଯୁକ୍ତ ଲୁଣ ବଦଳରେ ସୈନ୍ଧବ ଲୁଣରେ ତିଆରି ଖାଦ୍ୟ ଖାଇଥାନ୍ତି। ଏହା ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ସୈନ୍ଧବ ଲୁଣ ବ୍ୟତୀତ ଭାରତ ପାକିସ୍ତାନରୁ ଶୁଷ୍କ ଫଳ, ଚମଡା ଜାତୀୟ ସାମଗ୍ରୀ, ମୁଲତାନୀ ମାଟି, ସଲଫର, ତମ୍ବା, ଫଳ, ପ୍ଲାଷ୍ଟିକ ସାମଗ୍ରୀ, ପଶମ, ଚୂନାପଥର, ଷ୍ଟିଲ ଓ ସିମେଣ୍ଟ ଆଦି ମଧ୍ୟ ଆମଦାନୀ କରେ। ତେବେ, ଏହି ସମସ୍ତ ମଧ୍ୟରେ ସୈନ୍ଧବ ଲୁଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ ଜଟିଳ ରହିଛି, ତଥାପି ସୈନ୍ଧବ ଲୁଣ ଭଳି ଏକ ଛୋଟ ଜିନିଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଛି। ଭାରତ ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ଏହି ଲୁଣ ଆମଦାନୀ କରୁଥିବାରୁ ପାକିସ୍ତାନ ଉପରେ ର୍ନିଭରତା କିଛି ହ୍ରାସ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?