ଟିଏସ୍‌ଏମ୍‌ଏଲ୍‌କୁ ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର,୨୮।୨: ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ମିଳିଥିବା ଜଣାପଡିଛି। ବିଶେଷକରି ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହରେ ଟିଏସ୍‌ଏମ୍‌ଏଲ୍‌କୁ ୩ଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ ମାଇନିଂର ପରିବେଶ ଟିମ୍‌କୁ ୫-ଷ୍ଟାର୍‌ ରେଟିଂ ପ୍ରଦାନ କରାଯାଇଥିବା ବେଳେ ଫେରୋ ଆଲଏଜ୍‌ ଟିମ୍‌-ଗୋପାଳପୁର ଏବଂ ପ୍ରୋକ୍ୟୁର୍‌ମେଣ୍ଟ୍‌ ଟିମ୍‌କୁ ୪-ଷ୍ଟାର ରେଟିଂ ପ୍ରଦାନ କରାଯାଇଛି। ଅପରପକ୍ଷରେ ଓଡ଼ିଶା ରାଜ୍ୟ ଉପତ୍ାଦକତା ପରିଷଦଙ୍କ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଟାଟା ଷ୍ଟିଲ୍‌ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ବିଭୁଦତ୍ତ ମହାନ୍ତି ଓ ଅନ୍ୟ ଅଧିକାରୀମାନଙ୍କୁ ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଆମେ ସର୍ବଦା ନବସୃଜନ ପାଇଁ ଉଦ୍ୟମ କରୁଛୁ, ଏପରିକି ସପ୍‌ଫ୍ଲୋର୍‌ରେ ଆମ ଶ୍ରମ ଶକ୍ତି ତାହାକୁ ଦୈନନ୍ଦିନ କାର୍ଯ୍ୟକଳାପରେ ସାମିଲ କରିବାରେ ସର୍ବଦା ସହାୟକ ହୋଇଛିି।
ଉଲ୍ଲେଖଯୋଗ୍ୟ ସଂସ୍ଥାଗତ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଟିମ୍‌ ଗଠନ କରିବା ଲାଗି ଉତ୍ସାହିତ କରିବା, ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରେଷ୍ଠ ପ୍ରଥାର ଗ୍ରହଣୀୟତା ଶିଖିବା ଏବଂ ଏକ ଉପତ୍ାଦକ ପରିବେଶ ସୃଷ୍ଟି କରିବା ଲାଗି ସଂସ୍ଥାକୁ ସାହାଯ୍ୟ କରିବା ଭଳି ବିଷୟ ଉପରେ ଆଧାରିତ ପ୍ରତିଯୋଗିତା ଅନୁସାରେ ରେଟିଂ ପ୍ରଦାନ କରାଯାଇଥିଲା। ଉକ୍ତ ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri