ଟିଏସ୍‌ଏମ୍‌ଏଲ୍‌କୁ ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର,୨୮।୨: ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ମିଳିଥିବା ଜଣାପଡିଛି। ବିଶେଷକରି ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଡକ୍ଟିଭିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହରେ ଟିଏସ୍‌ଏମ୍‌ଏଲ୍‌କୁ ୩ଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ ମାଇନିଂର ପରିବେଶ ଟିମ୍‌କୁ ୫-ଷ୍ଟାର୍‌ ରେଟିଂ ପ୍ରଦାନ କରାଯାଇଥିବା ବେଳେ ଫେରୋ ଆଲଏଜ୍‌ ଟିମ୍‌-ଗୋପାଳପୁର ଏବଂ ପ୍ରୋକ୍ୟୁର୍‌ମେଣ୍ଟ୍‌ ଟିମ୍‌କୁ ୪-ଷ୍ଟାର ରେଟିଂ ପ୍ରଦାନ କରାଯାଇଛି। ଅପରପକ୍ଷରେ ଓଡ଼ିଶା ରାଜ୍ୟ ଉପତ୍ାଦକତା ପରିଷଦଙ୍କ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଟାଟା ଷ୍ଟିଲ୍‌ ମାଇନିଂର ବରିଷ୍ଠ ମହାପ୍ରବନ୍ଧକ ବିଭୁଦତ୍ତ ମହାନ୍ତି ଓ ଅନ୍ୟ ଅଧିକାରୀମାନଙ୍କୁ ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଆମେ ସର୍ବଦା ନବସୃଜନ ପାଇଁ ଉଦ୍ୟମ କରୁଛୁ, ଏପରିକି ସପ୍‌ଫ୍ଲୋର୍‌ରେ ଆମ ଶ୍ରମ ଶକ୍ତି ତାହାକୁ ଦୈନନ୍ଦିନ କାର୍ଯ୍ୟକଳାପରେ ସାମିଲ କରିବାରେ ସର୍ବଦା ସହାୟକ ହୋଇଛିି।
ଉଲ୍ଲେଖଯୋଗ୍ୟ ସଂସ୍ଥାଗତ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଟିମ୍‌ ଗଠନ କରିବା ଲାଗି ଉତ୍ସାହିତ କରିବା, ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ଲାଗି ଶ୍ରେଷ୍ଠ ପ୍ରଥାର ଗ୍ରହଣୀୟତା ଶିଖିବା ଏବଂ ଏକ ଉପତ୍ାଦକ ପରିବେଶ ସୃଷ୍ଟି କରିବା ଲାଗି ସଂସ୍ଥାକୁ ସାହାଯ୍ୟ କରିବା ଭଳି ବିଷୟ ଉପରେ ଆଧାରିତ ପ୍ରତିଯୋଗିତା ଅନୁସାରେ ରେଟିଂ ପ୍ରଦାନ କରାଯାଇଥିଲା। ଉକ୍ତ ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri