ଅନ୍‌ଲାଇନ୍‌ ଖଜଣା ଆଦାୟରେ ସମସ୍ୟା

କଟକ,୩୧।୭ (କାର୍ତ୍ତିକ ସାହୁ):ଜମି ଖଜଣା ଦେବାକୁ ନେଇ ଅଡୁଆରେ ପଡୁଛନ୍ତି ଯୁଗ୍ମଖାତାଧାରୀ। ଅନ୍‌ଲାଇନ୍‌ ଖଜଣା ଦେୟ ବ୍ୟବସ୍ଥାକୁ ନେଇ ଉପୁଜିଛି ସମସ୍ୟା। ଯୁଗ୍ମଖାତାର ଅଂଶୀଦାରମାନେ ନିଜ ଭାଗ ଜମିର ଖଜଣା ଦେଇପାରୁନାହାନ୍ତି। ପୂର୍ବରୁ ଗୋଟିଏ ଖାତାରେ ଅଂଶୀଦାର ଭାବେ ରହିଥିବା ଲୋକମାନେ ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କୁ ଖଜଣା ଦେଇ ରସିଦ୍‌ କାଟୁଥିଲେ। ହେଲେ ଏବେ ମାନୁଆଲ ରସିଦ କଟା ବନ୍ଦ ହୋଇଯାଇଥିବାରୁ ଅସୁବିଧା ଦେଖାଦେଇଛି। ଏହାଦ୍ୱାରା ମଧ୍ୟ ରାଜ୍ୟ ସରକାରଙ୍କର ବିପୁଳ ପରିମାଣର ରାଜସ୍ବ ହାନି ହେଉଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାଇ ଗ୍ରାମର ବାସିନ୍ଦା ତଥା ହାଇକୋର୍ଟର ଆଇନ୍‌ଜୀବୀ ଅମ୍ବୁଜ ବନ୍ଧୁ ପରିଡ଼ା ଏନେଇ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏଥିସହ ଖଜଣା ଆଦାୟ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ବ୍ୟବସ୍ଥା କରିବାକୁ ଆବେଦନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ତହସିଲର କଲାଇ ମୌଜା ଅନ୍ତର୍ଗତ ୩୮ ନମ୍ବର ଖାତାର ଜମି ଶ୍ରୀ କପିଳେଶ୍ୱର ମହାଦେବ ବିଜେଙ୍କ ନାମରେ ରହିଥିବାବେଳେ ସେଥିରେ ଏକାଧିକ ଟ୍ରଷ୍ଟି ମାର୍ଫତଦାର ଭାବେ ରହିଛନ୍ତି। ଉକ୍ତ ୩୮ ନମ୍ବର ଖାତାର ମନ୍ତବ୍ୟ ସ୍ତମ୍ଭରେ ପ୍ଲଟ୍‌ ନଂ. ୪୨୬, ଜମି ପରିମାଣ ଏ.୦.୪୩ ଡିସିମିଲ ସ୍ବର୍ଗତ ସାଧୁ ଚରଣ ପରିଡ଼ାଙ୍କ ପୁତ୍ର ଉଦୟନାଥ ପରିଡ଼ା, ରମାନାଥ ପରିଡ଼ା ଓ ଗଣନାଥ ପରିଡ଼ାଙ୍କ ଦଖଲରେ ରହିଛି। ସେହିପରି ସମାନ ଖାତାର ପ୍ଲଟ୍‌ ନଂ. ୪୨୭, ଜମି ପରିମାଣ ଏ୦.୩୩ ଡିସିମିଲ ଆବେଦନକାରୀଙ୍କ ପୂର୍ବଜ ନିତ୍ୟାନନ୍ଦ ପରିଡ଼ାଙ୍କ ଦଖଲରେ, ପ୍ଲଟ୍‌ ନଂ. ୪୨୮, ଜମି ପରିମାଣ ଏ୦.୩୪ ଡିସିମିଲ ନାରାୟଣ ପରିଡ଼ା, ଲକ୍ଷ୍ମୀକାନ୍ତ ପରିଡ଼ା, ସୀତା ପରିଡ଼ା, ନଟବର ପରିଡ଼ା ଓ ବିଶ୍ୱନାଥ ପରିଡ଼ାଙ୍କ ଦଖଲରେ ଏବଂ ପ୍ଲଟ୍‌ ନଂ. ୪୨୯, ଜମି ପରିମାଣ ଏ୦.୩୧ ଓ ପ୍ଲଟ୍‌ ନଂ.୪୩୧, ଜମି ପରିମାଣ ଏ୦.୪୧ ଡିସିମିଲ ମାଳତୀ ପରିଡ଼ା, ନରେନ୍ଦ୍ର ପରିଡ଼ା ଓ ବିନୋଦ ପରିଡ଼ାଙ୍କ ଦଖଲରେ ରହିଛି। ଏ ସମସ୍ତ ଜମିର ଖାତା ନମ୍ବର ଗୋଟିଏ ହୋଇଥିବାବେଳେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ଲଟ୍‌ ଭୋଗଦଖଲ ହେଉଛି। ହେଲେ ବର୍ତ୍ତମାନ ଅନ୍‌ଲାଇନ ଖଜଣା ଆଦାୟ ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କଠାରୁ ପୂରା ଖାତାର ଖଜଣା ଆଦାୟ କରାଯାଉଛି। ଯାହାକି ସମ୍ପୃକ୍ତ ବ୍ୟକ୍ତି ପୂରା ଖାତାରେ ଥିବା ସମସ୍ତ ପ୍ଲଟ୍‌ର ଭୋଗଦଖଲକାରୀ ନୁହନ୍ତି। ଅନ୍‌ଲାଇନ୍‌ ବ୍ୟବସ୍ଥା ପ୍ରଚଳନ ହେବା ପୂର୍ବରୁ ଉପରୋକ୍ତ ଭୋଗଦଖଲକାରୀମାନେ ପୃଥକ ଭାବେ ଖଜଣା ପଇଠ କରି ରସିଦ୍‌ କାଟୁଥିଲେ। ହେଲେ ଏବେ ତାହା ସମ୍ଭବ ହେଉନାହିଁ। ସେହି ଖାତା ଅନ୍ତର୍ଗତ କୌଣସି ନିର୍ଦ୍ଦିଷ୍ଟ ପ୍ଲଟ୍‌ର ଭୋଗଦଖଲକାରୀ ନିଜ ଖଜଣା ପୃଥକ ଭାବେ ଦେବାକୁ ଚାହିଁଲେ ଦେଇପାରୁନାହାନ୍ତି। ଆଂଶିକ ଖଜଣା ଦେବା ନିମନ୍ତେ ଅନ୍‌ଲାଇନ୍‌ରେ କୌଣସି ବ୍ୟବସ୍ଥା ନାହିଁ। ପୁରା ଖାତାର ଖଜଣା ଦେବାକୁ ପଡୁଥିବାରୁ ପ୍ରତ୍ୟେକ ଅଂଶୀଦାର ଭୋଗଦଖଲକାରୀ ଏଥିପାଇଁ ଅମଙ୍ଗ ହେଉଛନ୍ତି। ଆଂଶିକ ଦେୟ ଦାଖଲ ନିମନ୍ତେ ସାତଭଉଣୀ ଆର୍‌ଆଇ ଓ ଭଦ୍ରକ ତହସିଲଦାରଙ୍କୁ ଆବେଦନକାରୀ ଅନୁରୋଧ କରିଥିଲେ ମଧ୍ୟ ସେ ଏ ଦିଗରେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ଏଭଳି ତ୍ରୁଟିଯୁକ୍ତ ବ୍ୟବସ୍ଥା ଦ୍ୱାରା ଖଜଣା ଆଦାୟ ହୋଇ ନ ପାରି ରାଜ୍ୟ ସରକାରଙ୍କର ବହୁ ପରିମାଣର ରାଜସ୍ବ ହାନି ହେଉଛି। ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଆବେଦନକାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri