Posted inଫୁରସତ

ଆଗ୍ରହ ଆଗରେ ହାର୍‌ ମାନିଛି ସମସ୍ୟା

ଲକ୍ଷ୍ନୌ: ବୁର୍ଖାପିନ୍ଧା ମହିଳା କାନ୍ଧରେ ସ୍ବିଗୀ ବ୍ୟାଗ୍‌ ପକେଇ ଚାଲିଚାଲି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଦେଖିଲେ ଯେ କେହି ବି ଭାବିବେ ଯେ, ବୋଧହୁଏ ମହିଳା ଜଣକ ସ୍ବିଗୀର ଜଣେ ଡେଲିଭରି ଏଜେଣ୍ଟ। କିନ୍ତୁ ମହିଳାଜଣକ ପ୍ରକୃତରେ ଜଣେ ଗୃହସହାୟିକା। ଘର ଘର ବୁଲି ୪୦ ବର୍ଷୀୟା ରିଜଓ୍ବାନା କାମ କରନ୍ତି। ସ୍ବାମୀ ଘରଛାଡ଼ି ଚାଲିଯିବା ପରେ ପିଲାଙ୍କ ଦାୟିତ୍ୱ ରିଜଓ୍ବାନାଙ୍କ କାନ୍ଧକୁ ଆସିଥିଲା। ତାଙ୍କ ୪ ପିଲାଙ୍କ ଦାୟିତ୍ୱ ରିଜଓ୍ବାନା ନେଇଛନ୍ତି।
ସକାଳ ସଞ୍ଜେ ଘରଘର ବୁଲି କାମ କରି ମାସକୁ ତାଙ୍କର ୧,୫୦୦ ଟଙ୍କା ରୋଜଗାର ହୋଇଯାଉଥିବାବେଳେ ବଜାରରେ ଏକ ଛୋଟ ଷ୍ଟଲ ଖୋଲି ସେଥିରେ ଡିସ୍‌ପୋଜେବୁଲ ଗ୍ଲାସ୍‌ ସାଙ୍ଗକୁ ପୋଷାକ ବିକ୍ରି କରନ୍ତି, ଯେଉଁଥିରୁ ତାଙ୍କର ୫୦୦୦ରୁ ୬୦୦୦ ଆୟ ହେଉଛି ବୋଲି ସେ କୁହନ୍ତି। ଜନତା ନଗର କଲୋନୀରେ ରହୁଥିବା ରିଜଓ୍ବାନା ଦୈନିକ ୨୦ରୁ ୨୫ କି.ମି. ବାଟ ଚାଲିଚାଲି କାମ କରିବାକୁ ଯାଉଥିବା କୁହନ୍ତି। ରିଜଓ୍ବାନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କଥା ତାଙ୍କୁ ଜଣେ ଦୋକାନୀ କହିଥିଲେ। ଏହାପରେ କେତେଜଣ ତାଙ୍କୁ ଭେଟିବା ପାଇଁ ଆସିଥିଲେ, ଯାହାଙ୍କୁ ସେ ସ୍ବିଗୀ ବ୍ୟାଗ୍‌ କାନ୍ଧରେ ପକାଇବାର କାରଣ କହିଥିଲେ। ଡିସ୍‌ପୋଜେବୁଲ ଗ୍ଲାସ୍‌ ଓ ଦୋକାନ ଜିନିଷ ରଖିବା ଲାଗି ତାଙ୍କୁ ଏକ ମଜଭୁତ ବ୍ୟାଗ୍‌ର ଆବଶ୍ୟକ ହେଉଥିଲା। ଦିନେ କାମରୁ ଫେରିବା ବାଟରେ ଜଣେ ଲୋକ ଏହି ବ୍ୟାଗ୍‌କୁ ୫୦ ଟଙ୍କାରେ ତାଙ୍କୁ ବିକିଥିବା ସେ କହିଛନ୍ତି। ସ୍ବିଗୀ ବ୍ୟାଗ୍‌ରେ ଜିନିଷ ସୁରକ୍ଷିତ ଭାବେ ରହୁଥିବା ଯୋଗୁ ସେ ଏହାକୁ ବ୍ୟବହାର କରୁଥିବା କହନ୍ତି। ତେବେ ରିଜଓ୍ବାନାଙ୍କ ଅସୁବିଧା ବିଷୟରେ ଜାଣିବା ପରେ ଅନେକେ ଏବେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ରିଜଓ୍ବାନାଙ୍କ ବୟସ ବଢ଼ୁଥିଲେ ବି କାମ କରିବାର ଆଗ୍ରହ ତାଙ୍କର ରହିଛି। ପାଖରେ ଗାଡ଼ି ଥିଲେ ସେ ସ୍ବିଗୀରେ କାମ କରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri