Posted inଜାତୀୟ

ପ୍ରିୟଙ୍କାଙ୍କ ଅଭିଯୋଗ: ‘ଉତ୍ତରପ୍ରଦେଶରେ ନିର୍ବାଚନ ଡ୍ୟୁଟି କରିଥିବା ପ୍ରାୟ ୭୦୦ ଶିକ୍ଷକ ମୃତ’

ନୂଆଦିଲ୍ଲୀ,୧।୫: କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। କରୋନା ମହାମାରୀର ଚିନ୍ତାଜନକ ପରିସ୍ଥିତିରେ ସରକାର ସତ୍ୟକୁ ଦମନ କରୁଥିବା ନେଇ ସେ ଅଭିଯୋଗ କରି କହିଛନ୍ତି, ରାଜ୍ୟରେ ନିର୍ବାଚନ ଦାୟିତ୍ୱ ତୁଲାଇଥିବା ପ୍ରାୟ ୭୦୦ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି। ଘଟଣାରେ ସେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି, ୟୁପିରେ ନିର୍ବାଚନରେ ଡ୍ୟୁଟି କରୁଥିବା ପ୍ରାୟ ୭୦୦ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି । ସେମାନେ ନିର୍ବାଚନରେ ଡ୍ୟୁଟି କରିବାକୁ ବାଧ୍ୟ ହୋଇଥିଲେ। କରୋନାର ଦ୍ୱିତୀୟ ଲହରର ଭୟାବହତା ବିଷୟରେ ଥରେ ହେଲେ ଚିନ୍ତା ନ କରି ୟୁପିର ପ୍ରାୟ ୬୦,୦୦୦ ଗ୍ରାମ ପଞ୍ଚାୟତରେ ନିର୍ବାଚନ କରାଯାଇଥିଲା। ସେଠାରେ ସଭା, ନିର୍ବାଚନ ପ୍ରଚାର ହୋଇଥିଲା। ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି। ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁଛି, ଯାହାକି ମିଥ୍ୟା ସରକାରୀ ଆକଳନଠାରୁ ଅଧିକ ବୋଲି ସେ କହିଛନ୍ତି।

କଂଗ୍ରେସର ସାଧାରଣ ସମ୍ପାଦକ କହିଛନ୍ତି, ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ଲୋକମାନେ ନିଜ ଘରେ ମରୁଛନ୍ତି। କୌଣସି ତଦନ୍ତ ହୋଇ ନ ଥିବାରୁ କୋଭିଡ କାରଣରୁ ତାହାକୁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଗଣନା କରାଯାଉନାହିଁ। ଦେଖିବାକୁ ଗଲେ ସରକାରଙ୍କ ଆଭିମୁଖ୍ୟ ହେଉଛି ସତ୍ୟକୁ ଦମନ କରିବା ଏବଂ ଦିନରାତି ଲୋକ ତଥା ଲୋକଙ୍କ ସେବା କରୁଥିବା ଡାକ୍ତରୀ ସମ୍ପ୍ରଦାୟକୁ ଭୟଭୀତ କରିବାରେ ଏହାର ସର୍ବାଧିକ ପ୍ରୟାସ ହେଉଛି। ଉତ୍ତରପ୍ରଦେଶରେ ଯାହା ଘଟୁଛି ତାହା ମାନବିକତା ବିରୋଧରେ ଅପରାଧଠାରୁ କମ ନୁହେଁ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଏଥିରେ ଭୂଲ ରହିଛି। ଉତ୍ତରପ୍ରଦେଶ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ପ୍ରକାଶିତ ମୃତ ଶିକ୍ଷକଙ୍କ ତାଲିକାକୁ ସେ ନିଜ ଟୁଇଟ୍‌ ସହିତ ସଂଲଗ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri