୫ ଜଣଙ୍କୁ ପ୍ରେମ କରି ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ପିସି

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ୩୮ ବର୍ଷରେ ପଦାର୍ପଣ କରିଥିବା ପିସି ପାଖାପାଖି ୫ ଜଣଙ୍କଠାରୁ ମୁହଁ ଫେରାଇବା ପରେ ଶେଷରେ ନିଜଠାରୁ ୧୦ ବର୍ଷ ସାନ ପୁରୁଷ ବନ୍ଧୁଙ୍କୁ ଜୀବନସାଥି ଭାବେ ବାଛି ନେଇଛନ୍ତି। କୁହାଯାଏ ପିସି ବଲିଉଡ୍‌ ଆସିବା ପୂର୍ବରୁ ଅସିମ ମର୍ଚେଟଙ୍କୁ ପ୍ରେମ କରୁଥିଲେ। ହେଲେ ବଲିଉଡ୍‌ରେ ସଫଳତା ମିଳିବା ପରେ ସେ ଅସିମଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ବଲିଉଡ୍‌ରେ ନିଜ ବୋଲ୍ଡ ଅନ୍ଦାଜରେ ଦର୍ଶକଙ୍କ ନିକଟତର ହୋଇଥିବା ଏହି ନାୟିକା ପଡିଗଲେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପ୍ରେମରେ। ଏମିତିକି ଦୁହେଁ ଡେଟ୍‌ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଲା। ଆଉ ଏହା ଜଣାପଡିବା ପରେ କୁଆଡେ ଦିନେ ଅକ୍ଷୟଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ପିସିଙ୍କୁ ଶୁଟିଂ ସେଟରେ ଚାପୁଡା ମାରିବାକୁ ଆସିଥିବା କୁହାଯାଏ। ଅକ୍ଷୟଙ୍କ ସହ ପିସିଙ୍କର କିଛି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଥିଲା ବେଳେ ଏମାନଙ୍କ ପ୍ରେମ କାହାଣୀ କିନ୍ତୁ ବେଶି ଦିନ ତିଷ୍ଠି ପାରି ନ ଥିଲା। ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ। ସେତେବେଳେ କିନ୍ତୁ ଏମାନଙ୍କ ବୋଲ୍ଡ ଫଟୋ ଶୁଟ୍‌ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏତିକିରେ କିନ୍ତୁ ଥମି ନ ଥିଲା ପିସିଙ୍କ ପ୍ରେମ କାହାଣୀ। ଅକ୍ଷୟଙ୍କଠାରୁ ବ୍ରେକ୍‌ ପରେ ପିସି ହରମନ ବାଓ୍ବେଜାଙ୍କୁ ଡେଟ୍‌ କରିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ହରମନଙ୍କ କ୍ୟାରିୟରରେ ସେତେଟା ଉନ୍ନତି ନ ଆସିବାକୁ ପିସି ପୁଣିଥରେ ସେଠାରୁ ମୁହଁ ଫେରାଇ ନେଇ ଖୋଜୁଥିଲେ ଆଉ ଜଣେ ପ୍ରେମିକଙ୍କୁ। ଏହାପରେ ପ୍ରିୟଙ୍କାଙ୍କ ନାମ ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ସହ ଯୋଡି ହୋଇ ଯାଇଥିଲା। ଏହାପରେ ସାହିଦ କପୁର, ଗେରାର୍ଡ ବଟଲରଙ୍କ ସହ ମଧ୍ୟ ଯୋଡି ହୋଇଥିବା ପିସିଙ୍କ ପ୍ରେମ କାହାଣୀ। କିନ୍ତୁ ଏମାନେବି ପିସିଙ୍କ ପାଖରେ ବେଶି ସମୟ ରହି ପାରି ନ ଥିଲେ। ତେବେ ପିସି ତାଙ୍କ କ୍ୟାରିୟରରେ ସଫଳତା ପାଇବା ସହ ଧୀରେ ଧୀରେ ହଲିଉଡ୍‌ରେ ଏଣ୍ଟ୍ରି ମାରିଲେ। ଆଉ ଏଠି ଏଣ୍ଟ୍ରି କରିବା ପରେ ସେ ଆମେରିକୀୟ ସିଙ୍ଗର ନିକ୍‌ ଜୋନାସଙ୍କ ଉପରେ ଆଖି ପକାଇଲେ। ନିକ ତାଙ୍କଠାରୁ ୧୦ ବର୍ଷ ସାନ ହୋଇଥିଲେ ମଧ୍ୟ ଶେଷରେ ସେ ଏହି ଆମେରିକୀୟ ସିଙ୍ଗରଙ୍କୁ ନିଜର ଜୀବନସାଥି ବାଛି ନେଇଛନ୍ତି। ଏବେ ପିସି ଆମେରିକାରେ ସମୟ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri