ସରକାରୀ ଫାର୍ମରେ ବେସରକାରୀ କାରବାର

ଜଗତ୍‌ସିଂହପୁର ଅଫିସ, ୧୪ା୧୧: ତିର୍ତ୍ତୋଲ ଚେରିତୋଳସ୍ଥିତ ଉଦ୍ୟାନ କୃଷି ବିଭାଗର ଶାରଳା ବାମନ ନଡ଼ିଆ ଫାର୍ମରେ ବେସରକାରୀ କାରବାର ଚାଲିଥିବା ଗୁରୁତର ଅଭିଯୋଗ ହେଉଛି। ନର୍ସରୀରେ କେବଳ ସରକାରୀ ଡେଙ୍ଗା ନଡ଼ିଆ ସାଙ୍ଗକୁ ଅନ୍ୟାନ୍ୟ ଫୁଲ ଓ ଫଳଚାରା ଚାଷୀଙ୍କୁ ଦିଆଯିବା ବ୍ୟବସ୍ଥା ଅଛି। କିନ୍ତୁ ବିଭିନ୍ନ ପ୍ରକାର ବାମନ ନଡିଆ ଚାରା ଅବାଧରେ ବିକ୍ରି ହେଉଛି। ସେହିପରି ହାଇବ୍ରିଡ୍‌ ଫୁଲ ଓ ଫଳ ମଧ୍ୟ ବିକ୍ରି କରାଯାଉଛି। ଏହା ଉପରେ ଜିଲାପାଳ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଓ କୃଷି ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ଭାବେ ଡେଙ୍ଗା ନଡିଆ ଚାରା ଗୋଟା ୬୪ ଟଙ୍କାରେ ବିକ୍ରି ହେବା ବ୍ୟବସ୍ଥା ଅଛି। କିନ୍ତୁ ଶାରଳା ବାମନ ନଡ଼ିଆ ଫାର୍ମରେ ଅରେଞ୍ଜ ଓ ମାଲେସିଆ ଭେରାଇଟିର ନଡିଆ ଚାରା ମଧ୍ୟ ଖୁଲମଖୁଲା ବିକ୍ରି ଚାଲିଛି। ଏ ସମ୍ପର୍କରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ହେଲା ବାମନ ନଡ଼ିଆ ଅର୍ଥାତ୍‌ ଅରେଞ୍ଜ ଚାରା ଗୋଟା ୪୦୦ ଓ ମାଲେସିଆ ଭେରାଇଟିର ଦାମ୍‌ ୫୦୦ ଟଙ୍କାରେ ବିକ୍ରି ଚାଲିଛି। ନିକଟରେ ଏକ ଟ୍ରକ୍‌ ବାମନ ନଡ଼ିଆ ଓ ଉନ୍ନତ ମାନର ଗୁଆ, ଲେମ୍ବୁ, ହାଇବ୍ରିଡ୍‌ ଫୁଲ ଚାରା ବାହାର ରାଜ୍ୟରୁ ଆସିଥିଲା। ଫାର୍ମରେ ଏଗୁଡିକୁ କିଣିବା ପାଇଁ ଲମ୍ବା ଧାଡି ଲାଗିଥିଲା। ସରକାରୀ ଭାବେ ବିକ୍ରି ହେଉଥିବା ଲେମ୍ବୁ ଦର ୧୦, ଅମୃତ ଭଣ୍ଡା ୭, ସଜନା ୭ ଓ ଆମ୍ବ ୩୩ ଟଙ୍କା ଥିବାବେଳେ ଏଗୁଡିକ ବିକ୍ରି ପରିବର୍ତ୍ତେ ବାମନ ଓ ହାଇବ୍ରିଡ୍‌ ନଡ଼ିଆ ଚାରା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏପରିକି ଡେଙ୍ଗା ନଡ଼ିଆ ବିକ୍ରି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ। ବାମନ ନଡ଼ିଆ ଚାରା କେଉଁଠୁ ଆସିଛି ପଚାରିବାରୁ ଏହା କଲିକତାରୁ ଆସିଥିଲା ବୋଲି ଚାରା ବିକୁଥିବା କାଳିଆ ଦାସ ସୂଚନା ଦେଇଛନ୍ତି। ସେ କହିଥିଲେ, କଲିକତାର ଯେଉଁ ଫାର୍ମରୁ ସରକାରୀ ଚାରା ଆସେ ସେ ସ୍ଥାନରୁ ଏହି ନଡ଼ିଆ ଓ ହାଇବ୍ରିଡ୍‌ ଫୁଲ ଆଦି କିଣାଯାଇଥାଏ। ଯେହେତୁ ସରକାରୀ ଖର୍ଚ୍ଚରେ ଗାଡି ଆସିଥାଏ, ତେଣୁ ସେଥିରେ ଏହି ଚାରା ନେଇ ଆସିଲେ ବିଶେଷ ଖର୍ଚ୍ଚ ପଡେ ନାହିଁ । ସବୁବେଳେ ବାମନ ନଡ଼ିଆ କିମ୍ବା ହାଇବ୍ରିଡ୍‌ ଫୁଲ, ଗୁଆ ଆଦି ଆସି ନ ଥାଏ। ଲୋକେ ଆବଶ୍ୟକ କଲେ ବାହାରୁ ମଗାଯିବା ପାଇଁ ବ୍ୟବସ୍ଥା କରାଯାଏ। ହେଲେ ବିଲ୍‌ ଦେବା ଉପରେ କହିଥିଲେ, ଏବେ ଏହା ଦେଇହେବ ନାହିଁ। କେବଳ ରଥ ବେଳେ ଅର୍ଥାତ୍‌ ଜୁଲାଇରେ ପ୍ଲାଣ୍ଟେସନ୍‌ ସମୟରେ ବିଲ୍‌ ମାଗିଲେ ଦିଆଯିବା ବ୍ୟବସ୍ଥା କରାଯିବ। ଏଥିରୁ ସ୍ପଷ୍ଟ ଯେ ବିନା ବିଲ୍‌ରେ ନଡ଼ିଆ ଚାରା ଦିଆଯାଉଥିବାରୁ ତା’ଉପରେ କୌଣସି ସମୟରେ କେହି ଅଭିଯୋଗ କରିପାରିବେ ନାହିଁ। ବାମନ ନଡିଆ ଲଗାଇବାର ସାଢେ ୩ ବର୍ଷ ପରେ ଫଳ ଫଳିବା କୁହାଯାଉଛି। ଯଦି ଏହି ଚାରା ମାଡ ଖାଇଯିବ ତେବେ ଚାଷୀ କେଉଁଠିକୁ ଯିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଯେହେତୁ ସରକାରୀ ଫାର୍ମରେ ବେଆଇନ ଭାବେ ବାମନ ନଡିଆ ବିକ୍ରି ହେଉଛି ତେଣୁ ବିଲ୍‌ ଦେବା ସମ୍ଭବ ହେଉ ନ ଥିବାରୁ ଏଭଳି କୁହାଯାଉଛି।
ଏ ସମ୍ପର୍କରେ କାଳିଆ କହିଛନ୍ତି, ବର୍ଷକରେ ଥରେ କେବଳ ଜୁଲାଇ ମାସରେ ୨୦୦/୩୦୦ ବାମନ ନଡ଼ିଆ ଚାରା କଲିକତାରୁ କିଣାଯାଇଥାଏ। କେବଳ ନଡ଼ିଆ ନୁହେଁ, ହାଇବ୍ରିଡ୍‌ ଫୁଲ ଓ ଅନ୍ୟ ଉନ୍ନତ ମାନର ଫଳ ଚାରା ବାହାରୁ କିଣାଯାଇ ବିକ୍ରି କରାଯାଉଛି। ଏହା ନେବା ପାଇଁ ଲୋକେ ଆଗୁଆ ବରାଦ କରିଥାନ୍ତି। ଅନ୍ୟ କେତେଜଣ କହିଛନ୍ତି, ଏସବୁ ଭେରାଇଟିର ହାଇବ୍ରିଡ୍‌ ଫୁଲ ଓ ଫଳ ଚାରା ଆନ୍ଧ୍ର, କଲିକତା ଓ ରାଞ୍ଚତ୍ ଆଦିରୁ ବିଭିନ୍ନ ସମୟରେ ଆସୁଛି। ସରକାରଙ୍କ ତରଫରୁ କିଛି ଚାରା ମାଗଣା ଦିଆଯିବା ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଦିଆଯାଉନାହିଁ। ଲାଭ ଆଶାରେ ବାହାର ରାଜ୍ୟରୁ ଆସୁଥିବା ଚାରା ବିକ୍ରି ଉପରେ ଧ୍ୟାନ ଦିଆଯାଉଛି। ଏହି ନର୍ସରୀରେ ଅନେକ ପ୍ରକାରର ଚାରା ଉତ୍ପାଦନ ପାଇଁ ସରକାରୀ ଅନୁଦାନ ଆସୁଛି, କିନ୍ତୁ ଅର୍ଥ ବାଟମାରଣା ହେଉଛି । ତିର୍ତ୍ତୋଲ ଚେରିତୋଳ ବାଲିଯାତ୍ରାରେ ଷ୍ଟଲ ପାଇଁ ୭୫ ହଜାର ଟଙ୍କା ଖର୍ଚ୍ଚ ବରାଦ ହୋଇଛି । କିନ୍ତୁ ବାସ୍ତବରେ ୧୫/୨୦ ହଜାର ଟଙ୍କା ଭିତରେ ଖର୍ଚ୍ଚ କରି ଅବଶିଷ୍ଟ ଆତ୍ମସାତ୍‌ ପାଇଁ ଉଦ୍ୟମ ହୋଇଛି। ସରକାରୀ ଫାର୍ମରେ ବିଭାଗୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏବଂ ଓଭରସିୟରଙ୍କ ସଲାସୁତୁରାରେ ଏଭଳି ବେଆଇନ କାରବାର ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଓଭରସିୟର ଦୀପକ ରଞ୍ଜନ ପାଇକରାୟଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ବାମନ ନଡ଼ିଆ ବିକ୍ରି ହେଉ ନାହିଁ। ବ୍ୟକ୍ତିଗତ ଭାବେ ଚାହିଁଲେ ମଗାଇ ହେବ ବୋଲି କହିଥିଲେ। ତିର୍ତ୍ତୋଲ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ୱେତପଦ୍ମା ଭୋଇ କହିଛନ୍ତି, ଯେଉଁମାନେ ବାମନ ନଡିଆ ଆଦି ଚାହାନ୍ତି ସେମାନଙ୍କୁ ଓଭରସିୟର ପାଇକରାୟ ବାବୁ ଦେବା ପାଇଁ ବ୍ୟବସ୍ଥା କରିଥାନ୍ତି। କିନ୍ତୁ ଫାର୍ମରେ ବାମନ ନଡିଆ ବିକ୍ରି ହେଉନାହିଁ ବୋଲି ଭୋଇ କହିଛନ୍ତି । ଏହା ଉପରେ ବିଧିବଦ୍ଧ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri