ବିନା ଭିତ୍ତିଭୂମିରେ ଚାଲିଛି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

କେନ୍ଦୁଝର,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭିତ୍ତିଭୂମି ନ ଥାଇ ଚାଲିଛି। ଅସ୍ଥାୟୀ ଅନୁମତି ହାସଲ କରି ବିଦ୍ୟାଳୟ ଚଳାଇ ଆସୁଥିବା ବେଳେ କେତେକ ନୂତନ ଭାବେ ଅନୁମତି ପାଇବାକୁ ଆବେଦନ କରିଛନ୍ତି। ବହୁ ପୁରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନା ଭିତ୍ତିଭୂମିରେ ଚାଲିଆସୁଥିବାରୁ ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ଅଭିଭାବକ ମହଲରେ ସ୍ବାଗତ କରାଯାଇଛି।
ପ୍ରକାଶ ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଦେଶକ୍ରମେ କେନ୍ଦୁଝରରେ ୨ ଟି ଟିମ୍‌ ଗଠନ ହୋଇଛି। ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ୧୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁଙ୍କ ନେତୃତ୍ୱରେ ୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆଧାରରେ ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଟ୍‌ ସଂଖ୍ୟା ବୃଦ୍ଧି ସହ ଅନେକ ବିଦ୍ୟାଳୟକୁ ସ୍ଥାୟୀ ସ୍ବୀକୃତି ପ୍ରଦାନ କରାଯିବା ନେଇ ସୂଚନା ମିଳିଛି। ଉକ୍ତ ଟିମ୍‌ ସ୍କୁଲ ସହରାଞ୍ଚଳ ନା ଗ୍ରାମାଞ୍ଚଳ, ଜମିର ତଥ୍ୟ, ଜମିର ପଟ୍ଟା, ଗ୍ରାମାଞ୍ଚଳରେ ଥିଲେ ୫ ଏକର ଏବଂ ସହରାଞ୍ଚଳରେ ଥିଲେ ୨ ଏକର, ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଗ୍ରାମାଞ୍ଚଳରେ ୧ ଏକର ଓ ସହରାଞ୍ଚଳରେ ୫୦ ଡିସିମିଲ, ବିଦ୍ୟାଳୟକୁ ଯିବା ପାଇଁ ଆପ୍ରୋଚ ରାସ୍ତା ରହିଛି କି ନାହିଁ, ପାଚେରି, ଶେଷ ୩ ବର୍ଷର ବିଭାଗ ଅନୁସାରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଥ୍ୟ, କେଉଁ ପ୍ରକାର ଗୃହ, ଶ୍ରେଣୀଗୃହର ସଂଖ୍ୟା ଏବଂ ତାହାର ଆକାର, ପାଠାଗାରର ଆକାର, ପାଠ୍ୟପୁସ୍ତକ ସଂଖ୍ୟା, ପରୀକ୍ଷାଗାରର ସଂଖ୍ୟା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ ଅନୁସାରେ ଆବଶ୍ୟକ ପରୀକ୍ଷା ସାମଗ୍ରୀ ରହିଛି କି ନାହିଁ, ଛାତ୍ରୀଛାତ୍ରଙ୍କ ଅନୁପାତ ଅନୁଯାୟୀ ଶୌଚାଳୟ ସଂଖ୍ୟା, ପାନୀୟ ଜଳର ସୁବିଧା, ତିନି ମହଲା କୋଠା କିମ୍ବା ୧୦ ହଜାର ୬୭୪ ବର୍ଗଫୁଟରୁ ଅଧିକ ଆକାରର ଘର ଥିଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ପ୍ରମାଣପତ୍ର ମିଳିଛି କି ନାହିଁ ତାହାର ଯାଞ୍ଚ କରାଯାଉଛି।
ତଦନ୍ତକାରୀ ଟିମ୍‌ ତଥ୍ୟ ଅନୁଯାୟୀ, ଯାଞ୍ଚ ବେଳେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠାରେ ଛାତ୍ରୀଛାତ୍ରଙ୍କ ଅନୁପାତ ଅନୁଯାୟୀ ତାଲିମପ୍ରାପ୍ତ ଉପଯୁକ୍ତ ଯୋଗ୍ୟତାଧାରୀ ଶିକ୍ଷୟିତ୍ରୀ, ଶିକ୍ଷକ ନାହାନ୍ତି। ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କ୍ଲାସ ଅନୁସାରେ ଅର୍ଥ ପ୍ରଦାନ କରି ପାଠ ପଢ଼ା ଚାଲିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପଢ଼ା ହେବାର ନିୟମ ଥିବାବେଳେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରମାନଙ୍କୁ ଶ୍ରେଣୀଗୃହ ଏବଂ ଶିକ୍ଷୟିତ୍ରୀ ଅଭାବରୁ ଶିଫ୍ଟ ଅନୁଯାୟୀ ପଢ଼ା ହେଉଛି। ନିଜସ୍ବ ଶ୍ରେଣୀ ଗୃହ, ବିଜ୍ଞାନାଗାର ଇତ୍ୟାଦି ନ କରି ପୂର୍ବବତ୍‌ ଗୋଟିଏ କୋଠା ଘରେ ସମସ୍ତ ବିଷୟ ପଢ଼ା ଚାଲିଛି। ବହୁ ବିଦ୍ୟାଳୟର ଛାତ୍ରୀ ଏବଂ ଛାତ୍ରାବାସ ଭଡ଼ା ଘରେ ଅସୁରକ୍ଷିତ ଭାବେ ଚାଲିଛି। ଶୌଚାଳୟ ସଫା କରାଯାଉନାହିଁ, ଶ୍ରେଣୀ ଗୃହ ଅସୁରକ୍ଷିତ, ଖାଦ୍ୟ, ପାନୀୟ ବ୍ୟବସ୍ଥା ଅସ୍ବାସ୍ଥ୍ୟକର ଥିବା ଦେଖାଯାଇଛି। ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ବହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯାଞ୍ଚ ସରିଛି। ବାକି ସବୁର ଯାଞ୍ଚ ସରିବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ। ସିଟ୍‌ ସଂଖ୍ୟା ବୃଦ୍ଧି ଏବଂ ସ୍ଥାୟୀ ସ୍ବୀକୃତି ପାଇଁ ଆବେଦନ କରିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ଷ୍ଟାଟସ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri