‘ଭିନ୍ନକ୍ଷମଙ୍କ ନିଯୁକ୍ତି ବୃଦ୍ଧି ପାଇଁ ଘରୋଇ ଉଦ୍ୟୋଗ ସହଯୋଗ ଲୋଡ଼ା’

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ଅତ୍ୟନ୍ତ ଲୋଡ଼ା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା କହିଛନ୍ତି। ଏଥିସହିତ ଭିନ୍ନକ୍ଷମମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟଗୁଡ଼ିକରେ ସ୍ବତନ୍ତ୍ର ଆଇଟିଆଇ ଖୋଲାଯିବା, ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ଜାତୀୟ କର୍ମଶାଳାରେ ଯୋଗ ଦେଇ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ ସୂଚନା ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଜାତୀୟ କର୍ମଶାଳାରେ ଭିନ୍ନକ୍ଷମମାନଙ୍କ ସାମାଜିକ ଓ ଆଇନଗତ ସଶକ୍ତୀକରଣ, ଭିନ୍ନକ୍ଷମ ଶିଶୁମାନଙ୍କ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି ସାଙ୍ଗକୁ ଜିଲାସ୍ତରରେ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଉପଲବ୍ଧିଗୁଡ଼ିକ ଉପରେ ଆଲୋଚନା ହୋଇଛି।
ରାଜ୍ୟରେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ବିଭିନ୍ନ ପଦକ୍ଷେପ ରୂପାୟନ ନେଇ ମନ୍ତ୍ରୀ ପଣ୍ଡା କହିଛନ୍ତି ଯେ ବାର୍ଷିକ ୨୩ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଚାଲୁ ରହିଥିବାବେଳେ ୬ଟି ଜିଲାରେ ସମନ୍ବିତ ଭିତ୍ତିଭୂମି ବିକାଶ ପୁଞ୍ଜ କାର୍ଯ୍ୟ କରୁଛି। ଆଉ ୪ଟି ଜିଲାରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପ୍ରତି କେନ୍ଦ୍ର ପାଇଁ ୪୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଶିକ୍ଷାକ୍ଷେତ୍ରରେ ବାଣୀଶ୍ରୀ ବୃତ୍ତି ୨୨ ହଜାରରୁ ଅଧିକ ବିଦ୍ୟାର୍ଥୀଙ୍କୁ ଦିଆଯାଉଥିବାବେଳେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ମାଗଣା ଲାପ୍‌ଟପ ଯୋଗାଇ ଦିଆଯାଉଛି। ବ୍ରହ୍ମପୁରସ୍ଥିତ ଅତ୍ୟାଧୁନିକ ବ୍ରେଲ୍‌ ପ୍ରେସ୍‌ରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ୨୦୨୧-୨୨ ବର୍ଷରେ ପ୍ରାୟ ୩୭ ହଜାର ବ୍ରେଲ୍‌ ପାଠ୍ୟପୁସ୍ତକ, ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ବ୍ରେଲ୍‌ ପୃଷ୍ଠା ଏବଂ ଓଡ଼ିଆ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇପାରିଛି। ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ସହାୟତା ପ୍ରଦାନ କରାଯାଉଛି। ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସହରରେ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ମଧୁବାବୁ ପେନ୍‌ସନ ଯୋଜନାରେ ୯୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ଦର୍ଶାଇ ଭିନ୍ନକ୍ଷମ ସଶକ୍ତୀକରଣକୁ ଓଡ଼ିଶା ବିଶେଷ ଗୁରୁତ୍ୱ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ ଏହି ଜାତୀୟ କର୍ମଶାଳାରେ ଯୋଗ ଦେଇଛନ୍ତି। ଜାତୀୟ କର୍ମଶାଳାକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଉଦ୍‌ଘାଟନ କରିଥିବାବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀ, ବିଭିନ୍ନ ରାଜ୍ୟର ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସାମାଜିକ ସୁରକ୍ଷା ବିଶେଷଜ୍ଞମାନେ ଏହି ଜାତୀୟ କର୍ମଶାଳାରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri