ରାଜଧାନୀରେ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ରୁମକୁ ଡାକି ପୁରୁଷ ବନ୍ଧୁ…..

ଭୁବନେଶ୍ବର,୧୩ା୫ : ରାଜଧାନୀ ଭୁବନେଶ୍ବରରୁ ପୁଣି ଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଘରୋଇ ଇଞ୍ଜେନିୟରିଂ କଲେଜ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଇନଫୋଭାଲି ଥାନା ଅଞ୍ଚଳ ଏକ ଘରୋଇ ମେସରେ ଏହି ଅଭାବନୀୟ ଘଟଣା ହୋଇଥିବା ନେଇ ସୂଚନା ରହିଛି । ପୁରୁଷବନ୍ଧୁଙ୍କ ରୁମରେ ବଳାତ୍କାର ହୋଇଥିବା ନେଇ ଏତଲା ହୋଇଛି ।

ଅଭିଯୋଗ ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ତଦନ୍ତ କରି ପୁରୁଷ ବନ୍ଧୁଙ୍କ ସମେତ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ ପୋଲିସ।

 

Dharitri – Odisha’s No.1 Odia Daily

Share