ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି। ରଶ୍ମିକାଙ୍କ ମା’ ସୁମନ ମନ୍ଦାନାଙ୍କର ଏକ ପୁରୁଣା ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରଶ୍ମିକା ଓ ରକ୍ଷିତ ଶେଟ୍ଟୀଙ୍କ ବ୍ରେକଅପ୍ ବିଷୟରେ ଆଲୋଚନା କରାଯାଇଛି।

ଗତ ଫେବୃଆରୀ ୨୬ ତାରିଖରେ ରଶ୍ମିକା ଓ ବିଜୟଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଏହାର କିଛି ସପ୍ତାହ ପରେ ଏହି ଅଡିଓ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହା ପ୍ରାୟ ୮ ବର୍ଷ ତଳେ ଏକ କନ୍ନଡ ନ୍ୟୁଜ୍ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରର ଅଂଶବିଶେଷ। ଏଥିରେ ସୁମନ ମନ୍ଦାନା କହିଛନ୍ତି, ରକ୍ଷିତ ଶେଟ୍ଟୀଙ୍କ ପରିବାର ପକ୍ଷରୁ ରଶ୍ମିକାଙ୍କୁ ବିବାହ ପରେ ଅଭିନୟ ଛାଡ଼ିବା ପାଇଁ ସୋସିଆଲ ମିଡିଆରେ ଘୋଷଣା କରିବାକୁ ଚାପ ପକାଯାଉଥିଲା।

ରକ୍ଷିତ ଛୋଟ ଛୋଟ କଥାରେ ବିବାଦ କରୁଥିଲେ ଏବଂ ରଶ୍ମିକାଙ୍କ କ୍ୟାରିୟର ସମ୍ପର୍କିତ ନିଷ୍ପତ୍ତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ। ‘ଗୀତା ଗୋବିନ୍ଦମ୍’ ଚଳଚ୍ଚିତ୍ର ସମୟରେ ଉଭୟ ପରିବାର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ରଶ୍ମିକାଙ୍କ ମା’ଙ୍କୁ କ୍ଷମା ମାଗିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା।

ଏହି ଅଡିଓ ଭାଇରାଲ ହେବା ପରେ ରଶ୍ମିକା ସୋସିଆଲ ମିଡିଆ ପ୍ଲାଟଫର୍ମ’ରେ ଏକ ଲମ୍ବା ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ଗତ ୮ ବର୍ଷ ଧରି ମୋ ବିରୋଧରେ କ୍ରମାଗତ ଭାବେ ଅପପ୍ରଚାର ଚାଲିଛି। ମୋ କଥାକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଯାହା ଘଟିଛି, ତାହା ସୀମା ଅତିକ୍ରମ କରିଛି। ୮ ବର୍ଷ ତଳର ଘରୋଇ କଥାବାର୍ତ୍ତାକୁ ବିନା ଅନୁମତିରେ ଭାଇରାଲ କରିବା ମୋର ଗୋପନୀୟତାର ଗୁରୁତର ଉଲ୍ଲଂଘନ।”

ରଶ୍ମିକା ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ବର୍ତ୍ତମାନର ବ୍ୟକ୍ତିଗତ ଜୀବନରେ ଖୁସି ସମୟ ଚାଲିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଏହି ବିବାଦ ସୃଷ୍ଟି କରାଯାଉଛି। ଯଦି ଏହି ବିଭ୍ରାନ୍ତିକର ପୋଷ୍ଟଗୁଡ଼ିକୁ ହଟା ନଯାଏ, ତେବେ ସେ ଆଇନର ସାହାଯ୍ୟ ନେବେ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ଇରାନରେ ଫସିଛନ୍ତି ୯୦୦୦ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୧୨ା୩: ଇରାନରେ ୯୦୦୦ ଭାରତୀୟ ଫସି ରହିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇ କହିଛନ୍ତି,…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

ଆରାବଳୀ ପର୍ବତମାଳାରେ ବର୍ଷକୁ ୧୩.୮% ମୃତ୍ତିକା କ୍ଷୟ, ବନୀକରଣ ବୃଦ୍ଧି ପାଇଥିଲେ ବି…

ନୂଆଦିଲ୍ଲୀ,୧୨ା୩ (ପି.ଟି.): ଆରାବଳୀ ପର୍ବତମାଳାର ପରିବେଶ କ୍ଷୟକ୍ଷତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ବୁଧବାର ସାମ୍ନାକୁ ଆସିଛି। ୨୦୧୭ରୁ ୨୦୨୪ ମଧ୍ୟରେ ଆରାବଳୀ ଅଞ୍ଚଳରେ ବାର୍ଷିକ ହାରାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri