Posted inଜାତୀୟ

ପ୍ରିଭେସି ପଲିସି ସ୍ଥଗିତ

ନୂଆଦିଲ୍ଲୀ,୧୦ା୭: କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଡାଟା ସୁରକ୍ଷା ବିଲ୍‌ ଆଣି ଏହାକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ନିଜ ନୂଆ ପ୍ରିଭେସି ପଲିସିକୁ ସ୍ଥଗିତ ରଖିଛି। ୟୁଜର୍ସଙ୍କୁ ନୂଆ ପ୍ରିଭେସି ପଲିସି ଆପଣାଇବା ପାଇଁ ଉକ୍ତ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ କମ୍ପାନୀ ବାଧ୍ୟ କରିବ ନାହିଁ। ପ୍ରିଭେସି ପଲିସି ଉପରେ ହ୍ବାଟ୍ସଆପ୍‌ ନିଜେ ରୋକ ଲଗାଇଛି। ପାର୍ଲାମେଣ୍ଟ ଏହାକୁ ଅନୁମତି ଦେବା ପରେ ଲାଗୁ କରାଯିବ ବୋଲି ଶୁକ୍ରବାର ହ୍ବାଟ୍ସଆପ୍‌ ଲିମିଟେଡ୍‌ ଲାୟାବିଲିଟି କମ୍ପାନୀ (ଏଲ୍‌ସିସି) ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏହାର ତାତ୍ପର୍ଯ୍ୟ ହେଉଛି ହ୍ବାଟ୍ସଆପ୍‌କୁ ଏହାର ନିଜସ୍ବ ନୀତି ସହ ଅନୁମତି ମିଳିଲେ ଭାରତରେ କାମ କରିବ। ନଚେତ୍‌ ଦେଶରେ ବ୍ୟବସାୟ ବନ୍ଦ କରିଦେବ।
କେନ୍ଦ୍ର ସରକାର ହ୍ବାଟ୍ସଆପ୍‌ର ପ୍ରିଭେସି ପଲିସିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ, ଡାଟା ପ୍ରୋଟେକ୍ସନ ବିଲ୍‌ ନ ଆସିବା ପର୍ଯ୍ୟନ୍ତ ନୂଆ ପ୍ରିଭେସି ପଲିସି ଉପରେ ସମ୍ମତି ଦେବାକୁ ଏହି ସୋସିଆଲ ମେସେଜିଂ ପ୍ଲାଟ୍‌ଫର୍ମ ନିଜ ୟୁଜର୍ସମାନଙ୍କୁ ବାଧ୍ୟ କରୁଛି। କୌଶଳ କରି ସେମାନଙ୍କ କନ୍‌ସେଣ୍ଟ ନେଉଛି। ତେଣୁ ହ୍ବାଟ୍ସଆପ୍‌କୁ ଏହାର ନୂଆ ପ୍ରିଭେସି ପଲିସି ଓ ସେବା ସର୍ତ୍ତ କାର୍ଯ୍ୟକାରୀ କରିବାରୁ ନିବୃତ୍ତ କରାଯାଉ। ଇତିମଧ୍ୟରେ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସିକୁ ନେଇ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ (ସିସିଆଇ)
ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜୁନ୍‌ ୨୩ରେ ଉକ୍ତ ନିର୍ଦ୍ଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେବା ପରେ ଫେସ୍‌ବୁକ୍‌ ଓ ଏହାର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ଜ୍ୟୋତି ସିଂଙ୍କ ଖଣ୍ଡପୀଠରେ ଶୁକ୍ରବାର ଉକ୍ତ ଆବେଦନର ଶୁଣାଣି ହୋଇଛି। ହ୍ବାଟ୍ସଆପ୍‌ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ କମ୍ପାନୀର ପକ୍ଷ ରଖି ସ୍ପଷ୍ଟ କରିଛନ୍ତି ଯେ, ଉକ୍ତ ନୀତି ଉପରେ ଆମେ ସ୍ବେଚ୍ଛାକୃତ ଭାବେ ରୋକ ଲଗାଇଛୁ। ଏହାକୁ ଗ୍ରହଣ କରିବା ପାଇଁ ଲୋକଙ୍କୁ ବାଧ୍ୟ କରିପାରିବୁ ନାହିଁ। ନୂଆ ପ୍ରିଭେସି ପଲିସି ଆପଣାଉ ନ ଥିବା ବ୍ୟବହାରକାରୀଙ୍କ କାର୍ଯ୍ୟକାରିତାକୁ ସୀମିତ କରାଯିବ ନାହିଁ। ଅର୍ଥାତ ୟୁଜର୍ସ ଯେଉଁ ସୁବିଧା ପାଉଥିଲେ ତାହା ଜାରି ରହିବ। ସାଲ୍‌ଭେଙ୍କ ଯୁକ୍ତିକୁ ନେଇ ଖଣ୍ଡପୀଠ କହିଥିଲେ, ପ୍ରିଭେସି ପଲିସିର କାର୍ଯ୍ୟକାରିତା ଉପରେ ରୋକ ଲଗାଇଲେ ବି ଏହା ଜାରି ରହିବ। ହ୍ବାଟ୍ସଆପ୍‌ ଏହାକୁ କାର୍ଯ୍ୟକାରୀ କରୁନାହିଁ, କିନ୍ତୁ ପଲିସି ଏହା ସହିତ ରହିବ। ଏହା କୌଣସି ଦିନ ଆସିପାରେ। ସାଲଭେ ଦୋହରାଇଥିଲେ, ଡାଟା ପ୍ରୋଟେକ୍ସନ ବିଲ୍‌ ନ ଆସିବା ଯାଏ କମ୍ପାନୀର ଆଭିମୁଖ୍ୟ ବଜାୟ ରହିବ। ପାର୍ଲାମେଣ୍ଟରେ ଏସମ୍ପର୍କିତ ଆଇନ ନ ଆସିବା ପର୍ଯ୍ୟନ୍ତ କିଛି କରାଯାଇପାରିବ ନାହିଁ। ସଂସଦ ଅନୁମତି ଦେଲେ ଏହାକୁ କାର୍ଯ୍ୟକାରୀ କରାଯିବ। ଅନୁମତି ନ ଦେଲେ ଦୁର୍ଭାଗ୍ୟ। ସାଲଭେ ଆହୁରି ଯୁକ୍ତି ବାଢ଼ିଥିଲେ ଯେ, ତଦନ୍ତ ଆରମ୍ଭ ହେବା ପରଠାରୁ ପ୍ରିଭେସି ପଲିସି ସାମୟିକ ଭାବେ ସ୍ଥଗିତ ରହିଛି। ହାଇକୋର୍ଟ କହିଥିଲେ, ହ୍ବାଟ୍ସଆପ୍‌ର ପ୍ରିଭେସି ପଲିସି ୟୁରୋପ ପାଇଁ ଅଲଗା ଓ ଭାରତ ଲାଗି ଭିନ୍ନ ଥିବା ଅଭିଯୋଗ ହେଉଛି। ଏହି ପ୍ରଶ୍ନ ହ୍ବାଟ୍ସଆପ୍‌କୁ କରାଯାଉଛି। କିନ୍ତୁ କମ୍ପାନୀ କେଉଁଠି ହେଲେ ଏହାର ଉତ୍ତର ରଖିଛି କି? ଏହି ପିଟିଶନରେ ମଧ୍ୟ କେଉଁଠି ଏନେଇ ଉଲ୍ଲେଖ କରାଯାଇ ନାହିଁ। ୟୁରୋପ ଓ ଭାରତ ପାଇଁ ଉଦ୍ଦିଷ୍ଟ ପ୍ରିଭେସି ପଲିସିରେ ଭିନ୍ନତା ନ ଥିବା ବିଷୟ ହ୍ବାଟ୍ସଆପ୍‌ କେଉଁଠି ଦର୍ଶାଇଛି? ସାଲ୍‌ଭେ କହିଥିଲେ, ଏହାର ଏକ ଜେନେରିକ୍‌ ଉତ୍ତର ରହିଛି। ପ୍ରଥମେ ପାର୍ଲାମେଣ୍ଟକୁ ପର୍ସନାଲ ପ୍ରୋଟେକ୍ସନ ବିଲ୍‌ ଆଣିବାକୁ ଦିଆଯାଉ। ଏଥିରେ ହ୍ବାଟ୍ସଆପ୍‌କୁ ନିଜ ନୀତି ସହ କାମ କରିବାକୁ ଅନୁମତି ମିଳିଲେ ଭଲ। ନ ମିଳିଲେ ହ୍ବାଟ୍ସଆପ୍‌ ଭାରତରେ ଦୋକାନ ବନ୍ଦ କରିଦେବ। ସେ କହିଥିଲେ, ଜୁନ୍‌ ୪ରେ ହ୍ବାଟ୍ସଆପ୍‌ ସିସିଆଇଙ୍କଠାରୁ ଏକ ପତ୍ର ପାଇଥିଲା। ସେଥିରେ ପ୍ରିଭେସି ପଲିସି ନେଇ ପ୍ରତ୍ୟକ୍ଷ ସୂଚନା ମଗାଯାଇଥିଲା, ଯାହା ଉପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାର କରୁଛନ୍ତି। ସିସିଆଇଙ୍କ ତଦନ୍ତ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ ହ୍ବାଟ୍ସଆପ୍‌କୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି ସାଲ୍‌ଭେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଫେସ୍‌ବୁକ୍‌ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ପ୍ରିଭେସି ପଲିସିକୁ ନେଇ ସିସିଆଇ ତଦନ୍ତ ଆରମ୍ଭ କରିଛନ୍ତି, ଯେତେବେଳେ କି ଏହା ଉପରେ ଦୁଇଟି ହାଇକୋର୍ଟରେ ଚ୍ୟାଲେଞ୍ଜ ପିଟିଶନ ବିଚାରାଧୀନ ରହିଛି। ସିସିଆଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି କହିଥିଲେ, ପ୍ରିଭେସି ପଲିସି ଜାରି ରହିଥିବା ପର୍ଯ୍ୟନ୍ତ ଏହାର ନିହିତାର୍ଥ ବଳବତ୍ତର ରହିବ। ସିସିଆଇଙ୍କ ନିକଟରେ ଉକ୍ତ ପ୍ରସଙ୍ଗ କେବଳ ତଦନ୍ତ ସ୍ତରରେ ରହିଛି। ପ୍ରକାଶ ଯେ, ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌ (ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଧେୟକ)ରେ ବ୍ୟକ୍ତିଙ୍କ ଡାଟାକୁ ସରକାର ଓ ଘରୋଇ କମ୍ପାନୀଗୁଡ଼ିକର ବ୍ୟବହାର ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି। ଉକ୍ତ ବିଲ୍‌କୁ ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟିକୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ପର୍ଯ୍ୟନ୍ତ ରିପୋର୍ଟ ଦାଖଲ ପାଇଁ ସମୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri