Posted inଖେଳ

ପୃଥ୍ୱୀ ଶ’ଙ୍କ ଦମଦାର କମବ୍ୟାକ୍: ଆହତରୁ ଫେରି ଖେଳିଲେ ଶତକୀୟ ଇନିଂସ

ନୂଆଦିଲ୍ଲୀ,୯/୨: ଭାରତୀୟ କ୍ରିକେଟ୍ ଦଳର ଓପନର୍ ପୃଥ୍ୱୀ ଶ’ ଦୀର୍ଘଦିନ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଘାତ ହେତୁ ୬ ମାସ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଏହି ଡାହାଣହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ରଣଜୀ ଟ୍ରଫି ମାଧ୍ୟମରେ କ୍ରିକେଟକୁ ଫେରିଛନ୍ତି। ପୃଥ୍ୱୀ ରଣଜୀ ଟ୍ରଫି ୨୦୨୪ ରେ ମୁମ୍ବାଇ ପାଇଁ ଖେଳୁଛନ୍ତି। ଅବଶ୍ୟ ପ୍ରୀତି ବେଙ୍ଗଲ ବିପକ୍ଷରେ ୩୫ ରନ୍ ସ୍କୋର କରିଥିଲେ କିନ୍ତୁ ଛତିଶଗଡ ବିପକ୍ଷରେ ସେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ପୃଥ୍ୱୀଙ୍କ ଶତକ ବଳରେ ମୁମ୍ବାଇ ଛତିଶଗଡ ବିପକ୍ଷରେ ଭଲ ଆରମ୍ଭ କରିଛି।

୨୪ ବର୍ଷୀୟ ପୃଥ୍ୱୀ ଶାହିଦ୍ ଭୀର ନାରାୟଣ ସିଂ ଷ୍ଟାଡିୟମରେ ରଣଜୀ ଟ୍ରଫି ୨୦୨୪ ଅଧୀନରେ ଖେଳାଯାଉଥିବା ମୁମ୍ବାଇ ବନାମ ଛତିଶଗଡ ମ୍ୟାଚରେ ୧୦୨ ବଲରେ ଶତକ ପୂରଣ କରିଥିଲେ। ସେ ୧୩ ଚୌକା ଓ ୨ ଛକା ମାରିଥିଲେ। ୮୦ ଇନିଂସରେ ଏହା ପୃଥ୍ୱୀ ତାଙ୍କର୧୩ ତମ ପ୍ରଥମ ଶ୍ରେଣୀ ଶତକ। ସେ ୪୩ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଖବର ଲେଖାହେଲା ବେଳକୁ ୧୮୩ ବଲରେ ପୃଥ୍ୱୀ ୧୫୮ ରନ୍ କରି ଅପରାଜିତ ରହିଛନ୍ତି। ପ୍ରଥମ ଇନିଂସରେ ମୁମ୍ବାଇ କୌଣସି ୱିକେଟ୍ ନ ହରାଇ ୬୦ଓଭରରେ ୨୪୨ ରନ୍ ସଂଗ୍ରହ କରିଛି।

ଗତ ବର୍ଷ ଅଗଷ୍ଟରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍ ଖେଳିବାବେଳେ ପୃଥ୍ୱୀ ଶ’ ଆହତ ହୋଇଥିଲେ। ନର୍ଥମ୍ପଟାୟଶାୟାର ବିପକ୍ଷରେ ରୟାଲ ଲଣ୍ଡନ ୱାନ ଡେ କପରେ ସେ ଏହି ଆଘାତ ପାଇଥିଲେ। ଏହା ପରେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା। ୨୦୧୮ ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ପୃଥ୍ୱୀ ୫ ଟି ଟେଷ୍ଟ, ୬ ଟି ଦିନିକିଆ ଏବଂ ଗୋଟିଏ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ମ୍ୟାଚ୍ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri