Posted inଫୁରସତ

ଏମିତି ଜେଲ୍‌, ଯେଉଁଠି କଏଦୀମାନଙ୍କ ଉପରେ ନ ଥାଏ କଟକଣା, ରୁହନ୍ତି ପରିବାର ସହ

ଜୟପୁର: ରାଜସ୍ଥାନରେ ଏକ ନିଆରା ଜେଲ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି। ଏହି ଜେଲରେ ଥିବା କଏଦୀମାନଙ୍କ ଉପରେ ବିଶେଷ କଟକଣା ନ ଥାଏ। ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍‌ ସେଣ୍ଟରରେ ଲୋକଙ୍କୁ ଜଳଖିଆ ଖୁଆଇ କିମ୍ବା ମୋଟରସାଇକେଲ ସଜାଡ଼ି ନିଜ ଜୀବିକା ନିର୍ବାହ କରିପାରିଥାନ୍ତି। ଉକ୍ତ ଜେଲ କ୍ୟାମ୍ପସ୍‌ ଭିତରେ ଏକ ସ୍କୁଲ ମଧ୍ୟ ରହିଛି, ଯେଉଁଠାରେ କଏଦୀଙ୍କ ପିଲାମାନେ ପଢ଼ିପାରନ୍ତି।
ଜୟପୁରର ସାଙ୍ଗାନେରଠାରେ ଭାରତର ସବୁଠାରୁ ବଡ଼ ଖୋଲା ଜେଲ୍‌ ‘ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ଖୁଲା ବନ୍ଦୀ ଶିବିର’ ରହିଛି। ଏହି ଜେଲରେ ସମ୍ପ୍ରତି ୩୭୦ରୁ ଅଧିକ କଏଦୀ ନିଜ ପରିବାର ସହ ରହୁଛନ୍ତି। ତେବେ ଏହି ଜେଲରେ କଏଦୀମାନେ କେବଳ ବନ୍ଦୀ ଭାବରେ ରୁହନ୍ତି ନାହିଁ ବରଂ ସେମାନେ ଏକ ବ୍ୟବସ୍ଥା ଅଧୀନରେ ରୁହନ୍ତି, ଯାହା ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ସହ ସ୍ବାଧୀନତା ପ୍ରଦାନ କରିଥାଏ। ଯେଉଁ କଏଦୀମାନେ ସେମାନଙ୍କୁ ମିଳିଥିବା ଦଣ୍ଡର ଏକ ତୃତୀୟାଂଶ ସମୟ ଭଲ ଆଚରଣ ବଜାୟ ରଖି ଅତିବାହିତ କରିଥାନ୍ତି, ସେମାନଙ୍କୁ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ଖୁଲା ବନ୍ଦୀ ଶିବିରକୁ ସ୍ଥାନାନ୍ତରିତ କରାଯିବା ସହ ନିଜ ପରିବାର ସହ ରହିବାକୁ ଅନୁମତି ମିଳିଥାଏ। କଏଦୀମାନେ ନିଜ ଜୀବିକା ନିର୍ବାହ କରିବା ପାଇଁ ଦିନରେ ବାହାରକୁ ଯାଇ ସା ସୁଦ୍ଧା ଜେଲକୁ ଫେରିଥାନ୍ତି। ଏହି କଏଦୀମାନେ ଜେଲ ମଧ୍ୟରେ ମୋବାଇଲ୍‌ ଫୋନ୍‌ର ବ୍ୟବହାର କରିପାରନ୍ତି, ଟେଲିଭିଜନ ଦେଖିପାରନ୍ତି ଏବଂ ନିଜ ପିଲାଙ୍କୁ ସ୍କୁଲ ମଧ୍ୟ ପଠାଇପାରନ୍ତି।
ଏହି ଜେଲ’ର ନିଜସ୍ବ ପଞ୍ଚାୟତ ରହିଛି। ଜେଲ ମଧ୍ୟରେ ଦେଖା ଦେଉଥିବା ବିଭିନ୍ନ ବିବାଦର ସମାଧାନ ପାଇଁ କଏଦୀମାନେ ନିଜ ମଧ୍ୟରୁ ଜଣଙ୍କୁ ସରପଞ୍ଚ ଭାବେ ଭୋଟ ଦେଇ ଜିତାଇଥାନ୍ତି। ନିର୍ବାଚିତ ସରପଞ୍ଚ କଏଦୀମାନଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ବିଭିନ୍ନ ବିବାଦର ମଧ୍ୟସ୍ଥତା କରିବାରେ ସାହାଯ୍ୟ କରନ୍ତି। ପାରମ୍ପରିକ ଭାରତୀୟ ଗ୍ରାମସଭା ପରି ଆଲୋଚନା ଏବଂ ସହମତି ମାଧ୍ୟମରେ ଏହି ଜେଲ ମଧ୍ୟରେ ଦେଖା ଦେଇଥିବା ବିଭିନ୍ନ ମତଭେଦର ସମାଧାନ ହୋଇଥାଏ। ଏହି ବ୍ୟବସ୍ଥା କଏଦୀମାନଙ୍କୁ ସମାଜ ସହ ଯୋଡ଼ି ହୋଇ ରହିବାକୁ ଅନୁମତି ଦେଇଥାଏ। ଉକ୍ତ ମଡେଲକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ ସାରା ଦେଶରେ ଏପରି ମଡେଲ ଲାଗୁ ପାଇଁ ସୁପାରିସ କରିଥିବା ନେଇ ଜେଲ’ର ସୁପରିଣ୍ଟେଣ୍ଡେଣ୍ଟ ରାକେଶ ମୋହନ ଶର୍ମା କହିଛନ୍ତି। ପ୍ରକାଶ ଯେ, ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ ବିଚାରପତିଙ୍କ ୫ ଜଣିଆ ଏକ ଦଳ ଏହି ଖୋଲା ଜେଲ ପରିଦର୍ଶନ କରିବା ସହ ଏଠାରେ ରହୁଥିବା କଏଦୀଙ୍କ ସହ ଆଲୋଚନା କରିଥିଲେ। ବିଚାରପତିଙ୍କ ଉକ୍ତ ଟିମ୍‌ ଏହି ଖୋଲା ଜେଲ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସମାନ ମଡେଲ ଆପଣାଇବାକୁ ଅନ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri