ଜେଲରୁ କଏଦୀ ଫେରାର

ଭବାନୀପାଟଣା,କର୍ଲାମୁଣ୍ଡା/ରୁପ୍ରାରୋଡ,୧୪।୨(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର ହୋଇଥିବା ଜଣାପଡିଛି। ଫେରାର୍‌ କଏଦୀ ଜଣକ ନର୍ଲା ଥାନା ରୁପ୍ରାରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝି। ଏକ ଘରୋଇ ଗଣ୍ଡଗୋଳ ମାମଲାରେ ନର୍ଲା ପୋଲିସ ବିଶାମିତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଫଳରେ ସେ ଗତ ଡିସେମ୍ବରରୁ ମ. ରାମପୁର ସବ୍‌ଜେଲରେ ରହୁଥିଲେ। ରବିବାର କୌଶଳ କ୍ରମେ ଜେଲରୁ ସେ ଫେରାର ହୋଇଛନ୍ତି। ପୋଲିସ କଏଦୀଙ୍କ ଗାଁକୁ ଯାଇ ବୁଝାବୁଝି କରିଥିଲେ ହେଁ କୌଣସି ସନ୍ଧାନ ମିଳି ନ ଥିବା ଜଣାପଡିଛି। ପରେ ମ. ରାମପୁର ଥାନାରେ ଅଭିଯୋଗ କରାଯାଇଛି। କଏଦୀ ଫେରାର ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।