Posted inଜାତୀୟ

ବଢ଼ୁଛି ହାଜତ ହିଂସା

ନୂଆଦିଲ୍ଲୀ, ୯।୮(ଆଇଏଏନ୍‌ଏସ୍‌): ସପ୍ତାହେ ପରେ ଭାରତ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର ଦେଇଛି। କୌଣସି ବ୍ୟକ୍ତି ମୁକ୍ତ ଭାବେ ଜୀବନ ଅତିବାହିତ କରିବା ଅଧିକାରରୁ ବଞ୍ଚତ୍ତ ହେବେ ନାହିଁ ବୋଲି ଏହି ଧାରା କହିଥାଏ। କିନ୍ତୁ ଆଇନ ରକ୍ଷକ ପୋଲିସର କାର୍ଯ୍ୟକଳାପକୁ ଦେଖିଲେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଥାଏ। ଦେଶର ଥାନାଗୁଡ଼ିକରେ ହାଜତ ହିଂସା ବୃଦ୍ଧି ପାଇବା ଏହାର ଜ୍ୱଳନ୍ତ ପ୍ରମାଣ। ମିଥ୍ୟା ମାମଲାରେ ଲୋକଙ୍କୁ ଫସାଇ ମାଡ଼ ମାରିବା, ଦୋଷ ମନାଇବା ଲାଗି ଅଭିଯୁକ୍ତଙ୍କୁ ମରଣାନ୍ତକ ନିର୍ଯାତନା ଦେବା, ମହିଳା ହୋଇଥିଲେ ଥାନା ଭିତରେ ବଳାତ୍କାର କରିବା ଭଳି ଗଦା ଗଦା ନଜିର ପୋଲିସର ଚାଲିଚଳଣ ଓ ବ୍ୟବହାର ଉପରେ ପ୍ରଶ୍ନଚିହ୍ନ ଲଗାଇଆସିଛି। ହାଜତ ହିଂସାକୁ ରୋକିବା ପାଇଁ ଆଇପିସି ଦଫା ୩୩୦, ୩୩୧, ୩୪୮; ସାକ୍ଷ୍ୟ ପ୍ରମାଣ ଆଇନ ଧାରା ୨୫, ୨୬; ସିଆର୍‌ପିସି ଧାରା ୭୬ ଏବଂ ପୋଲିସ ଆକ୍ଟ ଧାରା ୨୯ରେ ବ୍ୟବସ୍ଥା ରହିଛି। ହାଜତ ମୃତ୍ୟୁ ଓ ନିର୍ଯାତନା ବଢ଼ିବାରେ ଲାଗିଛି। ଏହି ନିଷ୍ଠୁର ବାସ୍ତବତାକୁ ନେଇ ରବିବାର ଚିନ୍ତାବ୍ୟକ୍ତ କରିଛନ୍ତି ଭାରତର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନା।

ଏବେ ମଧ୍ୟ ଥାନା ହାଜତରେ ପୋଲିସ ଅତ୍ୟାଚାର ଜାରି ରହିଛି। ଦେଶର ଥାନାଗୁଡ଼ିକରେ ମାନବାଧିକାରର ସର୍ବାଧିକ ଉଲ୍ଲଂଘନ ହେବା ସହ ଶାରୀରିକ ନିର୍ଯାତନା ଦିଆଯାଉଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ରବିବାର କହିଛନ୍ତି। ଏପରି କି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ପୋଲିସର ଥାର୍ଡ ଡିଗ୍ରୀରୁ ବାଦ୍‌ ପଡ଼ୁନାହାନ୍ତି। ଦେଶବ୍ୟାପୀ ପୋଲିସ ଅଫିସରମାନଙ୍କ ସମ୍ବେଦୀକରଣ କରିବା ପାଇଁ ସିଜେଆଇ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆଇନ ସେବା ମୋବାଇଲ ଆପ୍ଲିକେଶନ ଏବଂ ଏନ୍‌ଏଏଲ୍‌ଏସ୍‌ଏର ଭିଜନ ଓ ମିଶନ ଷ୍ଟେଟ୍‌ମେଣ୍ଟ ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ କହିଛନ୍ତି, ସମସ୍ତଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ଏକ ଅନ୍ତହୀନ ମିଶନ। ଆଇନରେ ଶାସିତ ସମାଜରେ ପରିଣତ ହେବାକୁ ହେଲେ ବିଶେଷ ସୁବିଧା ପାଉଥିବା ଏବଂ ସବୁଠୁ ଅସୁରକ୍ଷିତଙ୍କ ମଧ୍ୟରେ ନ୍ୟାୟ ପାଇବାରେ ଥିବା ବ୍ୟବଧାନକୁ ଦୂର କରିବା ଜରୁରୀ। ନାଗରିକମାନଙ୍କ ବିଶ୍ୱାସ ହାସଲ କରିବାକୁ ହେଲେ ନ୍ୟାୟପାଳିକାକୁ ପ୍ରତ୍ୟେକଙ୍କୁ ଆଶ୍ୱାସନା ଦେବାକୁ ହେବ ଯେ ଆମେ ସେମାନଙ୍କ ପାଇଁ ରହିଛୁ। ସର୍ବାଧିକ ସମୟ ଧରି ଅସୁରକ୍ଷିତମାନେ ନ୍ୟାୟିକ ବ୍ୟବସ୍ଥା ବାହାରେ ରହିଆସିଛନ୍ତି। ସମାନତା ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଉପରେ ଜଷ୍ଟିସ ରମନା ଗୁରୁତ୍ୱ ଦେଇଛନ୍ତି। ଏହି ମୋବାଇଲ ଆପ୍‌ ଗରିବ ଓ ଅବହେଳିତମାନଙ୍କୁ ଆଇନଗତ ସହାୟତା ତଥା କ୍ଷତିପୂରଣ ପ୍ରଦାନରେ ସହାୟକ ହେବ ବୋଲି କହିଛନ୍ତି।
ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଆଇନ ସେବା ଯୋଗାଇଦେବା ତଥା ବିବାଦର ଆପୋସ ସମାଧାନ ପାଇଁ ଲୋକ ଅଦାଲତ ଆୟୋଜନ କରିବା ପାଇଁ ଆଇନ ସେବା କର୍ତ୍ତୃପକ୍ଷ ଆଇନ, ୧୯୮୭ ଅଧୀନରେ ଏନ୍‌ଏଏଲ୍‌ଏସ୍‌ଏ ଗଠନ କରାଯାଇଥିଲା। ସିଜେଆଇ ଏହାର ପାଟ୍ରନ୍‌-ଇନ୍‌-ଚିଫ୍‌ ଅଛନ୍ତି। ସାମ୍ବିଧାନିକ ଘୋଷଣାନାମା ଏବଂ ଗ୍ୟାରେଣ୍ଟି ସତ୍ତ୍ୱେ ଥାନାରେ ପ୍ରଭାବୀ ନ୍ୟାୟିକ ପ୍ରତିନିଧିଙ୍କ ଅଭାବ ଗିରଫ ତଥା ଅଟକ ବ୍ୟକ୍ତିିଙ୍କୁ ବଡ଼ କ୍ଷତି ପହଞ୍ଚାଉଛି। ସେମାନଙ୍କୁ ପୋଲିସ ହାଜତରେ ନିର୍ଯାତନା ଓ ଅତ୍ୟାଚାର ସହିବାକୁ ପଡ଼ୁଛି। ବର୍ତ୍ତମାନ ନିଆଯାଉଥିବା ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଅଭିଯୁକ୍ତ ନିଜକୁ ସୁରକ୍ଷା ଦେବାରେ କେତେ ସମର୍ଥ ତାହା ନିର୍ଦ୍ଧାରଣ କରିବ। ବିଶେଷ ଅଧିକାରପ୍ରାପ୍ତ ବ୍ୟକ୍ତି ମଧ୍ୟ ଥାର୍ଡ ଡିଗ୍ରୀରୁ ବର୍ତ୍ତୁ ନ ଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ସିଜେଆଇ କହିଥିଲେ। ପୋଲିସର ଅତ୍ୟଧିକ ବଳପ୍ରୟୋଗ ରୋକିବାକୁ ହେଲେ ଆଇନଗତ ସହାୟତା ପାଇବା ସାମ୍ବିଧାନିକ ଅଧିକାର ଏବଂ ମାଗଣା ଆଇନଗତ ସହାୟତା ସେବା ପାଇବା ସମ୍ପର୍କିତ ସୂଚନାର ବହୁଳ ପ୍ରସାର ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ ରମନା କହିଛନ୍ତି।
ବ୍ୟୟବହୁଳ ଆଇନଗତ ପ୍ରକ୍ରିୟା ଆଦି ପ୍ରତିବନ୍ଧକ ଯୋଗୁ ସମସ୍ତଙ୍କ ପାଖରେ ଆଇନ ପହଞ୍ଚତ୍ବା ଲକ୍ଷ୍ୟ ପୂରଣ ହେଉନାହିଁ। ଇଣ୍ଟରନେଟ ସଂଯୋଗ ଅଭାବରୁ ଦୁର୍ଗମ ଅଞ୍ଚଳର ଲୋକ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଛି। ମାଗଣା ଆଇନ ସେବା ନେଇ ସଚେତନତା ସୃଷ୍ଟିରେ ପୋଷ୍ଟାଲ ନେଟ୍‌ଓ୍ବର୍କକୁ ବ୍ୟବହାର କରାଯାଇପାରିବ। ଆଇନଗତ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସିଜେଆଇ ବରିଷ୍ଠ ଆଇନଜୀବୀମାନଙ୍କୁ ଅନୁରୋଧ କରିବା ସହ ଏନ୍‌ଏଏଲ୍‌ଏସ୍‌ଏର ସେବା ବାର୍ତ୍ତାକୁ ଗଣମାଧ୍ୟମରେ ପ୍ରସାର କରିବା ପାଇଁ ଆହ୍ବାନ ଦେଇଛନ୍ତି।

୩ ବର୍ଷରେ ୩୪୮ ହାଜତ ମୃତ୍ୟୁ

୨୦୧୮ରୁ ୨୦୨୧ ମଧ୍ୟରେ ଦେଶର ପୋଲିସ ହାଜତରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାବାଦ୍‌ ଅନ୍ୟ ୧,୧୮୯ ଜଣଙ୍କୁ ପୋଲିସ ନିର୍ଯାତନା ସହିବାକୁ ପଡ଼ିଛି। ଏହା ହେଉଛି ସରକାରୀ ହିସାବ, ଯାହାକୁ ଲୋକ ସଭାରେ ଗତ ମଙ୍ଗଳବାର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ମାନିଛନ୍ତି। ନିତ୍ୟାନନ୍ଦ କହିଥିଲେ, ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କଠାରୁ ମିଳିଥିବା ତଥ୍ୟାନୁସାରେ ୨୦୨୦-୨୧ରେ ପୋଲିସ ହାଜତରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅଟକ ଥିବା ୨୩୬ ଜଣଙ୍କ ଉପରେ ପୋଲିସ ବର୍ବର ବ୍ୟବହାର ଦେଖାଇଛି। ୨୦୧୯-୨୦ରେ ଏହି ସଂଖ୍ୟା ଯଥାକ୍ରମେ ୧୧୨ ଓ ୪୧୧ ଥିଲା। ସେହିପରି ୨୦୧୮-୧୯ରେ ହାଜତ ମୃତ୍ୟୁ ସଂଖ୍ୟା ୧୩୬ ଥିବାବେଳେ ୫୪୨ ହାଜତ ନିର୍ଯାତନା ମାମଲା ରୁଜୁ ହୋଇଥିଲା।

ଗିରଫଦାରିର ୨୪ ଘଣ୍ଟା ଭିତରେ ୬୦% ମୃତ୍ୟୁ

 

ବିଗତ ୧୦ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ହାଜତରେ ୬୦% ମୃତ୍ୟୁ ଘଟିଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ର( ୨୧.୫%), ଆନ୍ଧ୍ରପ୍ରଦେଶ(୧୩%) ଓ ଗୁଜରାଟ(୧୧%) ସବୁଠୁ ଆଗରେ ରହିଛି। ୧୦ ବର୍ଷ ଭିତରେ ଦେଶର ମୋଟ ହାଜତ ମୃତ୍ୟୁ ସଂଖ୍ୟା ୧,୦୦୪ ଥିବାବେଳେ ଏହି ୩ ରାଜ୍ୟରେ ଏହାର ପ୍ରାୟ ଅଧା ୪୬୦ ମାମଲା ସାମ୍ନାକୁ ଆସିଛି। ତେବେ ଏନ୍‌ଏଚ୍‌ଆର୍‌ସିରେ ସମସ୍ତ ହାଜତ ମୃତ୍ୟୁର ରିପୋର୍ଟ କରାଯାଉ ନ ଥିବାରୁ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୯ରେ ହାଜତ ମୃତ୍ୟୁକୁ ନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଏବଂ ଏନ୍‌ଏଚ୍‌ଆର୍‌ସି ତଥ୍ୟରେ ତାଳମେଳ ନ ଥିଲା। ସେହିପରି ନ୍ୟାଶନାଲ କ୍ୟାମ୍ପେନ୍‌ ଏଗେନ୍‌ଷ୍ଟ ଟର୍ଚର (ଏନ୍‌ସିଏଟି) ରିପୋର୍ଟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଆହୁରି ଅଧିକ ହାଜତ ମୃତ୍ୟୁ ଓ ନିର୍ଯାତନା ମାମଲା ହୋଇଥିବା ଦର୍ଶାଯାଇଥିଲା। ଗିରଫଦାରିର ୨୪ ଘଣ୍ଟା ମଧ୍ୟରେ ୬୩% ହାଜତ ମୃତ୍ୟୁ ଘଟିଥିବା ଏନ୍‌ସିଏଟି ଦର୍ଶାଇଥିଲା। ଅର୍ଥାତ୍‌ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ହାଜର କରାଇବା ପୂର୍ବରୁ ହିଁ ସେମାନଙ୍କ ଜୀବନ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri