ପୁରବନ୍ଦୀ ଘର- ପ୍ରାଥମିକ ଶିକ୍ଷା

ପୁରବନ୍ଦୀ ଘର ବିଶେଷଭାବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଉଥିଲା। ଏବେ ଆଉ ଏହି ପ୍ରକାର ଘର କେଉଁଠି ନା କେଉଁଠି ଥିବ! ଏହି ଘରର ଗଢ଼ଣ ଶୈଳୀ ହେଉଛି – ଗୋଟେ ଦାଣ୍ଡ ଦୁଆର, ଆଉ ଗୋଟେ ବାଡ଼ି ଦୁଆର। ମଝିରେ ଅଗଣା। ଦାଣ୍ଡ ଦୁଆର, ବାଡ଼ି ଦୁଆର ଆଉ ଘର ଭିତରେ ଯେତକ ଦୁଆର ଥାଏ ସବୁଥିରେ ଯାଉଁଳି କବାଟ। ଇଶାଣ ଶାଳ, ଠାକୁର ଘର, ଧାନ ଚାଉଳ ଘର ଆଦି ସବୁକିଛି ଏହି ପୁରବନ୍ଦୀ ଘର ଭିତରେ। ଗାଁର ଥିଲାବାଲା ଲୋକ ପୁରବନ୍ଦୀ ଘର ତିଆରୁଥିଲେ। ପୁରବନ୍ଦୀ ଘରର ଆଉ ଏକ ନଁା ମଧ୍ୟ ଅଛି-ଖଞ୍ଜାଘର। ଖଞ୍ଜାଘର ବା ପୁରବନ୍ଦୀ ଘର ହେଉଛି ଆୟତ୍ତାକାର କ୍ଷେତ୍ରଭଳି। ପ୍ରତି କୋଠରିର କାନ୍ଥ ଅନ୍ୟ କାନ୍ଥ ସହ ସଂଶ୍ଳିଷ୍ଟ ଥାଏ। କେହି କାହାଠାରୁ ଅଲଗା ନୁହନ୍ତି। ପ୍ରାଥମିକ ଶିକ୍ଷାକୁ ପୁରବନ୍ଦୀ ଘର ବା ଖଞ୍ଜାଘର ସହ ସମବାଚୀ କରି ଆଣିବା ଆଉ ଏକ ଅବସର। ପ୍ରାଥମିକ ଶିକ୍ଷା କେନ୍ଦ୍ରର ନାନାବିଧ ଚିତ୍ର ଆମ ଅନେକଙ୍କର ମଗଜରେ ଅଛି। କେତେ ପରିମାଣରେ ଅଛି ତାହା ଭିନ୍ନ କଥା । ମାତ୍ର ମଗଜରେ ରହିଛି। କହିବାର କାରଣ ହେଲା ଯେତେଯାହା ହେଲେ ମଧ୍ୟ ପ୍ରାଥମିକ ଶିକ୍ଷା ହେଉଛି ଏକ ପୁରବନ୍ଦୀ ଘର। ପ୍ରାଥମିକ ଶିକ୍ଷା କହିଲେ ଆମ ମକଦମ୍‌ମାନଙ୍କରେ ଥିବା ପ୍ରାଥମିକ ଶିକ୍ଷାକେନ୍ଦ୍ର ବା ସ୍କୁଲକୁ ହିଁ ବୁଝାଇଥାଏ। ଶିକ୍ଷକ ଅଭିଭାବକ ଗୋଷ୍ଠୀ, ଛାତ୍ରୀଛାତ୍ର ଓ କାର୍ଯ୍ୟପାଳିକା ବ୍ୟବସ୍ଥାକୁ ପୁରବନ୍ଦୀ ଘରର ଚାରିପ୍ରସ୍ଥ ଘର ଭାବେ ବିଚାର କରାଯାଇପାରେ। ଏହି ଚାରିପ୍ରସ୍ଥ କେହି କାହାଠାରୁ ଅଲଗା ହେଲେ କାନ୍ଥ ପଡ଼ିଯାଏ। ଖଞ୍ଜାଘର ଭାଙ୍ଗିଯାଏ । ପ୍ରାଥମିକ ସ୍କୁଲ ବା ଶିକ୍ଷାକେନ୍ଦ୍ର ଆଣନ୍ତି ତାହାର ପ୍ରଭାବ ସେହି ଅଞ୍ଚଳରେ ପଡ଼େ। ଚାରିପ୍ରସ୍ଥର ସମ୍ପୃକ୍ତ ଯେତେଟାଣ ଏ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଭାବଟି ସେତେ ଅଧିକ। ସ୍କୁଲକୁ କେନ୍ଦ୍ରକରି ଥିବା ଜନସମୁଦ୍ରର ଭିତରେ ଏହାର ସ୍ବଭାବ ସେତେ ପରିମାଣରେ ସୁଲଭ। ମାତ୍ର ଏହି ଚାରିପ୍ରସ୍ଥ ଭିତରୁ ଅଭିଭାବକ ପ୍ରସ୍ଥର ସମ୍ପୃକ୍ତି ପ୍ରାଥମିକ ଶିକ୍ଷାକେନ୍ଦ୍ରରେ ବହୁଦୃଷ୍ଟିରୁ ଦୁର୍ବଳ । ଓଡ଼ିଶାର ମାଳ ଅଞ୍ଚଳ ହେଉ କିମ୍ବା ସମତଳ ଅଞ୍ଚଳ ପ୍ରାଥମିକ ଶିକ୍ଷାକେନ୍ଦ୍ରରେ ଅଭିଭାବକ ଗୋଷ୍ଠୀର ସମ୍ପୃକ୍ତି ଏବେ ମଧ୍ୟ ଆଉଟୁ ପାଉଟୁ ଦୃଷ୍ଟି ଆଢୁଆଳରେ। ସମତଳ ଅବା ଅସମତଳ ଭୌଗୋଳିକ ବାତାୟନରେ ତିଷ୍ଠି ରହିଥିବା ପ୍ରାଥମିକ ଶିକ୍ଷାକେନ୍ଦ୍ର ଏକଲା। କେଉଁ ଶିକ୍ଷାକେନ୍ଦ୍ରରେ ଗଛବୃକ୍ଷ ଭର୍ତ୍ତି ତ ଆଉ କେଉଁ ଶିକ୍ଷାକେନ୍ଦ୍ରର ହତାକୁ ଠଉରାଇ ପାରିବା ଅନେକ କଷ୍ଟକର। ଖାତା ଖତିୟାନ୍‌ରେ ପ୍ରାଥମିକ ଶିକ୍ଷା କେନ୍ଦ୍ରର ନିରୂପଣ ଅନେକ ସ୍ଥାନରେ ବିବଦମାନ। ଏହାକୁ ପାରିହେବା ଦାରୁଣ ବ୍ୟାପାର। ମାତ୍ର ଅଭିଭାବକ ଗୋଷ୍ଠୀର ପରିଚୟ ନିରୂପଣ ଦାରୁଣ ତ ନୁହେଁ, କଷ୍ଟକର ନୁହେଁ। ତେବେ ଖଞ୍ଜାନଗା ଘରର ଏହି ପାଖ କାନ୍ଥ ପଡିଯାଉଛି କାହିଁକି ଭଲା।
ଆଇନ ଅନୁସାରେ ପ୍ରତି ପ୍ରାଥମିକ ସ୍କୁଲର ଗୋଟିଏ ଲେଖାଏ ପରିଚାଳନା ସମିତି ଅଛି, ଯାହାର ବୈଠକ ପାଇଁ ପ୍ରଧାନ ଶିକ୍ଷକ ଭାରି ହନ୍ତସନ୍ତ ହୁଅନ୍ତି। ଆଇନ୍‌ର ତାଗିଦା ମାନିବାକୁ ହେବ। ଶୀର୍ଷା ମକଦମ୍‌ରୁ ଜିଲା ମକଦମ୍‌, ଜିଲା ମକଦମ୍‌ର ଜିଲା ଶିକ୍ଷାଧିକାରୀ, ତାଙ୍କ ତଳକୁ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧସ୍ତନ ସିଆର୍‌ସିସି ମହୋଦୟା/ମହୋଦୟ। ସିଆର୍‌ସିସିଙ୍କ ଅଧସ୍ତନ ଯେତକ ପ୍ରାଥମିକ ଶିକ୍ଷାକେନ୍ଦ୍ରର ଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକବୃନ୍ଦ। ଆଇନ ଅନୁସାରେ ଅଭିଭାବକ ବୈଠକ ନିର୍ଦ୍ଦିଷ୍ଟ ତାରିଖରେ ହେବ ହିଁ ହେବ। ଏହାର ଫଟୋ ଅପଲୋଡ୍‌ ହୋଇ ବିଭାଗୀୟ ଅଧିକାରୀଙ୍କ ନଜରକୁ ଅଣାଯିବ। ଏଥିପାଇଁ ପ୍ରଧାନ ଶିକ୍ଷକ ବହୁପୂର୍ବରୁ ପିଲାଙ୍କ ହାତରେ କେତେବେଳେ ତ ଖବର ଦିଅନ୍ତି ଆଉ କେତେବେଳେ ନିଜେ ନିଜେ ଅଭିଭାବକଙ୍କ ଦ୍ୱାରସ୍ଥ ହୁଅନ୍ତି ମିଟିଂରେ ଯୋଗଦେବା ଲାଗି। ବିଶେଷଭାବେ ସ୍କୁଲ ସଭାପତିଙ୍କ ଉପସ୍ଥିତି ଏହି ମିଟିଂରେ ଖୁବ୍‌ ଲୋଡ଼ା। ମାତ୍ର ଅନେକ ସମୟରେ ଦେଖାଯାଏ ଯେ ସ୍କୁଲ ସଭାପତି ଖୋଦ୍‌ ଜାଣି ନ ଥାନ୍ତି ସେ ସମ୍ପୃକ୍ତ ସ୍କୁଲର ସଭାପତି ଅଛନ୍ତି! ସତରେ ଏହା ଏକ ସମ୍ବେଦନଶୀଳ ସମୀକ୍ଷାର ବିଷୟ। ଅଭିଭାବକ ଗୋଷ୍ଠୀ ଗଁା ପ୍ରାଥମିକ ବିଦ୍ୟାଳୟର ପ୍ରକ୍ରିୟାରେ ନିଜ ନିଜ ପିଲାଙ୍କ ପାଠପଢ଼ାର ଅଗ୍ରଗତିଜନିତ ସୂଚନା, ବିଦ୍ୟାଳୟରେ ଦର୍ଜ ହୋଇଥିବା ନିଜ ପିଲାଙ୍କର ଜନ୍ମତାରିଖ, ବାପା ମା’ଙ୍କ ନାମ, ଆଧାର ନଂ. (ପିଲା,ମା’ବାପା) ପ୍ରଭୃତିକୁ ତନଖି କରିବାରେ ଯଥେଷ୍ଟ ଉଦାସୀନ ରୁହନ୍ତି। ଏହି ଉଦାସୀନ ରହିବା ସ୍ବେଚ୍ଛାକୃତ ନା ପ୍ରାୟୋଜିତ? ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନାମ, ବାପା ମା’ଙ୍କ ନାମ, ଆଧାର କାର୍ଡରେ ଗୋଟାଏ ତ, ସ୍କୁଲରେ ଆଉ ଗୋଟିଏ ଏବଂ ଜନ୍ମ ସାର୍ଟିଫିକେଟ୍‌ରେ ଆଉ ଗୋଟିଏ, ଏହାର ସୁବିଦିତ କାରଣ ହେଲା, ତିନି ଅଧିକାରୀ ଭିନ୍ନଭିନ୍ନ। ଜନ୍ମବେଳେ (ଯଦି ଡାକ୍ତରଖାନା ହୋଇଥାଏ) ଅଧିକାରୀ ଜଣକ ଯେଉଁ ସମ୍ପ୍ରଦାୟଭୁକ୍ତ ସେ ନିଜର ଉଚ୍ଚାରଣ ଶୈଳୀ ମୁତାବକ ନଁା ଦର୍ଜ କରାନ୍ତି। ଯଦି ପିଲା ଘରେ ଜନ୍ମ ହେଲା, ତେବେ ଆଶାକର୍ମୀ / ଅଙ୍ଗନୱାଡି କର୍ମୀ ଅଧିକାରୀ ନିଜ ନିଜର ଉଚ୍ଚାରଣ ଶୈଳୀ ମୁତାବକ ଜନ୍ମ ଶିଶୁର ନାମ ଲେଖାନ୍ତି। ଏସବୁ ଗଲାପରେ ଆଧାରକାର୍ଡ ପ୍ରସଙ୍ଗ। ଆଧାରକାର୍ଡ ଅଧିକାରୀ ଜନ୍ମ ତାରିଖକୁ ନଜରକରି ନିଜ ହସ୍ତ ଓ ମସ୍ତିଷ୍କର ସ୍ବଭାବ ଅନୁସାରେ ପିଲାର ନଁା ଦର୍ଜ କରାନ୍ତି। ତେଣୁ ଦେଖିବାକୁ ମିଳେ ପ୍ରାଥମିକ ଶିକ୍ଷାକେନ୍ଦ୍ରର ପଞ୍ଜୀକରଣ ଖାତାରେ ପିଲାର ନାମ ଆଧାର କାର୍ଡରେ ଖାପ୍‌ ଖାଉ ନାହିଁ। ଏହି ସମସ୍ୟାଟି ଏକାଧାରରେ ବିଷମ ଓ ଭୀଷଣ। ଏହା ଫଳରେ ଅନେକପିଲା ନବୋଦୟ, ଆଦର୍ଶ, କଳିଙ୍ଗ, ଏକଲବ୍ୟ, ସୈନିକ ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି।
କେବଳ ଏତିକି ନୁହେଁ ସ୍କୁଲ ସ୍ତରରେ ଓ ସିଆର୍‌ସିସିଙ୍କ ସ୍ତରରେ କେତୋଟି ଅକ୍ଷର ସଂଶୋଧନ ହେବ ତାହାର ମଧ୍ୟ ନିୟମ ରହିଛି। ଗାର ଡେଇଁଗଲେ କମ୍ପ୍ୟୁଟର ମହାଶୟ ଆପଣଙ୍କ କଥା ଶୁଣିବ ନାହିଁ। ଏସବୁକୁ କିଏ ଆଖିଦେବ ସତରେ! ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା, ଗଁା ପ୍ରାଥମିକ ଶିକ୍ଷାକେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ। ମାତ୍ର ପିଲାଟି କ’ଣ ପଢୁଛି ନ ପଢୁଛି, କିପରି ପଢୁଛି ଏସବୁର ହକ୍‌ ଅଭିଭାବକଙ୍କ ନିକଟରେ ନିହିତ ଥାଏ। ମାତ୍ର ମା’ବାପା ଏସବୁକଥା ପଚାରିବାକୁ ସ୍କୁଲ ହତା ଭିତରକୁ ଆସନ୍ତି ନାହିଁ। ସବୁତକ ବିଶ୍ୱାସ-ଅବିଶ୍ୱାସ ଶିକ୍ଷକଙ୍କ ମୁଣ୍ଡରେ ଅଜାଡ଼ି ଦେଇ ତୁନି ପଡ଼ନ୍ତି। ତେବେ କାହିଁକି ଏକଥା । ଗଁାର ଯୁବଗୋଷ୍ଠୀ ଓ ସ୍କୁଲର ଅଭିଭାବକ ଗୋଷ୍ଠୀ ପୂଜାପାର୍ବଣର ମାହୋଲରେ ନିଜର ଭୂମିକା ଖୁବ୍‌ ଭଲଭାବରେ ତୁଲାଉଥିବା ସ୍ଥଳେ, ଗଁା ପ୍ରାଥମିକ ବିଦ୍ୟାଳୟର ପାଠପଢ଼ାରେ ଏକଚ୍ଛତ୍ରଭାବେ ନିଷ୍କ୍ରିୟ। କଥାଟିଏ ପୂର୍ଣ୍ଣଚ୍ଛେଦ ପକାଇ ସାରିଦେଲେ ହେବ ନାହିଁ। ଏହାର କାରଣ ନିରୂପଣରେ ସମ୍ପୃକ୍ତ ଗଁା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଭୂମିକା ସୁଦୂରପ୍ରସାରୀ। ଏପଟରୁ ପାଦେ ଆଗେଇଲେ ସେପଟରୁ ପାଦେ ଆଗେଇବା ଜରୁରୀ। ଏହା ନ ହେଲେ ପୁରବନ୍ଦୀ ପ୍ରାଥମିକ ଶିକ୍ଷାକେନ୍ଦ୍ରର ଗୋଟେ ପାଖ କାନ୍ଥ ନିହାତି ଭୁଶୁଡ଼ି ପଡ଼ିବ। ସଚେତନ ଅଭିଭାବକ ଗୋଷ୍ଠୀର ଚିତ୍ର ପ୍ରଧାନ ଶିକ୍ଷକଙ୍କ ଉପରେ ନିର୍ଭରଶୀଳ। ସଚେତନ ଅଭିଭାବକ ଗୋଷ୍ଠୀ ଛାଆଁକୁ ଛାଆଁ ଗଢ଼ିଉଠିବେ ନାହିଁ କସ୍ମିନ୍‌କାଳେ। ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଅଭିଭାବକ ଗୋଷ୍ଠୀଙ୍କର ସମ୍ପୃକ୍ତି କରାଇବାକୁ ନିଜର ସମ୍ମତି ଦେବା ଦରକାର। ସ୍କୁଲ ହେଉଛି ଗଁାର। ସରକାରଙ୍କର ଯେତେ ନୁହଁ ତା’ଠାରୁ ଅନେକ ବେଶି ଆମର। ଏହା ଫଳରେ ଶିକ୍ଷା ଅନୁକୂଳ ତଥା ଛାତ୍ର ଅନୁକୂଳ ବାତାବରଣ ସମ୍ଭବ ହେବା ଅସମ୍ଭବ ନୁହେଁ।
ବିଷମ କଟକ, ରାୟଗଡ଼
ମୋ: ୮୨୪୯୬୫୭୭୭୮

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri