୫୨ ବର୍ଷରେ ରାଜକୁମାରୀ ସ୍ବୀକୃତି

ବ୍ରସେଲ୍ସ,୨୯ା୧୦: ଝିଅ ହେଉ କି ପୁଅ ଭୂମିଷ୍ଠ ହେବା ମାତ୍ରେ ପ୍ରଥମେ ମା’ଙ୍କୁ ଚିହ୍ନେ ଓ ପରେ ବାପାଙ୍କୁ ଖୋଜେ। କିନ୍ତୁ ଶିଶୁଟି ପରବର୍ତ୍ତୀ ସମୟରେ ବାପାଙ୍କୁ ନ ପାଇଲେ ଅସହାୟ ହୋଇପଡ଼େ। ତା’ ମୁଣ୍ଡ ଉପରେ ପିତୃତ୍ୱର ଛାୟା ନାହିଁ କି ସାମାଜିକ ସ୍ବୀକୃତି ପାଇଁ ପରିଚୟ ନାହିଁ ବୋଲି ଜାଣିବା ପରେ ପିଲାଟିର ଜୀବନ ଦୁର୍ବିଷହ ହୋଇଯାଏ। ଦୀର୍ଘ ୫ ଦଶନ୍ଧି ଧରି ଏପରି ବିନା ପରିଚୟରେ ଲୋକଙ୍କ ଲାଞ୍ଛନା ଓ ତାଡ଼ନାକୁ ସହ୍ୟ କରି କାଳାତିପାତ କରିଛନ୍ତି ବେଲ୍‌ଜିୟମର ରାଜକୁମାରୀ ଡେଲଫିନ ବୋଏଲ୍‌। କୋର୍ଟ କଚେରି ଧାଇଁ ଧାଇଁ ଶେଷରେ କିଙ୍ଗ୍‌ ଆଲବର୍ଟ ଦ୍ୱିତୀୟଙ୍କ ଝିଅ ମାନ୍ୟତା ପାଇଛନ୍ତି। ଏହାସହ ସେ କଳାକାର ଡେଲ୍‌ଫିନ ବୋଏଲ୍‌ରୁ ବେଲ୍‌ଜିୟମ ପ୍ରିନ୍ସେସ ଡେଲ୍‌ଫିନ ସାକ୍ସ କୋବର୍ଗ ଭାବେ ପରିଚିତ ହୋଇଛନ୍ତି। ଏଥିପାଇଁ ତାଙ୍କୁ କମ୍‌ କଷ୍ଟ ସ୍ବୀକାର କରିବାକୁ ପଡ଼ିନି।
ଡେଲ୍‌ଫିନ କୋର୍ଟଙ୍କ ଦ୍ୱାରା ରାଜକୀୟ ଅଧିକାର ପ୍ରାପ୍ତ ହେବା ପରେ ରବିବାର କିଙ୍ଗ ଆଲବର୍ଟ ସେକେଣ୍ଡ ଓ କ୍ୱିନ୍‌ ପାଓଲା ତାଙ୍କୁ ଭେଟିଛନ୍ତି। ମଙ୍ଗଳବାର କିଙ୍ଗ ଆଲବର୍ଟ (୮୬), କ୍ୱିନ୍‌ ପାଓଲା (୮୩) ଓ ପ୍ରିନ୍ସେସ୍‌ ଡେଲ୍‌ଫିନ (୫୨) ରୟାଲ ପ୍ୟାଲେସ୍‌ରୁ ଏକ ମିଳିତ ବିବୃତି ଜାରି କରିଛନ୍ତି। ପୂର୍ବତନ ରାଜା, ତାଙ୍କ ସ୍ତ୍ରୀ ଓ ଝିଅ ବିବୃତିରେ କହିଛନ୍ତି, ଏତେ ଦିନର ଉତ୍ତେଜନା, କ୍ଷତ ଓ ଯନ୍ତ୍ରଣା ପରେ ଏବେ କ୍ଷମା ଏବଂ ଉପଶମର ସମୟ ଆସିଛି। ଆମ ଜୀବନରେ ଆବେଗ, ବୁଝାମଣା ଓ ଆଶାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଆମେ ଯେଉଁ କଠିନ ପଥ ବାଛିଛୁ ସେଥିଲାଗି ଧୈର୍ଯ୍ୟ ଜରୁରୀ ହୋଇଥାଏ। ତେବେ ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
ପ୍ରଥମ ପଦକ୍ଷେପ ଶାନ୍ତିପୂର୍ଣ୍ଣ ଜୀବନର ରାହା ଦେଖାଇଛି ବୋଲି ସେମାନେ କହିଛନ୍ତି। ଏହାସହ ପ୍ୟାଲେସ୍‌ ପକ୍ଷରୁ ଏକ ଫଟୋ ଜାରି କରାଯାଇଛି, ଯେଉଁଥିରେ ତିନିଜଣ ବସିଛନ୍ତି। ବାମରେ ରାଣୀ, ମଝିରେ ରାଜା ଓ ଡାହାଣରେ ରାଜକୁମାରୀ ବସି ଖୁସିଗପ କରୁଥିବା ଦେଖିବାକୁ ମିଳିଛି।
ରାଜ ପରିବାରର ‘ସିକ୍ରେଟ୍‌ ପ୍ରିନ୍ସେସ୍‌’ ଡେଲ୍‌ଫିନଙ୍କ ଜୀବନୀକୁ ନେଇ ସମ୍ପୂର୍ଣ୍ଣ ଘଟଣାକ୍ରମ ଏହିପରି। ୧୯୭୦ ଦଶକର ମଧ୍ୟଭାଗରେ ଗ୍ରୀସ୍‌ର ଏଥେନ୍ସ ସହରସ୍ଥିତ ଏକ ରିସର୍ଟରେ ସିବିଲେ ଡେ ସେଲିସ୍‌ଙ୍କ ସହ ପ୍ରଥମ ଥର ପାଇଁ ପ୍ରିନ୍ସ ଆଲବର୍ଟଙ୍କ ଦେଖାହୁଏ। ସିବିଲେଙ୍କ ବାପା ସେତେବେଳେ ଆମ୍ବାସାଡର ଥିବାବେଳେ ଆଲବର୍ଟ ଏଥେନ୍ସକୁ ଛୁଟି ମନାଇବାକୁ ଯାଇଥିଲେ। ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠେ। ପରେ ଏହି ସମ୍ପର୍କ ନିବିଡ଼ ହୁଏ ଏବଂ ସିବିଲେ ପାଲଟିଯାଆନ୍ତି ଆଲବର୍ଟଙ୍କ ମିଷ୍ଟ୍ରେସ୍‌ ବା ଉପପନତ୍ୀ। ସେ ଆଲବର୍ଟଙ୍କ ସହିତ ୧୯୬୬ରୁ ୧୯୮୪ ମସିହା ପର୍ଯ୍ୟନ୍ତ ରୁହନ୍ତି। ଏହି ୧୮ ବର୍ଷର ସମ୍ବନ୍ଧ ପ୍ରାରମ୍ଭରେ ଉଭୟଙ୍କ ଔରସରୁ ଏକ ଶିଶୁକନ୍ୟା ଜନ୍ମ ନିଅନ୍ତି, ଯାହାଙ୍କ ନାମ ହେଉଛି ଡେଲ୍‌ଫିନ ବୋଏଲ। ସେପଟେ ୧୯୯୩ରେ ବେଲ୍‌ଜିୟମର ଅପୁତ୍ରିକ ରାଜା କିଙ୍ଗ ବୋଉଦୋୟୁଇନ୍‌ (୬୨)ଙ୍କ ପରଲୋକ ହୁଏ। ଫଳରେ ଅପ୍ରତ୍ୟାଶିତ ଭାବେ ଆଲବର୍ଟ ଦ୍ୱିତୀୟଙ୍କ ରାଜାଭିଷେକ କରାଯାଏ। କିଙ୍ଗ ଆଲବର୍ଟ ରାଜକୀୟ ମର୍ଯ୍ୟାଦାକୁ ଦେଖି ଡେଲଫିନଙ୍କୁ ନିଜ ଝିଅ ବୋଲି ଅସ୍ବୀକାର କରନ୍ତି। ସିବିଲେ ଡେ ସେଲିସ୍‌ ନିରାଶ ହୋଇ ଶେଷରେ ଅନ୍ୟତ୍ର ଚାଲିଯାଆନ୍ତି।
ଡେଲଫିନଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥାଏ, ସେ ମା’ଙ୍କୁ ପଚାରିଥିଲେ ବାପାଙ୍କ ପରିଚୟ। ସିବିଲେ ଝିଅକୁ କହିଥିଲେ କିଙ୍ଗ ଆଲବର୍ଟ ଦ୍ୱିତୀୟ ତୋ ଜୈବିକ ପିତା। ଏହି ବିଷୟ ଜାଣିବା ପରେ ଡେଲଫିନ ଖୁସିରେ ଆମତ୍ହରା ହୋଇଯାଇଥିଲେ ସିନା ବାପାଙ୍କ ସ୍ନେହରୁ ବଞ୍ଚତ୍ତ ହେବାର ଯନ୍ତ୍ରଣା ବି ଖୁବ୍‌ ବାଧିଥିଲା ତାଙ୍କୁ। ଇତିମଧ୍ୟରେ ଆଲବର୍ଟ ପାଓଲାଙ୍କୁ ବିବାହ କରିସାରିଥିଲେ। ୧୯୯୯ରେ ରାଣୀଙ୍କୁ ନେଇ ଏକ ବହି ପ୍ରକାଶିତ ହୋଇଥିଲା। ‘ଲା ଡୋଲ୍‌ସେ ଭିଟା ଟୁ କ୍ୱିନ୍‌’ ଶୀର୍ଷକ ଉକ୍ତ ଜୀବନୀ ପୁସ୍ତକରେ ରାଜାଙ୍କ ଜଣେ ରକ୍ଷିତା ଓ ଝିଅ ଥିବା ନେଇ ଉଲ୍ଲେଖ କରାଯାଇଥିଲା। ବେଲ୍‌ଜିୟମ ପ୍ୟାଲେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ସେପଟେ ବୟସ ବଢ଼ିବା ପରେ ସମାଜରେ ନିଜ ପରିଚୟ ପାଇଁ ଡେଲଫିନ ଆଇନଗତ ଲଢ଼େଇ ଆରମ୍ଭ କରିଥିଲେ। ୨୦୦୫ରେ ସେ ଦାବି କରିଥିଲେ ଯେ, କିଙ୍ଗ ଆଲବର୍ଟ ତାଙ୍କର ଜନକ। ରାଜା ଏହାକୁ ଅସ୍ବୀକାର କରିବା ପରେ ଡେଲଫିନ ଅଦାଲତଙ୍କ ଆଶ୍ରୟ ନେଇଥିଲେ। କୋର୍ଟ ଆଲବର୍ଟଙ୍କୁ ଡିଏନ୍‌ଏ ପରୀକ୍ଷା କରାଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଲବର୍ଟ ରାଜା ହୋଇଥିବାରୁ ରାଜକୀୟ ମର୍ଯ୍ୟାଦାର ସୁଯୋଗ ନେଇ ଡିଏନ୍‌ଏ ଯାଞ୍ଚ ପାଇଁ ମନା କରିଦେଇଥିଲେ। ଏଥିପାଇଁ ରାଜାଙ୍କୁ ଦୈନିକ ୫,୯୦୦୦ ଡଲାର ଜରିମାନା ଦେବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। କିଙ୍ଗ ଆଲବର୍ଟ ଦ୍ୱିତୀୟ ୨୦୧୩ରେ ରାଜପଦ ତ୍ୟାଗ କରିଥିଲେ ଓ ତାଙ୍କ ସ୍ଥାନରେ ପ୍ରିନ୍ସ ଫିଲିପ୍‌ ବେଲ୍‌ଜିୟମର ରାଜା ହୋଇଥିଲେ। ରାଜପଦ ଯିବା ପରେ ଗତ ଜାନୁୟାରୀରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଲବର୍ଟ ଡିଏନ୍‌ଏ ପରୀକ୍ଷା କରାଇ ରିପୋର୍ଟ ଦାଖଲ କରିଥିଲେ। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ, କିଙ୍ଗ ଆଲବର୍ଟ ହିଁ ଡେଲଫିନଙ୍କ ଜୈବିକ ପିତା। ଶେଷରେ ୨୦୨୦ ଅକ୍ଟୋବର ପହିଲାରେ ସେ ଡେଲଫିନଙ୍କୁ ନିଜ ଝିଅ ବୋଲି ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ।
କିଛି ଦିନ ତଳେ ଆଲବର୍ଟଙ୍କ ପୁଅ କିଙ୍ଗ ଫିଲିପ୍‌ ଡେଲଫିନଙ୍କୁ ସାକ୍ଷାତ କରିଥିବା ଜାଣି ଆଲବର୍ଟ ଖୁସି ବ୍ୟକ୍ତ କରିଥିଲେ। ବର୍ତ୍ତମାନର ରାଜା ଫିଲିପ୍‌ଙ୍କ ବ୍ୟତୀତ କ୍ୱିନ୍‌ ପାଓଲା ଏବଂ ଆଲବର୍ଟଙ୍କ ଅନ୍ୟ ଦୁଇଜଣ ଝିଅ ଓ ପୁଅ ଅଛନ୍ତି। ସେମାନେ ହେଲେ ପ୍ରିନ୍ସ ଲରେଣ୍ଟ ଓ ପ୍ରିନ୍ସେସ୍‌ ଆଷ୍ଟ୍ରିଡ୍‌। ଡେଲଫିନ ପ୍ରିନ୍ସେସ ମାନ୍ୟତା ପାଇଥିବାରୁ ଆଲବର୍ଟଙ୍କ ମୃତ୍ୟୁ ପରେ ସେ ତାଙ୍କ ୩ ସାବତ ଭଉଣୀଭାଇଙ୍କ ଭଳି ରାଜ ପରିବାର ସମ୍ପତ୍ତିରୁ ଉତ୍ତରାଧିକାରୀ ସୂତ୍ରରେ ଭାଗ ପାଇବେ। ଆର୍ଟିଷ୍ଟ ଡେଲଫିନଙ୍କ ଝିଅ ଓ ପୁଅ ମଧ୍ୟ ଅନୁରୂପ ଭାବେ ବେଲ୍‌ଜିୟମର ପ୍ରିନ୍ସେସ ଏବଂ ପ୍ରିନ୍ସ ଭାବେ ପରିଚିତ ହେବେ। ୫୨ ବର୍ଷ ବୟସରେ ବୟୋବୃଦ୍ଧ ବାପାଙ୍କୁ ପାଇ ଖୁସିରେ ଆମତ୍ହରା ହୋଇଯାଇଛନ୍ତି ଡେଲ୍‌ଫିନ। ପ୍ରିନ୍ସେସ୍‌ ଡେଲ୍‌ଫିନଙ୍କ ଏହି ସଂଗ୍ରାମର କାହାଣୀ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri