କିଙ୍ଗ୍‌, କୁଇନ ହେବା ପାଇଁ ପ୍ରିନ୍ସ ଓ୍ବିଲିୟମ, ପ୍ରିନ୍ସେସ କେଟ୍‌ଙ୍କ ପ୍ରସ୍ତୁତି ଆରମ୍ବ

ଲଣ୍ଡନ, ୧୨।୧୨:ବ୍ରିଟେନ୍‌ର ଓ୍ବେଲ୍ସ ଯୁବରାଜ ଓ୍ବିଲିୟମ (୪୨) ଓ ଯୁବରାଣୀ କେଟ ମିଡିଲଟନ୍‌ (୪୨) କିଙ୍ଗ୍‌ ଓ କୁଇନ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ଗୁରୁବାର ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରୟାଲ ବାୟୋଗ୍ରାଫର ସାଲି ସ୍ମିଥ୍‌ଙ୍କ ସୂଚନା ଆଧାରରେ ଏହି ରିପୋର୍ଟରେ କୁହାଯାଇଛି, ଓ୍ବେଲ୍ସର କିଙ୍ଗ୍‌ ଓ କୁଇନ୍‌ ହେବା ପାଇଁ ଉଭୟ ଓ୍ବିଲିୟମ ଓ କେଟ୍‌ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗତ ଫେବୃଆରୀରୁ କିଙ୍ଗ୍‌ ଅଫ୍‌ ଓ୍ବେଲ୍ସ ଚାର୍ଲସ୍‌ ତୃତୀୟ (୭୬) କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଯଦିଓ କିଙ୍ଗ୍‌ ଚାଲର୍‌ସ ଦୃଢ଼ ସଂକଳ୍ପର ସହ ନିଜ କର୍ତ୍ତବ୍ୟକୁ ସମ୍ପାଦନ କରୁଛନ୍ତି, ତଥାପି କର୍କଟ ରୋଗର ଚିକିତ୍ସା ଚାଲିଥିବାରୁ ତାଙ୍କୁ ଏକ ସୀମୀତ ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ୁଛି। ପରିଣାମ ସ୍ବରୁପ ଓ୍ବିଲିୟମ ଅଧିକ ଦାୟିତ୍ୱ ଗ୍ରହଣ କରୁଛନ୍ତି ଏବଂ ସେ ଓ କେଟ୍‌ ସେମାନଙ୍କର ଭବିଷ୍ୟତର ଭୂମିକା ପାଇଁ ସମୟ ପୂର୍ବରୁ ପ୍ରସ୍ତୁତ ହେଉଥିବା ଏହି ରିପୋର୍ଟ କହିଛି। କର୍କଟ ରୋଗରେ ଆକ୍ରାନ୍ତ ହେଲା ପରେ ଚାଲର୍‌ସଙ୍କୁ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ବହୁଳ ମାତ୍ରାରେ କାଟିବାକୁ ପଡ଼ିଛି। ଫଳରେ ତାଙ୍କ ବଡ଼ ପୁଅ ଓ୍ବିଲିୟମ ବିଭିନ୍ନ ହାଇ ପ୍ରୋଫାଇଲ ଇଭେଣ୍ଟରେ କିଙ୍ଗ୍‌ ଅଫ୍‌ ଓ୍ବେଲ୍ସଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ନିକଟରେ ପ୍ୟାରିସ୍‌ରେ ଆୟୋଜିତ ‘ନୋଟ୍ରେ ଡେମ୍‌ କ୍ୟାଥେଡ୍ରଲ’ର ପୁନଃ ଉଦ୍‌ଘାଟନ କାର୍ଯ୍ୟକ୍ରମରେ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ସ୍ବାସ୍ଥ୍ୟଗତ କାରଣରୁ ଯୋଗଦେଇ ପାରି ନ ଥିଲେ। ତେଣୁ ପ୍ରିନ୍ସ ଓ୍ବିଲିୟମ ଏହି କାର୍ଯ୍ୟକ୍ରମରେ କିଙ୍ଗ୍‌ ଅଫ୍‌ ଓ୍ବେଲ୍ସଙ୍କର ପ୍ରତିନିଧିତ୍ୱ କରିଥିଲେ।
ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ଗତ ମାର୍ଚ୍ଚରେ କ୍ୟାନ୍‌ସର ପୀଡ଼ିତ ଥିବା ନେଇ ଘୋଷଣା କରିଥିଲେ। ଏଥିପାଇଁ ସେ ପ୍ରତିଷେଧକ କେମୋଥେରାପି ନେଉଥିବା ଜଣାଇଥିଲେ। କ୍ୟାନ୍‌ସରରେ ପୀଡ଼ିତ ଥିବାରୁ ଚଳିତ ବର୍ଷ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବିଶେଷ ଭାବେ ଦେଖିବାକୁ ମିଳି ନ ଥିଲା। ତେବେ ତାଙ୍କ କେମୋଥେରାପି ଶେଷ ହୋଇଛି ଏବଂ ସେ କ୍ୟାନ୍‌ସର ମୁକ୍ତ ରହିବା ଉପରେ ଫୋକସ୍‌ କରୁଛନ୍ତି ବୋଲି ଗତ ସେପ୍ଟେମ୍ବରରେ କେଟ୍‌ ସୂଚନା ଦେଇଥିଲେ। ତେଣୁ ସମ୍ପ୍ରତି କେଟ୍‌ଙ୍କ ସ୍ବାସ୍ଥ୍ୟକୁ ଓ୍ବିଲିୟମ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସେ ଅଧିକ ସମୟ ପରିବାର ସହ ବିତାଉଛନ୍ତି। ଫଳରେ ଓ୍ବିଲିୟମଙ୍କୁ ଭବିଷ୍ୟତର ଭୂମିକା ପାଇଁ ଅଧିକ ଚିନ୍ତା କରିବାର ସମୟ ମିଳିଛି ବୋଲି ସ୍ମିଥ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri