ଏମ୍‌ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍‌ଚଲ୍‌

ଗୋପାଳପୁର,୧୨।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚାୟତର ଅନେକ
ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଗଧାଡିର ନେତା ଏମ୍‌ପିଙ୍କ ସହ ସାକ୍ଷାତକାରକୁ ନେଇ ରାଜନୀତି ହଲଚଲ ହୋଇଛି।
ଗୁରୁବାର ଅପରାହ୍ନରେରେ କରାପଲ୍ଲୀ, ରଣ୍ଢା, ରଙ୍ଗେଇଲୁଣ୍ଡା,ବକ୍ସିପଲୀ,ହଳଦିଆପଦର, ପଦ୍ମପୁର, ରଙ୍ଗିପୁର ଓ ଅନ୍ୟାନ୍ୟ ପଞ୍ଚାୟତର ୧୫ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ,ଯୁବ ନେତା ଶୁଭାଶିଷ ସାହୁ,ବାଇରୀ ପାତ୍ର,ଏସ ଧର୍ମରାଜ ରେଡ୍ଡୀ ପ୍ରମୁଖ ଏମ୍‌ପିକୁ ଭେଟି ବ୍ଲକରେ ଦୀର୍ଘଦିନର ଧରି ବିଡ଼ିଓ ସମେତ ଅନ୍ୟାନ୍ୟ ପଦବୀ ଫାଙ୍କା ପଡିଥିବା ଯୋଗୁ ବିଭିନ୍ନ ଉନ୍ନୟନ ମୂଳକ କାମ ଅଟକି ରହିଥିବା ସହ ବ୍ଲକ ପକ୍ଷରୁ ପୁରୁଣା ବିଲ ମଞ୍ଜୁର କରୁ ନ ଥିବା ନେଇ ଅଭିଯୋଗ ଜଣାଇଥିଲେ। ଏହା ସହ ଅଞ୍ଚଳର ରାଜନୈତିକ ହାଲଚାଲ ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିବାର ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ନିର୍ବାଚନରେ ଗୋପାଳପୁର ବିଧାନସଭା ଭାଜପା ହାତକୁ ଯାଇଥିବା ବେଳେ ଲଗାତର ୩ ଥର ଏଠାକାର ବିଧାୟକ ସହ ଚଳିତ ନିର୍ବାଚନରେ ବ୍ରହ୍ମପୁର ଏମ୍‌ପି ଭାବେ ପ୍ରଦୀପପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ନିର୍ବାଚନ ପରେ ଗୋପାଳପୁରରେ ବିଜେଡିର ଦବଦବା ଦିନକୁ ଦିନ ହ୍ରାସ ପାଉଥିବାବେଳେ ଏଠାରେ ରହିଥିବା କର୍ମୀ ଓ ନେତାମାନେ ମଧ୍ୟ କାହାର ହାତଧରି ଆଗକୁ ଯିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri