କଚ୍ଛପ ଗତିରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ଆରଡବ୍ଲ୍ୟୁଡି ସବଡିଭିଜନ ଅଧୀନରେ ଚାଲିଥିବା ୫ଟି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ଅହେତୁକ ବିଳମ୍ବ ଦେଖାଦେଇଛି। ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ନିର୍ମାଣ କାର୍ଯ୍ୟ ଅବଧି ସରିଗଲାଣି। ଏନେଇ ବାରମ୍ବାର ଆରଡବ୍ଲ୍ୟୁଡି ଗଞ୍ଜାମ -୨ ବିଭାଗ ପକ୍ଷରୁ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଠିକାଦାରମାନଙ୍କୁ ଚିଠି ସହ ଅନୁରୋଧ ଓ ନିର୍ଦ୍ଦେଶ ପରେ ମଧ୍ୟ ଠିକାଦାରମାନେ ନୀରବ ରହୁଛନ୍ତି ା ଏହି ଖିଲାପି ଠିକାଦାରମାନଙ୍କୁ ବ୍ରହ୍ମପୁରସ୍ଥିତ ଆରଡବ୍ଲ୍ୟୁ ଡିଭିଜନ-୨ ଗଞ୍ଜାମର ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଏସବିଡି କ୍ଲଜ୍‌ ୫୨.୨(ଏ), (ଏଚ୍‌) ଆଧାରରେ ଉକ୍ତ କାରଣଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ କାହିଁକି ଚୁକ୍ତି ବାତିଲ କରାନଯିବ ଏବଂ କ୍ଷତିଭରଣା କାହିଁକି କରାନଯିବ ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଛତ୍ରପୁର ବ୍ଲକ ର ଦିବ୍ୟସିଂହପୁର ଠାରୁ ଭାଗିରଥିପୁର ଭାୟା ବଉଳଗାଁ-ବଡମାଧପୁର-ବରଙ୍ଗ ରାସ୍ତା, ଏନଏଚ୍‌-୧୬ ଠାରୁ ଉପୁଲାପୁଟି ପିଡବ୍ଲ୍ୟୁଡି ରୋଡ୍‌ ଭାୟା ଶ୍ରୀରାମଚନ୍ଦ୍ରପୁର-ପାଇକପଡା-କାଳିପଲ୍ଳୀ-ବାସନାପୁଟି-ଉପୁଲାପୁଟି ରାସ୍ତା ଏବଂ ଦିବ୍ୟସିଂହପୁର ଠାରୁ ଗୋବା ଭାୟା ବଉଳଗାଁ-ସିଙ୍ଗିପୁର-ଖୁରିଗାଁ-ରଙ୍ଗମାଟିଆ-ଗୋବା ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୩ ଟି ରାସ୍ତା ନିର୍ମାଣ ପାଇଁ ୬୩୩.୯୦ ଲକ୍ଷ ଟଙ୍କା ଆକଳନ ହୋଇଥିଲା । ଏଥିପାଇଁ ଠିକାଦାରଙ୍କ ସହ ୨୦୨୨ ସେପ୍ଟେମ୍ବର ୧୨ରେ ଏଗ୍ରିମେଣ୍ଟ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ମାତ୍ର ୮.୭୮ ପ୍ରତିଶତ ତଥା ୫୫.୬୭ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ସରିଛି । ଏହି କାମ ଅତ୍ୟନ୍ତ କଚ୍ଛପ ଗତିରେ ଚାଲୁଥିବାରୁ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ସୂଚନା ଦିଆଯାଇଛି । ସେହିପରି କରାତଳି ଠାରୁ ବ୍ରାହ୍ମଣିଆପଲ୍ଲୀ ଆରଡି ରୋଡ୍‌ ଭାୟା ଶ୍ରୀରାମପୁର ରୋଡ୍‌ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୨୦୫.୫୫ ଲକ୍ଷ ଟଙ୍କାରେ ନିର୍ମାଣ ପାଇଁ ଆକଳନ ହୋଇଥିଲା । ଠିକାଦାରଙ୍କ ସହ ୨୦୨୧ ଜାନୁଆରୀ ୨୧ରେ ଚୁକ୍ତି ହୋଇଥିଲା ଏବଂ ଏହି ରାସ୍ତା ନିର୍ମାଣ କାମ ୨୦୨୨ ସେପ୍ଟେମ୍ବର ୨୧ରେ ସରିବା ଲାଗି ଧାର୍ଯ୍ୟ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୦.୧୫ ପ୍ରତିଶତ କାମ ତଥା ୪୧.୪୨ ଲକ୍ଷ ଟଙ୍କାର କାମ ସରିଛି । ଏହି ରାସ୍ତା ନିର୍ମାଣର ଅବଧି ସରିବାର ୬ ମାସ ରୁ ଉର୍ଦ୍ଧ୍ୱ ସମୟ ବିତିଲାଣି ା ତେବେ କାମ ଅଧାରୁ ବନ୍ଦ ରହିଛି । ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ଆହୁରି ଜଣାଯାଇଛି ଯେ ପିଡବ୍ଲ୍ୟଡି ରୋଡ୍‌ ଠାରୁ ସାନଗୋପାଳପୁର ଭାୟା ଲାଉପୁଟ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ପାଇଁ ୩୬୧.୮୩ ଲକ୍ଷ ଟଙ୍କା ଆକଳନ ହୋଇଥିଲା । ଏଥିପାଇଁ ୨୦୨୧ ସେପ୍ଟେମ୍ବର ୮ରେ କାମ ଆରମ୍ଭ ହୋଇଥିଲା ଏବଂ ୨୦୨୨ ଅଗଷ୍ଟ ୭ରେ କାମ ସରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଅବଧିକୁ ୮ ମାସ ବିତିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୬.୩୦ ପ୍ରତିଶତ ତଥା ୨୦୩.୭୨ ଲକ୍ଷ ଟଙ୍କାର କାମ ଶେଷ ହୋଇଛି। ଏହି ବିଳମ୍ବ ଯୋଗୁଁ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri