ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ, ଜ୍ୱାଇଁ କହି ଠକେଇ ଘଟଣା:ହଂସିତା, ଅନିଲଙ୍କ ଘରେ ଆୟକର ଚଢ଼ାଉ

ଭୁବନେଶ୍ୱର,୮ା୧(ସୂର୍ଯ୍ୟକାନ୍ତ ବେହେରା):ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା ଓ ଅନିଲ କୁମାର ମହାନ୍ତି ଏବେ ଝାରପଡ଼ା ଜେଲରେ ଥିବାବେଳେ ସ୍ପେଶାଲ କ୍ରାଇମ୍‌ ୟୁନିଟ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏପିରିକି ଉଭୟଙ୍କ ଠକେଇ ଗୁମର ଖୋଲିବାକୁ କ୍ରାଇମ୍‌ ୟୁନିଟ ୩ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ମଙ୍ଗଳବାର ଶେଷ ହୋଇଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଇତିମଧ୍ୟରେ ଆୟକର ବିଭାଗ ହଂସିତା ଏବଂ ଅନିଲଙ୍କ ଘର, କାର୍ଯ୍ୟାଳୟ ସମେତ ୧୨ସ୍ଥାନରେ ଚଢ଼ାଉ କରି ତନାଘନା ଆରମ୍ଭ କରିଛି। ନନ୍ଦନକାନନ ରଘୁନାଥ ବିହାରରେ ଥିବା କର୍ପୋରେଟର ଅଫିସ ବନ୍ଦ ଥିବାରୁ ତାଲା କାଟି ଭିତରେ ପଶିବା ସହ ବହୁ କାଗତପତ୍ର ଜବତ କରିଛି। ସେହିପରି ଅନିଲ ରହୁଥିବା ଫ୍ଲାଟରେ ଡିଜିଟାଲ ଲକ୍‌ ବ୍ୟବସ୍ଥା ଥିବାରୁ ସେଠାରେ ଭିତରକୁ ପ୍ରବେଶ କରି ନ ପାରି ଆୟକର ଟିମ୍‌ ନିରାଶ ହୋଇ ଫେରିଛି। ବିନା ଋଣରେ ହଂସିତା ଦାମୀ କାର୍‌ କିଣିବା ସହ ସେମାନଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ତଥ୍ୟ ଆଧାରରେ ଆୟକର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ପୋର୍ସେ ଗାଡ଼ି କିଣି ପାର୍ଟନର ଅନିଲ ମହାନ୍ତିଙ୍କୁ ହଂସିତା ଜନ୍ମଦିନ ଉପହାର ଦେଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ ହଂସିତା କଳାହାଣ୍ଡି ନର୍ଲାର ହୋଇଥିବାବେଳେ ମୂଳ ନା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ରାକ୍ଷୀ ବୋଲି ପୋଲିସ ଜାଣିବାକୁ ପାଇଛି। ୨୦୧୭ରେ ନର୍ଲା ବାଗପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ ମାର୍ଚ୍ଚ ୨୬ରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ବିଭିନ୍ନ ଦାବି ନେଇ ରାଜଧାନୀର ଲୋୟର ପିଏମ୍‌ଜିରେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ନର୍ଲାରୁ ସିଧା ନୂଆଦିଲ୍ଲୀ ଚାଲିଯାଇଥିଲେ ବିଷ୍ଣୁପ୍ରିୟା ଓରଫ ହଂସିତା। ପରେ ଦିଲ୍ଲୀରୁ ଫେରି ୨୦୧୮ରେ କନ୍ଧମାଳର ଜଣେ ପୂର୍ବତନ ସାଂସଦ ପ୍ରାର୍ଥୀଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଛି। ତେବେ ବିଷ୍ଣୁପ୍ରିୟା ହଠାତ କାହିଁକି ବଡ଼ବଡ଼ିଆଙ୍କୁ ଠକିବାକୁ ମନସ୍ଥ କଲେ ପୋଲିସ ରିମାଣ୍ଡରେ ଆଣି ତାହାର ତଥ୍ୟ ଓଗାଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ସେହିଭଳି ୨୦୧୮ରେ ଫାର୍ମା କମ୍ପାନୀ ଡିଷ୍ଟ୍ରିବ୍ୟୁଟରଙ୍କୁ ୨୦ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ବିଭିନ୍ନ ମାମଲାରୁ ନିଜକୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ବିଷ୍ଣୁପ୍ରିୟା ୨୦୨୩ରେ ନିଜ ନାମ ହଂସିତାକୁ ସରକାରୀ କାଗଜାଦିରେ ପରିବର୍ତ୍ତନ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ ଆପାର୍ଟମେଣ୍ଟରେ ଅନିଲଙ୍କ ସହ ସ୍ବାମୀସ୍ତ୍ରୀ ଭାବେ ରହୁଥିଲେ। ଅନିଲଙ୍କ ନାଁରେ ଦୁଇଟି କମ୍ପାନୀ ଥିବାବେଳେ ପଟିଆ ଅଞ୍ଚଳରେ ଏକ ଅଫିସ କରି ଲୋକମାନଙ୍କୁ ଠକୁଥିଲେ। ଏପରି କି ସେମାନେ ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚାମାଲ ଯୋଗାଇବା ପାଇଁ ଖଣିମାଲିକଙ୍କୁ ଟେଣ୍ଡର, ବିଲ୍ଡରଙ୍କୁ ଜମି, କୋଠା ଆପ୍ରୁଭାଲ କରାଇବା ଆଦି କହି ବଡ଼ବଡ଼ିଆଙ୍କୁ ଫସାଉଥିଲେ। ବଡ଼ବଡ଼ିଆଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ସେମାନେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୂର୍ବତନ ସିଏଜି ଗିରିଶ ମୁର୍ମୁଙ୍କ ଫଟୋ ସହ ନିଜ ଫଟୋ ଏଡିଟ୍‌ କରି ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri