ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ

ସୋନପୁର,୧୩ା୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ଖଇରଟିକ୍ରା ଗାଁର ଚାଷୀ ସୁରେଶ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ଆସିଛି। ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ସ୍ବାଧୀନତା ଦିବସ ଉତ୍ସବରେ ସେ ଯୋଗଦେବେ। ଏ ନେଇ ମିଶ୍ର ଶନିବାର ନୂଆଦିଲ୍ଲୀ ଅଭିମୁଖେ ଟ୍ରେନ୍‌ ଯୋଗେ ଯାତ୍ରା କରିଛନ୍ତି। ଏଭଳି ଖବର ମିଳିବା ପରେ ଜିଲାରେ ଖୁସିର ଲହରି ଖେଳିଯାଇଛି।
ଜଣେ ସଫଳ ଜୈବିକ ଚାଷୀ ଭାବେ ସୁରେଶ ସୁବର୍ଣ୍ଣପୁର ଜିଲାରେ ବେଶ୍‌ ପରିଚିତ। ଦୀର୍ଘ ୭ ବର୍ଷ ଧରି ସେ ନିଜର ୬ ଏକର ପରିମିତ ଚାଷଜମିରେ ଜୈବିକ ପ୍ରଣାଳୀରେ ସମନ୍ବିତ ଚାଷ କରିଆସୁଛନ୍ତି। ନିଜ ଫସଲରେ ଜୀବାମୃତ ସହିତ ବୁନ୍ଦା ଜଳସେଚନର ବ୍ୟବସ୍ଥା କରି ସେ ପୋଟଳ, ବାଇଗଣ, ମକା ଓ ବନ୍ଧାକୋବି ଆଦି ଉତ୍ପାଦନ କରୁଛନ୍ତି। ଉଭୟ ଖରିଫ ଓ ରବି ଋତୁରେ ବିନା କୀଟନାଶକ, ରାସାୟନିକ ସାରରେ ଧାନ ଓ ପନିପରିବା ଚାଷ କରୁଛନ୍ତି। ଏଥିରେ ସେ ନିଜକୁ ଆତ୍ମନିର୍ଭରଶୀଳ ମଧ୍ୟ କରିପାରିଛନ୍ତି। ୨୦୨୧ ମସିହାରେ ନାବାର୍ଡ ଦ୍ୱାରା ସୁନ୍ଦରଗଡ଼ର ସେବକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରୋତ୍ସାହନରେ କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀ ଗଠନ କରିଛନ୍ତି। ଏହି କମ୍ପାନୀକୁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି। କମ୍ପାନୀ ତଥା କୃଷକ ଉତ୍ପାଦକ ସଂଘରେ ଆଖପାଖ ଗ୍ରାମର ୫୦୦ରୁ ଊର୍ଦ୍ଧ୍ୱ ଚାଷୀ ସଭ୍ୟ ଅଛନ୍ତି। ମିଶ୍ର ଏହାର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ନିଜ କ୍ଷେତରୁ ଉତ୍ପାଦିତ ଫସଲ ଓ ଅନ୍ୟ ଚାଷୀଙ୍କ ଉତ୍ପାଦିତ ଫସଲକୁ କ୍ଷେତ୍ରପାଳ କୃଷକ ଉତ୍ପାଦକ ସଂଘ ମାଧ୍ୟମରେ ବିକ୍ରୟ କରୁଛନ୍ତି। ଜୈବିକ ଚାଷ ଦ୍ୱାରା ଉତ୍ପାଦିତ ଚାଉଳ ଓ ମୁଗକୁ ସଂଘ ମାଧ୍ୟମରେ ମାର୍କେଟିଂ କରିଥାନ୍ତି। ସେହିପରି ଅନ୍ୟ ଚାଷୀଙ୍କୁ ବିଭିନ୍ନ ପ୍ରକାର ମଞ୍ଜି, କୀଟନାଶକ ଓ ସାର ସୁଲଭ ମୂଲ୍ୟରେ ପ୍ରଦାନ ସହିତ ଜୈବିକ ପ୍ରଣାଳୀରେ ଚାଷ ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କର ଏହି ଜୈବିକ ଚାଷ ଅଞ୍ଚଳର ଅନ୍ୟମାନଙ୍କୁ ପ୍ରେରଣା ଦେଉଛି। ଚଳିତବର୍ଷ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଅଂଶଗ୍ରହଣ ଲାଗି ସୁରେଶଙ୍କୁ ନିମନ୍ତ୍ରଣ ମିଳିଛି। ଜଣେ ସଫଳ ଚାଷୀ ଭାବେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଓ ନିମନ୍ତ୍ରଣ ଏକ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି ସୁରେଶ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନାବାର୍ଡକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri