Posted inଜାତୀୟ

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏଭଳି ସ୍ଥିତି ଜାରି ରହିଲେ ଶ୍ରୀଲଙ୍କା ଭଳି ଆର୍ଥିକ ଦୁଃସ୍ଥିତି ଦେଖାଦେବ। ଏହି ଅମଲାତନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବରେ ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ନାମ ଉଲ୍ଲେଖ କରିଛନ୍ତି। ଦେଖିବାକୁ ଗଲେ ଏ ସବୁ ଅଣଭାଜପା ରାଜ୍ୟ। ସଦ୍ୟ ସମାପ୍ତ ଉତ୍ତରପ୍ରଦେଶ ଓ ଗୋଆ ବିଧାନସଭା ନିର୍ବାଚନ ବେଳେ ଭାଜପା ମାଗଣା ଏଲପିଜି ଓ ଲୋଭନୀୟ ଘୋଷଣା କରି ଶାସନ ଗାଦିକୁ ଫେରିଛି। କେନ୍ଦ୍ର ସରକାର ମଧ୍ୟ ଉଜ୍ଜ୍ୱଳା ଏବଂ ପିଏମ୍‌କିଷାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉତ୍ତରପ୍ରଦେଶର ନାମ ଆଲୋଚନାବେଳେ ନ ଆଣିବା ସୂଚାଇ ଦେଉଛି ଯେ, ବାବୁ ବି କଲେଣି ରାଜନୀତି।

ଋଣବୋଝରେ ବୁଡ଼ି କାଙ୍ଗାଳ ହୋଇଯାଇଥିବା ଶ୍ରୀଲଙ୍କା ଭଳି ସ୍ଥିତି ଭାରତରେ ମଧ୍ୟ ଉପୁଜିପାରେ। ଭାରତର କେତେକ ରାଜ୍ୟ ଲୋକଙ୍କୁ ମାଗଣା ଯୋଜନାରେ ବିପୁଳ ସୁବିଧା ପ୍ରଦାନ କରିବା ଜାରି ରଖିଲେ ଏପରି ସ୍ଥିତି ବେଶି ଦୂର ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସତର୍କ କରାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ। ମାଗଣା ଯୋଜନା ଅସ୍ଥାୟୀ ଏବଂ ଏହା ଦ୍ୱାରା ସମ୍ପୃକ୍ତ ରାଜ୍ୟର ଅର୍ଥନୀତି ଭୁଶୁଡ଼ି ଯାଇପାରେ ବୋଲି ଶନିବାର ୭-ଲୋକ କଲ୍ୟାଣ ମାର୍ଗସ୍ଥିତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦୀର୍ଘ ୪ ଘଣ୍ଟାର ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ଥିବା ଅନେକ ସଚିବ ତଥା ପ୍ରଶାସନିକ ଅଧିକାରୀ କେନ୍ଦ୍ରକୁ ଆସିବା ପୂର୍ବରୁ ବିଭିନ୍ନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏବେ ଭାରତର ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ରହିଛି। ସେହି ରାଜ୍ୟ ସରକାରଗୁଡ଼ିକ ରାଜକୋଷକୁ ସୁହାଇଲା ଭଳି ପଦକ୍ଷେପ ନେଇ ଆର୍ଥିକ ସ୍ଥିତିରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ଥିଲା। କିନ୍ତୁ ତାହା ହୋଇପାରିନାହିଁ। ଯଦି ସମ୍ପୃକ୍ତ ରାଜ୍ୟଗୁଡ଼ିକ ଭାରତର ଅଂଶ ହୋଇ ନ ଥାନ୍ତେ ତେବେ ଏତେବେଳକୁ ସେଗୁଡ଼ିକ ଦେବାଳିଆ ହୋଇସାରନ୍ତେଣି। ବିଶେଷକରି ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସରକାରଗୁଡ଼ିକ ଘୋଷଣା କରିଥିବା ଯୋଜନା ସବୁ ଦୀର୍ଘସ୍ଥାୟୀ ନୁହେଁ। ଏହି ରାଜ୍ୟଗୁଡ଼ିକରେ ଋଣବୋଝ ବଢ଼ିବା ସହ ଆର୍ଥତ୍କ ସ୍ଥିତି ଦୁର୍ବଳ ରହିଛି। ଏହି ରାଜ୍ୟଗୁଡ଼ିକୁ ଯଥାଶୀଘ୍ର ଉକ୍ତ ସମସ୍ୟାରୁ ମୁକୁଳିବା ପାଇଁ ରାସ୍ତା ବାହାରିବା ଜରୁରୀ ବୋଲି ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି। ପ୍ର୍ରତ୍ୟେକ ନିର୍ବାଚନରେ ଜନସାଧାରଣଙ୍କୁ ମାଗଣା ସୁବିଧା ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତା ଦୀର୍ଘକାଳ ଭିତ୍ତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇବ ବୋଲି ବରିଷ୍ଠ ଅଧିକାରୀମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସ ଏବଂ ଜିଏସ୍‌ଟିରୁ ଭାଗ ନେଇଥାନ୍ତି। ଏହାବ୍ୟତୀତ ଅବକାରୀ ଟିକସ, ପେଟ୍ରୋଲ ଓ ଡିଜେଲରୁ ଭାଟ୍‌, ଜମିବାଡ଼ି ଟିକସ, ଯାନବାହନ ପଞ୍ଜୀକରଣ ଆଦିରୁ ରାଜ୍ୟଗୁଡ଼ିକ ଆୟ କରିଥାନ୍ତି। ଅର୍ଥାତ୍‌ ରାଜ୍ୟଗୁଡ଼ିକର ଆୟ ଉତ୍ସ ସୀମିତ ହୋଇଥିବାରୁ ସେମାନେ ଏଭଳି ମାଗଣା ସୁବିଧା ଘୋଷଣା କମାଇବା ଉପରେ ପ୍ରମୁଖ ଅଧିକାରୀମାନେ ଆଲୋକପାତ କରିଛନ୍ତି।
ଅନ୍ୟପକ୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଥିବାରୁ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଅଭିଜ୍ଞତାର ପୂର୍ଣ୍ଣ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ସମ୍ବଳ ଅଭାବର ବାହାନା ନ କରି ସେମାନେ ଅଭିନବ ଚିନ୍ତାଧାରା ଆପଣାଇବା ଆବଶ୍ୟକ। ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରଶାସନିକ ଅଧିକାରୀମାନେ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଜରୁରୀ। ଜାତୀୟ ଦୃଷ୍ଟିକୋଣରୁ ସମସ୍ତେ କିଛି ବଡ଼ ଚିନ୍ତା କରି ଏକ ଟିମ୍‌ ଭାବେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସଚିବମାନଙ୍କ ସହ ଏହା ମୋଦିଙ୍କ ୯ମ ବୈଠକ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri