Posted inଜାତୀୟ

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏଭଳି ସ୍ଥିତି ଜାରି ରହିଲେ ଶ୍ରୀଲଙ୍କା ଭଳି ଆର୍ଥିକ ଦୁଃସ୍ଥିତି ଦେଖାଦେବ। ଏହି ଅମଲାତନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବରେ ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ନାମ ଉଲ୍ଲେଖ କରିଛନ୍ତି। ଦେଖିବାକୁ ଗଲେ ଏ ସବୁ ଅଣଭାଜପା ରାଜ୍ୟ। ସଦ୍ୟ ସମାପ୍ତ ଉତ୍ତରପ୍ରଦେଶ ଓ ଗୋଆ ବିଧାନସଭା ନିର୍ବାଚନ ବେଳେ ଭାଜପା ମାଗଣା ଏଲପିଜି ଓ ଲୋଭନୀୟ ଘୋଷଣା କରି ଶାସନ ଗାଦିକୁ ଫେରିଛି। କେନ୍ଦ୍ର ସରକାର ମଧ୍ୟ ଉଜ୍ଜ୍ୱଳା ଏବଂ ପିଏମ୍‌କିଷାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉତ୍ତରପ୍ରଦେଶର ନାମ ଆଲୋଚନାବେଳେ ନ ଆଣିବା ସୂଚାଇ ଦେଉଛି ଯେ, ବାବୁ ବି କଲେଣି ରାଜନୀତି।

ଋଣବୋଝରେ ବୁଡ଼ି କାଙ୍ଗାଳ ହୋଇଯାଇଥିବା ଶ୍ରୀଲଙ୍କା ଭଳି ସ୍ଥିତି ଭାରତରେ ମଧ୍ୟ ଉପୁଜିପାରେ। ଭାରତର କେତେକ ରାଜ୍ୟ ଲୋକଙ୍କୁ ମାଗଣା ଯୋଜନାରେ ବିପୁଳ ସୁବିଧା ପ୍ରଦାନ କରିବା ଜାରି ରଖିଲେ ଏପରି ସ୍ଥିତି ବେଶି ଦୂର ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସତର୍କ କରାଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ। ମାଗଣା ଯୋଜନା ଅସ୍ଥାୟୀ ଏବଂ ଏହା ଦ୍ୱାରା ସମ୍ପୃକ୍ତ ରାଜ୍ୟର ଅର୍ଥନୀତି ଭୁଶୁଡ଼ି ଯାଇପାରେ ବୋଲି ଶନିବାର ୭-ଲୋକ କଲ୍ୟାଣ ମାର୍ଗସ୍ଥିତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦୀର୍ଘ ୪ ଘଣ୍ଟାର ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ଥିବା ଅନେକ ସଚିବ ତଥା ପ୍ରଶାସନିକ ଅଧିକାରୀ କେନ୍ଦ୍ରକୁ ଆସିବା ପୂର୍ବରୁ ବିଭିନ୍ନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏବେ ଭାରତର ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ରହିଛି। ସେହି ରାଜ୍ୟ ସରକାରଗୁଡ଼ିକ ରାଜକୋଷକୁ ସୁହାଇଲା ଭଳି ପଦକ୍ଷେପ ନେଇ ଆର୍ଥିକ ସ୍ଥିତିରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ ଥିଲା। କିନ୍ତୁ ତାହା ହୋଇପାରିନାହିଁ। ଯଦି ସମ୍ପୃକ୍ତ ରାଜ୍ୟଗୁଡ଼ିକ ଭାରତର ଅଂଶ ହୋଇ ନ ଥାନ୍ତେ ତେବେ ଏତେବେଳକୁ ସେଗୁଡ଼ିକ ଦେବାଳିଆ ହୋଇସାରନ୍ତେଣି। ବିଶେଷକରି ପଞ୍ଜାବ, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସରକାରଗୁଡ଼ିକ ଘୋଷଣା କରିଥିବା ଯୋଜନା ସବୁ ଦୀର୍ଘସ୍ଥାୟୀ ନୁହେଁ। ଏହି ରାଜ୍ୟଗୁଡ଼ିକରେ ଋଣବୋଝ ବଢ଼ିବା ସହ ଆର୍ଥତ୍କ ସ୍ଥିତି ଦୁର୍ବଳ ରହିଛି। ଏହି ରାଜ୍ୟଗୁଡ଼ିକୁ ଯଥାଶୀଘ୍ର ଉକ୍ତ ସମସ୍ୟାରୁ ମୁକୁଳିବା ପାଇଁ ରାସ୍ତା ବାହାରିବା ଜରୁରୀ ବୋଲି ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି। ପ୍ର୍ରତ୍ୟେକ ନିର୍ବାଚନରେ ଜନସାଧାରଣଙ୍କୁ ମାଗଣା ସୁବିଧା ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତା ଦୀର୍ଘକାଳ ଭିତ୍ତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇବ ବୋଲି ବରିଷ୍ଠ ଅଧିକାରୀମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସ ଏବଂ ଜିଏସ୍‌ଟିରୁ ଭାଗ ନେଇଥାନ୍ତି। ଏହାବ୍ୟତୀତ ଅବକାରୀ ଟିକସ, ପେଟ୍ରୋଲ ଓ ଡିଜେଲରୁ ଭାଟ୍‌, ଜମିବାଡ଼ି ଟିକସ, ଯାନବାହନ ପଞ୍ଜୀକରଣ ଆଦିରୁ ରାଜ୍ୟଗୁଡ଼ିକ ଆୟ କରିଥାନ୍ତି। ଅର୍ଥାତ୍‌ ରାଜ୍ୟଗୁଡ଼ିକର ଆୟ ଉତ୍ସ ସୀମିତ ହୋଇଥିବାରୁ ସେମାନେ ଏଭଳି ମାଗଣା ସୁବିଧା ଘୋଷଣା କମାଇବା ଉପରେ ପ୍ରମୁଖ ଅଧିକାରୀମାନେ ଆଲୋକପାତ କରିଛନ୍ତି।
ଅନ୍ୟପକ୍ଷରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରିଥିବାରୁ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ଅଭିଜ୍ଞତାର ପୂର୍ଣ୍ଣ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ସମ୍ବଳ ଅଭାବର ବାହାନା ନ କରି ସେମାନେ ଅଭିନବ ଚିନ୍ତାଧାରା ଆପଣାଇବା ଆବଶ୍ୟକ। ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରଶାସନିକ ଅଧିକାରୀମାନେ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଜରୁରୀ। ଜାତୀୟ ଦୃଷ୍ଟିକୋଣରୁ ସମସ୍ତେ କିଛି ବଡ଼ ଚିନ୍ତା କରି ଏକ ଟିମ୍‌ ଭାବେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସଚିବମାନଙ୍କ ସହ ଏହା ମୋଦିଙ୍କ ୯ମ ବୈଠକ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri