ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କୁ ସ୍ବାଗତ କରିଛନ୍ତି ।
ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ଏମ୍ଆଇ-୧୭ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଅଭିମୁଖେ ବାହାରିବେ । ୪ଟା ୩୫ ମିନିଟ୍ ସମୟରେ ଖୋର୍ଦ୍ଧା ହେଲିପ୍ୟାଡ୍ଠାରେ ପହଞ୍ଚିବେ । ୪ଟା୪୦ ମିନିଟ୍ରେ ଖୋର୍ଦ୍ଧା ହେଲିପ୍ୟାଡ୍ରୁ ସ୍ଥଳପଥରେ ଆର୍ବିଆଇ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଯେଉଁଠାରେ କାର୍ଯ୍ୟକ୍ରମ ହେଉଛି ସେଠାକୁ ଯିବେ ।
ଆର୍ବିଆଇ ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟର ଆଣ୍ଡ ଟ୍ରେନିଂ ସ୍ଥଳରେ ପହଞ୍ଚି ସେଠାରେ ୫ଟା ୪୫ ଯାଏ ରହିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଖୋର୍ଦ୍ଧା ଜିଲା ଜଟଣୀ ନିକଟସ୍ଥ ଆର୍ବିଆଇ ଡାଟା ସେଣ୍ଟରର ଉଦ୍ଘାଟନ କରିବେ। ୫ଟା୫୦ ମିନିଟ୍ରେ ଆର୍ବିଆଇ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରୁ ବାହାରି ଖୋର୍ଦ୍ଧା ହେଲିପ୍ୟାଡ୍ ଯିବେ। ସେଠାରୁ ସ୍ଥଳପଥରେ ଫେରି ୬ଟା ୩୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ୬ଟା ୩୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ୮ଟା ୫୫ ମିନିଟ୍ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ନେଇ କାର୍ଯ୍ୟସୂଚୀ ରହିଛି ।