ଗୃହରେ ଶିକ୍ଷକଙ୍କ ଦାବିକୁ ନେଇ ହଙ୍ଗାମା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଦୁଇଦିନ ହେବ ପ୍ରାଥମିକ ଶିକ୍ଷକ ୩ ଦଫା ଦାବି ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି। ଲକ୍ଷାଧିକ ଶିକ୍ଷକ ରାଜରାସ୍ତାକୁ ଅଚଳ କରି ରଖିଛନ୍ତି। ସରକାରଙ୍କ ଶିକ୍ଷା ମନ୍ତ୍ରୀ କିମ୍ବା କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଯାଇନାହାନ୍ତି। ଶିକ୍ଷକଙ୍କ ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ସଭ୍ୟମାନେ ବିଧାନସଭାରେ ହଙ୍ଗାମା କରିଛନ୍ତି। ଏଥିଯୋଗୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାଧା ଉପୁଜିଥିଲା।

ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହାସତ୍ତ୍ୱେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବାଚସ୍ପତି ରୁଲିଂ ନ ଦେବା ଯାଏ ଗୃହ ଚାଲିବ ନାହିଁ ବୋଲି ଦାବି କରିଥିଲେ। ବାଚସ୍ପତି ରୁଲିଂ ଦେବା ପରେ ଗୃହ ସ୍ବାଭାବିକ ହୋଇଥିଲା।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ପ୍ରଶ୍ନୋତ୍ତର ଆରମ୍ଭ ହେବା ମାତ୍ରେ ଶିକ୍ଷକଙ୍କ ସମସ୍ୟାକୁ ନେଇ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ କରିଥିଲେ। ସରକାର ତୁରନ୍ତ ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ସମାଧାନ କରନ୍ତୁ ନଚେତ୍‌ ଗୃହ ଚଳାଇଦେବୁ ନାହିଁ ବୋଲି ଅଡ଼ିବସି ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉଭୟ ଦଳର ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ି ନ ଥିଲା। ଫଳରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟ୍‌ରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ହୋଇଥିଲା। ବାଚସ୍ପତି ଅଚଳାବସ୍ଥା ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ସେଥିପାଇଁ ୧୧ଟା ୩୧ରୁ ୧୧ଟା ୪୫ ଯାଏ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ। ୧୧ଟା ୪୬ ମିନିଟ୍‌ରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ନିର୍ଦ୍ଦିଷ୍ଟ ଦାବି ନେଇ ଲକ୍ଷାଧିକ ଶିକ୍ଷକ ଧର୍ମଘଟ ଚଳାଇଛନ୍ତି। ରାତିସାରା ଆନ୍ଦୋଳନରେ ବସିଛନ୍ତି। ରାଜ୍ୟରେ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ପାଠ ପଢ଼ା ନ ହେଲେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ। ଆନ୍ଦୋଳନରତ ଶିକ୍ଷକମାନଙ୍କ ପାଖକୁ ଶିକ୍ଷା ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀ ଆଲୋଚନା ପାଇଁ ଯାଇନାହାନ୍ତି। ନୂଆ ପେନ୍‌ସନ ରୁଲ୍‌କୁ ବିରୋଧ କରିବା ସହ ଅନ୍ୟାନ୍ୟ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ କାହାକୁ ପଠାଇ ତୁରନ୍ତ ଆଲୋଚନା କରନ୍ତୁ। ଏହି ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ହଇରାଣ ହେବା ସହ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ। ତୁରନ୍ତ ଆଲୋଚନା କରାଯାଉ ବୋଲି ସେ ଦାବି କରିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଶିକ୍ଷକ ସମାଜ ରାଜଧାନୀକୁ ଘେରିରହିଛି। ୬୦ ବିଧାୟକ, ୧୫ ମନ୍ତ୍ରୀ ପଦ୍ମପୁର ନିର୍ବାଚନ ପ୍ରଚାରରେ ମାତିଛନ୍ତି। ୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ୨୦୦୦ ମସିହାରେ ରାଜ୍ୟରେ ଆର୍ଥିକ ସ୍ଥିତି ଭଲ ନ ଥିଲା। ଏବେ ଭଲ ଅଛି। ରାଜ୍ୟରୁ ଠିକା ନିଯୁକ୍ତି ଉଠାଇଦେଇ ସରକାର ଐତିହାସିକ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। କିଛି ଶିକ୍ଷକ ନାଚିଲେ, ବାଜା ବଜେଇଲେ। ଯଦି ସରକାର ଐତିହାସିକ ନିଷ୍ପତ୍ତି ନେଲେ ତେବେ ଆଜି କାହିଁକି ୨ ଲକ୍ଷ ଶିକ୍ଷକ ରାଜଧାନୀରେ ବସିଛନ୍ତି। ଏଥିପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କର କିଛି ପରବାୟ ନାହିଁ। ଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି। କାହାଠାରୁ ଅନୁମତି ନେଇ ସେ ପଦ୍ମପୁର ଗଲେ ବୋଲି ମୋହନ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ସରକାରଙ୍କ ଚିନ୍ତା ନାହିଁ କି ଦରଦ ନାହିଁ ବୋଲି ସେ କହିଛନ୍ତି।
ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ରାଜ୍ୟ ସରକାର ଶିକ୍ଷକଙ୍କ ଅନେକ ସମସ୍ୟା ସମାଧାନ କରିଛନ୍ତି। ରାଜ୍ୟ ସରକାର ଠିକା ନିଯୁକ୍ତି ବିଲୋପ କଲେ। ଯେଉଁ କେତେଜଣ ରହିଯାଇଛନ୍ତି ସେମାନଙ୍କ କଥା ସରକାର ବିଚାର କରିବେ। ଆଗରୁ ଶିକ୍ଷକଙ୍କୁ ଭୁବନେଶ୍ୱରକୁ ପୂରାଇ ଦିଆଯାଉ ନ ଥିଲା। ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଉ ନ ଥିଲା। ଶିକ୍ଷକମାନଙ୍କ ଆନ୍ଦୋଳନକୁ ସକାରାତ୍ମକ ଦୃଷ୍ଟିରୁ ସରକାର ବିଚାର କରିବେ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ୨ ଦିନ ହେବ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ସ୍କୁଲ ପାଠପଢ଼ା ବନ୍ଦ ହୋଇଯାଇଛି। ହେଲେ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ପାଇଁ ଶିକ୍ଷା ମନ୍ତ୍ରୀ ନାହାନ୍ତି କି ଶିକ୍ଷା ବିଭାଗର କୌଣସି ଅଧିକାରୀ ନାହାନ୍ତି। ସେହିପରି ବିଧାନସଭାରେ ବି କୌଣସି ମନ୍ତ୍ରୀ ନାହାନ୍ତି। ଯଦି ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ କାନ୍ଦୁଛନ୍ତି, ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ରାତିରେ ଶୋଉଛନ୍ତି, ତା’ହେଲେ ଏହି ଗୃହ କ’ଣ ପାଇଁ ଚାଲିବ? ଶିକ୍ଷକଙ୍କ ସମସ୍ୟା ଦୂର କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ କହି ତାରା ଓ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ରୁଲିଂ ଦେଇ କହିଥିଲେ ଯେ, ଶିକ୍ଷକଙ୍କ ଆନ୍ଦୋଳନ ସମ୍ପର୍କରେ ବିରୋଧୀ ଦଳ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ ଦାବି ପ୍ରତି ସରକାର ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଁ ନିର୍ଦ୍ଦେଶ ଦେଉଛି ବୋଲି କହିଥିଲେ। ଏହାପରେ ଗୃହ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri