ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । କେବଳ ଏତିକି କଥା ନୁହେଁ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା ହେବା ପରେ ଶ୍ମଶାନରେ ତାଙ୍କର ନିଶ୍ବାସ ଚାଲିଥିଲା, ଏହାପରେ ପୁଣି ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ଅନୁସାରେ, ରାଜେନ୍ଦ୍ର ରଥ ହଟାତ ଅସୁସ୍ଥ ହୋଇ ପଡିବା ପରେ ପରିବାର ଲୋକେ ରବିବାର ଶୀତଳା ପଲ୍ଲୀ ସ୍ଥିତ ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କୁ ନିମୋନିଆ ଚିହ୍ନଟ ହେବା ପରେ ଡାକ୍ତର ତାଙ୍କୁ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଘୋଷଣା କରାଯାଇଥିଲା। ଚିକିତ୍ସା ଅବହେଳାରୁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ଜ୍ୱାଇଁ ବିନାୟକ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେଠାରେ ରାତ୍ର କାଳୀନ ଚିକିତ୍ସା ନିମନ୍ତେ ଡାକ୍ତର ରହୁ ନଥିବା ଅଭିଯୋଗ କରିଛନ୍ତି ।

ମୃତକଙ୍କ ଜ୍ବାଇଁଙ୍କ କହିବା ଅନୁସାରେ, ରାତ୍ର ନଅଟାରେ ରୋଗୀ ଭଲ ଥିଲା କଥା ବାର୍ତ୍ତା କରୁଥିବା ବେଳେ ହଟାତ ରାତି ପ୍ରାୟ ସାଢେ ବାରଟାରେ ହସ୍ପିଟାଲ କତୃପକ୍ଷ ସ୍ଵାକ୍ଷର କରିବାକୁ କହିଥିବା ସେ ସୂଚନା ଦେଇଛନ୍ତି । ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ସମେତ ହଜାରେରୁ ଉର୍ଦ୍ଧ ବିଭିନ୍ନ ବର୍ଗର ଲୋକଙ୍କ ମୃତ ରାଜେନ୍ଦ୍ରଙ୍କ ଶେଷ ଦର୍ଶନ କରିଥିଲେ । ମୃତ ରାଜେନ୍ଦ୍ରଙ୍କ ମର ଶରୀରକୁ ରଥରେ ବସାଇ ଶହ ଶହ ଲୋକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ପୁଇଁତୋଳା ଚାରିସାହି ବୁଲାଇବା ପରେ ଋଷୁକୂଲ୍ୟା ସ୍ଥିତ ଶ୍ମଶାନରେ ପହଞ୍ଚିଥିଲେ । ସେଠାରେ ପୁରୋହିତ ରାଜେନ୍ଦ୍ରଙ୍କ ନିଶ୍ୱାସପ୍ରଶ୍ୱାସ ଆସିଥିଲା ।

ମୃତ ପୁରୋହିତ ଜୀବିତ ଥିବା ଭାବି ତାଙ୍କୁ ସଙ୍ଗେ ସଙ୍ଗେ ଶ୍ମଶାନରୁ କାର ଯୋଗେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ ବିଧାୟକ ନାୟକ ପହଂଚି ଡାକ୍ତରଙ୍କ କଥା ବାର୍ତ୍ତା କରିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୋହିତ ରାଜେନ୍ଦ୍ର ଜୀବିତ ଥିବା ଖବର ପ୍ରଚାରିତ ହେବା ପରେ ମୃତ ରାଜେନ୍ଦ୍ରଙ୍କ ସ୍ତ୍ରୀ ସୁଜାତା ରଥ ସ୍ୱାମୀ ବଞ୍ଚି ଯାଇଥିବା ନେଇ ଗଡି ଗଡି ନୃସିଂହ ମନ୍ଦିର ଭିତରେ ଦୀପ ଜାଳିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା ପରେ ସେ ବେହୋସ ହୋଇ ପଡ଼ିଥିଲେ । ଏକ ମାତ୍ର ପୁଅକୁ ହରାଇ ବାପା ଗଣେଶ ରଥ ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri