ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

ପଟ୍ଟାମୁଣ୍ଡାଇ,୧୮ା୫(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ। ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଟମାଟୋ ଗଛଗୁଡିକ ଭୁରୁଙ୍ଗା ମାରିଯିବା ଫଳରେ ଫଳ ଧରୁନି। ଗାଡିଆ ପୋଖରୀ ସବୁ ଶୁଖିଲା ପଡିଥିବାରୁ ଚାଷୀମାନେ ଟମାଟୋ ଫସଲରେ ପାଣି ମଡାଇ ପାରୁନାହାନ୍ତି। ଫଳରେ ଗଛଗୁଡିକ ମରିବାକୁ ବସିଛି। ଟମାଟେ ଫସଲ ଉଜୁଡି ଯାଉଥିବାରୁ ଦର ବଢ଼ିଛି ବୋଲି ଚାଷୀମାନେ କହୁଛନ୍ତି। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୀତଳଭଣ୍ଡାର ନ ଥିବାରୁ ଟମାଟୋକୁ ସଂରକ୍ଷଣ କରାଯାଇପାରୁନାହିଁ ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି । ଟମାଟୋ ଆମଦାନୀ କମ ହେଉଥିବାରୁ ଏହା ଲୋକଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ। ଏହି ସୁଯୋଗରେ ପାଇକରୀ ବିକ୍ରେତାମାନେ ଦର ବଢ଼ାଇ ଚାଲିଛନ୍ତି ବୋଲି ବହୁ ଗ୍ରାହକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ସିପିଆଇଏମ୍‌ର ଧର୍ମଘଟ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): କୃଷି ବିରୋଧୀ ଆଇନ, ଶ୍ରମିକ ବିରୋଧୀ ଓ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଦେଶ ବ୍ୟାପୀ...

ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଆଦିବାସୀ ନେତା ଗିରଫ

ବୌଦ୍ଧ, ୮।୨(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଥିବାବେଳେ ପୋଲିସ ପକ୍ଷରୁ ମାଓବାଦୀ ସହ ସମ୍ପର୍କ ଅଭିଯୋଗରେ ସୋମବାର କାଳିଆ କହଁର (୫୫)...

ବୀଣାପାଣି କଳାନିକେତନ ନୃତ୍ୟଶିଳ୍ପୀଙ୍କ ଦିଲ୍ଲୀ ଯାତ୍ରା

ଆନନ୍ଦପୁର,୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବୀଣାପାଣି କଳାନିକେତନର ନୃତ୍ୟଶିଳ୍ପୀମାନେ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଣେ ଲାଗି ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀର ନୋଇଡା ବ୍ଲକ-ଏ ଜଗନ୍ନାଥ...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ବିରି ଫସଲରେ କାଳିମୁଣ୍ଡି ପୋକ, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୬।୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିରି ଅମାର କୁହାଯାଉଥିବା ଧୋୟାଞ୍ଚଳର ସିଂହଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହି ପଞ୍ଚାୟତରେ ବ୍ୟାପକ ଭାବେ ଚାଷ ହୋଇଛି।...

ଛେଣ୍ଡିପଦାରେ କାଳବୈଶାଖୀଭାଙ୍ଗିଲା ତୋରଣ, ବ୍ୟାପକ ଗଛ ନଷ୍ଟ

ଛେଣ୍ଡିପଦା,୨୭।୫(ସ୍ବ.ପ୍ର): ଛେଣ୍ଡିପଦା ବ୍ଲକ ସଦରମହକୁମାରେ କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ପବନ ହୋଇଥିଲା। ଏଥିରେ କେହି ଆହତ ହୋଇ ନ...

ପାରାଦୀପ ବନ୍ଦର ନାମ ବଦଳିଲା

ପାରାଦୀପ,୨୯ା୩(ସ୍ବ.ପ୍ର.):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପର ନାମ ସୋମବାର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ଥିବା ବେଳେ ଏବେ ପାରାଦୀପ ପୋର୍ଟ...

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ...

Advertisement
Archives

Model This Week