ଅଦା ଦର ହୁ ହୁ ହୋଇ ବଢ଼ିଚାଲିଛି

କେନ୍ଦ୍ରାପଡ଼ା, ୪ା୭(ଜଗନ୍ନାଥ ଧଳ): ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି। ଅଦା ଚାଷ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ପ୍ରୋତ୍ସାହନ ଦିଆ ନ ଯିବାରୁ ଅଦା ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି। ଫଳରେ ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବ୍ୟବସାୟୀ କହୁଛନ୍ତି।
ହୋଲ୍‌ସେଲର ମଧୁ ଲେଙ୍କା କହିଛନ୍ତି, ଦକ୍ଷିଣ ଓଡ଼ିଶାର କୋରାପୁଟ ଓ କନ୍ଧମାଳ ଜିଲାରେ ବହୁଳ ମାତ୍ରାରେ ଅଦା ଚାଷ ହୋଇଥାଏ। ତେଣୁ କଟକ ମାଲଗୋଦାମକୁ ଅଦା ଆସିବା ସହ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବଜାରକୁ ଦୈନିକ ୩ରୁ୪ ଟନ୍‌ ଅଦା ଯୋଗାଣ କରାଯାଏ। ମାତ୍ର କୋରାପୁଟ ଓ କନ୍ଧମାଳ ଜିଲାରେ ଅମଳ ବେଳେ ଅଦା ସଂରକ୍ଷଣ ପାଇଁ ବ୍ୟବସ୍ଥା ନ ଥିବାରୁ ଚାଷୀ ବାଧ୍ୟ ହୋଇ କମ୍‌ ଦରରେ ବେପାରୀଙ୍କୁ ବିକ୍ରିକରି ଦେଇଥିଲେ। ଲୋକାଲ ଅଦା ମିଳୁ ନ ଥିବାରୁ ଏବେ ବାହାର ରାଜ୍ୟରୁ ଅଦା ଆସୁଥିବାରୁ ଦର ଆକାଶଛୁଆଁ ହୋଇଛି। ଖାଉଟି ଶଙ୍କର ବଳ କୁହନ୍ତି, ପଟ୍ଟାମୁଣ୍ଡାଇରୁ ଅନ୍ୟ ବଜାର ଯଥା ରାଜନଗର, ବିଜୟନଗର, ବାବର ଆଦି ବଜାରକୁ ଅଦା ଯୋଗାଣ କରୁଥିବା ବେଳେ ଏଠାରେ ଖାଉଟିମାନେ ଅଦା କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କା ଦରରେ କିଣୁଛନ୍ତି। ଖୁଚୁରା ୧୦୦ ଗ୍ରାମ ଅଦା କିଣିଲେ ୪୦ ଟଙ୍କା ଦେବାକୁ ପଡୁଛି। ପ୍ରକୃତ ପକ୍ଷେ ହୋଲ୍‌ସେଲରେ ଅଦା ଦରଠାରୁ ଖୁଚୁରା ବ୍ୟବସାୟୀ ଏହାକୁ ପ୍ରାୟ ୨ ଗୁଣା ଅଧିକ ଦରରେ ବିକ୍ରି କରୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି। ଏହାଦ୍ୱାରା ଖାଉଟିମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି। ଅଦା ହୋଲ୍‌ସେଲର ସରୋଜ ପାଢ଼ୀ କୁହନ୍ତି, ପ୍ରାୟ ୫୦ ବର୍ଷ ମଧ୍ୟରେ ଅଦା ଦର ଏତେ ପରିମାଣରେ ବୃଦ୍ଧି ପାଇବା କେବେ ଦେଖି ନ ଥିଲି। ଏବେ ଆମେ ସାଧାରଣତଃ ମହାରାଷ୍ଟ୍ର, ଆସାମ, ସିଲିଗୁଡ଼ିରୁ ଅଦା ଆଣୁଛୁ। ଆମେ ୨ୟ ପକ୍ଷଙ୍କୁ ଅଦା ବିକ୍ରି କରୁଛୁ। ହେଲେ ସେମାନେ ୩ୟ ପକ୍ଷ ଅର୍ଥାତ୍‌ ଛୋଟ ବ୍ୟବସାୟୀମାନଙ୍କୁ ବିକ୍ରି କରୁଛନ୍ତି। କିଛିଦିନ ମଧ୍ୟରେ କୋରାପୁଟରୁ ନୂତନ ଅଦା ଆସିବା ପରେ ଦର ହ୍ରାସ ପାଇବ। ପ୍ରତ୍ୟେକ ବର୍ଷ ଆସାମରୁ ସିଲିଗୁଡ଼ି ଦେଇ ଅଦା ଆସିଥାଏ। ଅମଳ ସମୟରେ ଦର କମ୍‌ ଥିବାବେଳେ ଚଳିତଥର ବନ୍ୟା ଓ ବର୍ଷା ଫସଲ ନଷ୍ଟ କରିଦେଲା। ଯେଉଁଠାରେ ଚାଷ ହୋଇଛି ସେଠାରେ ଉତ୍ପାଦନ କମ୍‌ ରହିଛି। ଚାଷୀ ସୁରେନ୍ଦ୍ର ପୁହାଣ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ମୁଗବାଡ଼ି, ନିକିରାଇ, ବାରିମୂଳ ଓ ନାଗେଶ୍ୱରପୁର ଅଞ୍ଚଳରେ ଅଦାଚାଷ ପାଇଁ ଉଦ୍ଦିଷ୍ଟ ଜମି ପର୍ଯ୍ୟାପ୍ତ ପରିମାଣରେ ଅଛି। ମାତ୍ର ପ୍ରୋତ୍ସାହନ ଅଭାବରୁ ଏଠାରେ ଅଦାଚାଷ ହୋଇପାରୁନାହଁି। ପାଖାପାଖି ପ୍ରାୟ ୧୦ ଏକର ଜମିରେ ଚାଷୀ ଅଦା ଚାଷ କରନ୍ତିି। ମାତ୍ର ପ୍ରୋତ୍ସାହନ ଅଭାବରୁ ଅଦାଚାଷ କରୁଥିବା ଚାଷୀ ସବୁ ବେଳେ କ୍ଷତି ସହୁଛନ୍ତି। ଅମଳ ବେଳେ ଯେଉଁ ଅଦା କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଥିଲା, ତାହା ଏବେ ୩ ଶହ ଟଙ୍କାରେ ପହଞ୍ଚତ୍ଛି। ଚାଷୀଙ୍କଠାରୁ କମ୍‌ ଦରରେ କିଣି ନେଇଥିବା ଅଦାକୁ ଅଧିକ ଦରରେ ରାଜ୍ୟ ସମେତ ବାହାର ରାଜ୍ୟକୁ ପଠାଉଛନ୍ତି ବେପାରୀ। ସଂରକ୍ଷଣର ବ୍ୟବସ୍ଥା ନ ଥିବା ଓ କୃଷି ବିଭାଗର ପ୍ରୋତ୍ସାହନ ଅଭାବରୁ ଚାଷୀ ଫସଲ ଠିକ୍‌ଭାବେ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୌଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳକୁ ଖୁବ୍‌ଶୀଘ୍ର ଅଦା ବିହନ ଆସିବ। ଅଦାଚାଷ ପାଇଁ ଇଚ୍ଛୁକ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri