ଅଦା ଦର ହୁ ହୁ ହୋଇ ବଢ଼ିଚାଲିଛି

କେନ୍ଦ୍ରାପଡ଼ା, ୪ା୭(ଜଗନ୍ନାଥ ଧଳ): ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି। ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି। ଅଦା ଚାଷ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ପ୍ରୋତ୍ସାହନ ଦିଆ ନ ଯିବାରୁ ଅଦା ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି। ଫଳରେ ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବ୍ୟବସାୟୀ କହୁଛନ୍ତି।
ହୋଲ୍‌ସେଲର ମଧୁ ଲେଙ୍କା କହିଛନ୍ତି, ଦକ୍ଷିଣ ଓଡ଼ିଶାର କୋରାପୁଟ ଓ କନ୍ଧମାଳ ଜିଲାରେ ବହୁଳ ମାତ୍ରାରେ ଅଦା ଚାଷ ହୋଇଥାଏ। ତେଣୁ କଟକ ମାଲଗୋଦାମକୁ ଅଦା ଆସିବା ସହ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ବଜାରକୁ ଦୈନିକ ୩ରୁ୪ ଟନ୍‌ ଅଦା ଯୋଗାଣ କରାଯାଏ। ମାତ୍ର କୋରାପୁଟ ଓ କନ୍ଧମାଳ ଜିଲାରେ ଅମଳ ବେଳେ ଅଦା ସଂରକ୍ଷଣ ପାଇଁ ବ୍ୟବସ୍ଥା ନ ଥିବାରୁ ଚାଷୀ ବାଧ୍ୟ ହୋଇ କମ୍‌ ଦରରେ ବେପାରୀଙ୍କୁ ବିକ୍ରିକରି ଦେଇଥିଲେ। ଲୋକାଲ ଅଦା ମିଳୁ ନ ଥିବାରୁ ଏବେ ବାହାର ରାଜ୍ୟରୁ ଅଦା ଆସୁଥିବାରୁ ଦର ଆକାଶଛୁଆଁ ହୋଇଛି। ଖାଉଟି ଶଙ୍କର ବଳ କୁହନ୍ତି, ପଟ୍ଟାମୁଣ୍ଡାଇରୁ ଅନ୍ୟ ବଜାର ଯଥା ରାଜନଗର, ବିଜୟନଗର, ବାବର ଆଦି ବଜାରକୁ ଅଦା ଯୋଗାଣ କରୁଥିବା ବେଳେ ଏଠାରେ ଖାଉଟିମାନେ ଅଦା କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କା ଦରରେ କିଣୁଛନ୍ତି। ଖୁଚୁରା ୧୦୦ ଗ୍ରାମ ଅଦା କିଣିଲେ ୪୦ ଟଙ୍କା ଦେବାକୁ ପଡୁଛି। ପ୍ରକୃତ ପକ୍ଷେ ହୋଲ୍‌ସେଲରେ ଅଦା ଦରଠାରୁ ଖୁଚୁରା ବ୍ୟବସାୟୀ ଏହାକୁ ପ୍ରାୟ ୨ ଗୁଣା ଅଧିକ ଦରରେ ବିକ୍ରି କରୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି। ଏହାଦ୍ୱାରା ଖାଉଟିମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି। ଅଦା ହୋଲ୍‌ସେଲର ସରୋଜ ପାଢ଼ୀ କୁହନ୍ତି, ପ୍ରାୟ ୫୦ ବର୍ଷ ମଧ୍ୟରେ ଅଦା ଦର ଏତେ ପରିମାଣରେ ବୃଦ୍ଧି ପାଇବା କେବେ ଦେଖି ନ ଥିଲି। ଏବେ ଆମେ ସାଧାରଣତଃ ମହାରାଷ୍ଟ୍ର, ଆସାମ, ସିଲିଗୁଡ଼ିରୁ ଅଦା ଆଣୁଛୁ। ଆମେ ୨ୟ ପକ୍ଷଙ୍କୁ ଅଦା ବିକ୍ରି କରୁଛୁ। ହେଲେ ସେମାନେ ୩ୟ ପକ୍ଷ ଅର୍ଥାତ୍‌ ଛୋଟ ବ୍ୟବସାୟୀମାନଙ୍କୁ ବିକ୍ରି କରୁଛନ୍ତି। କିଛିଦିନ ମଧ୍ୟରେ କୋରାପୁଟରୁ ନୂତନ ଅଦା ଆସିବା ପରେ ଦର ହ୍ରାସ ପାଇବ। ପ୍ରତ୍ୟେକ ବର୍ଷ ଆସାମରୁ ସିଲିଗୁଡ଼ି ଦେଇ ଅଦା ଆସିଥାଏ। ଅମଳ ସମୟରେ ଦର କମ୍‌ ଥିବାବେଳେ ଚଳିତଥର ବନ୍ୟା ଓ ବର୍ଷା ଫସଲ ନଷ୍ଟ କରିଦେଲା। ଯେଉଁଠାରେ ଚାଷ ହୋଇଛି ସେଠାରେ ଉତ୍ପାଦନ କମ୍‌ ରହିଛି। ଚାଷୀ ସୁରେନ୍ଦ୍ର ପୁହାଣ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ମୁଗବାଡ଼ି, ନିକିରାଇ, ବାରିମୂଳ ଓ ନାଗେଶ୍ୱରପୁର ଅଞ୍ଚଳରେ ଅଦାଚାଷ ପାଇଁ ଉଦ୍ଦିଷ୍ଟ ଜମି ପର୍ଯ୍ୟାପ୍ତ ପରିମାଣରେ ଅଛି। ମାତ୍ର ପ୍ରୋତ୍ସାହନ ଅଭାବରୁ ଏଠାରେ ଅଦାଚାଷ ହୋଇପାରୁନାହଁି। ପାଖାପାଖି ପ୍ରାୟ ୧୦ ଏକର ଜମିରେ ଚାଷୀ ଅଦା ଚାଷ କରନ୍ତିି। ମାତ୍ର ପ୍ରୋତ୍ସାହନ ଅଭାବରୁ ଅଦାଚାଷ କରୁଥିବା ଚାଷୀ ସବୁ ବେଳେ କ୍ଷତି ସହୁଛନ୍ତି। ଅମଳ ବେଳେ ଯେଉଁ ଅଦା କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଥିଲା, ତାହା ଏବେ ୩ ଶହ ଟଙ୍କାରେ ପହଞ୍ଚତ୍ଛି। ଚାଷୀଙ୍କଠାରୁ କମ୍‌ ଦରରେ କିଣି ନେଇଥିବା ଅଦାକୁ ଅଧିକ ଦରରେ ରାଜ୍ୟ ସମେତ ବାହାର ରାଜ୍ୟକୁ ପଠାଉଛନ୍ତି ବେପାରୀ। ସଂରକ୍ଷଣର ବ୍ୟବସ୍ଥା ନ ଥିବା ଓ କୃଷି ବିଭାଗର ପ୍ରୋତ୍ସାହନ ଅଭାବରୁ ଚାଷୀ ଫସଲ ଠିକ୍‌ଭାବେ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୌଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଛନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳକୁ ଖୁବ୍‌ଶୀଘ୍ର ଅଦା ବିହନ ଆସିବ। ଅଦାଚାଷ ପାଇଁ ଇଚ୍ଛୁକ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri