ମିଳିପାରୁନି ଆଗୁଆ ସୂଚନା: ୧୬ ବର୍ଷ ପରେ ବି ଅଧାପନ୍ତରିଆ ଡପ୍‌ଲର ରାଡାର ପ୍ରକଳ୍ପ

ଭୁବନେଶ୍ୱର,୫। ୧୦(ବ୍ୟୁରୋ): ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ। ବନ୍ୟା, ବାତ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ରାଜ୍ୟର ଆଥିର୍କ ମେରୁଦଣ୍ଡକୁ ଦୁର୍ବଳ କରି ଦେଉଛି। କେତେ ବେଳେ ବାତ୍ୟା ତ ପୁଣି କେବେ ବନ୍ୟା ଓ ମରୁଡ଼ି ସର୍ବନାଶକୁ ଡାକି ଆଣୁଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଲୋକମାନେ ବିଶେଷକରି ବାତ୍ୟା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଗୋଟିଏ ବାତ୍ୟା ମାଡ଼ଜନିତ କ୍ଷତ ଭରି ନ ଥିବା ବେଳେ ପୁଣି ଆଉ ଏକ ବାତ୍ୟା ଅଧାଗଢ଼ା ଜୀବିକାକୁ ଉଡ଼ାଇ ନେଉଛି। ବାତ୍ୟା ଭଳି ବିପତ୍ତିକୁ ଆଗୁଆ ଜାଣିବା ଲାଗି ଆଧୁନିକ ଜ୍ଞାନ କୌଶଳର ବିକାଶ ହୋଇସାରିଲାଣି। ୧୦ରୁ ୧୫ ଦିନ ଆଗରୁ ବାତ୍ୟା ବିଷୟରେ ସୂଚନା ମିଳି ପାରୁଛି। ଆଗୁଆ ସୂଚନା ଯୋଗୁ ଧନଜୀବନ କ୍ଷୟକ୍ଷତିକୁ ଯଥା ସମ୍ଭବ ହ୍ରାସ କରାଯାଇ ପାରୁଛି। ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାରେ ଅତ୍ୟାଧୁନିକ ଡପ୍‌ଲର ରାଡାର ମାଧ୍ୟମରେ ଆଗୁଆ ସୂଚନା ଦେବା ନେଇ ହୋଇଥିବା ବ୍ୟବସ୍ଥା ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ଅଧାପନ୍ତରିଆ ହୋଇ ପଡିଛି। ସରକାରୀ ଉଦାସୀନତା ଯୋଗୁ ଆଗୁଆ ସୂଚନା ପାଇବାରୁ ରାଜ୍ୟ ବଞ୍ଚିତ ହୋଇଛି। ଫଳରେ ଅନେକ ସମୟରେ ବାତ୍ୟାର ବେଗକୁ ଠିକ୍‌ ଢଙ୍ଗରେ ଆକଳନ କରାଯାଇ ନ ପାରିବାରୁ କ୍ଷୟକ୍ଷତି ବଢିଯାଉଛି। ଆହୁରି ଉଦ୍‌ବେଗର ବିଷୟ ହେଉଛି ଯେ ଆଇଏମ୍‌ଡି ଦ୍ୱାରା ଗୋପାଳପୁରରେ ଲଗାଯାଇଥିବା ଡପ୍‌ଲର ରାଡାର ଦୀର୍ଘଦିନ ହେବ ଖରାପ ହୋଇ ପଡିରହିଛି। ଅଧିକାଂଶ ବାତ୍ୟା ଦକ୍ଷଣି ଓଡ଼ିଶାରେ ମାଡ଼ ହେଉଥିବା ବେଳେ ଗୋପାଳପୁର ରାଡାର ଅଚଳ ପ୍ରଶାସନିକ ଉଦାସୀନତାକୁ ପଦାରେ ପକାଇଛି।

ବାତ୍ୟା ସମେତ ବର୍ଷା, ଘଡ଼ଘଡି , ଅଂଶୁଘାତ ଭଳି ସୂଚନା ଦେବା ଲାଗି ୨୦୦୫ରେ ଓଡ଼ିଶାର ୪ଟି ସ୍ଥାନରେ ଡପ୍‌ଲର ରାଡାର
ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ସେଗୁଡ଼ିକ ହେଲା ପାରାଦୀପ, ଗୋପାଳପୁର, ବାଲେଶ୍ୱର ଓ ସମ୍ବଲପୁର। ଆଇଏମ୍‌ଡି ପାରାଦୀପରେ ନିଜସ୍ବ ଖର୍ଚ୍ଚରେ ଡପଲାର ରାଡାର ଲଗାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟ ସରକାର ଗୋପାଳପୁର, ବାଲେଶ୍ୱର ଓ ସମ୍ବଲପୁରରେ ମାଗଣାରେ ଜମି ଯୋଗାଇ ଦେବା ସହ ଏଥିପାଇଁ ଆବଶ୍ୟକ ୪ ମହଲା କୋଠା ନିର୍ମାଣ ଖର୍ଚ୍ଚ ବହନ କରିବା ନେଇ ଆଇଏମ୍‌ଡି ସହ ବୁଝାମଣା ହୋଇଥିଲା। ରାଜ୍ୟ ସରକାର କୋଠା ନିର୍ମାଣ ପାଇଁ ୧୮ କୋଟି ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି। ୨୦୧୧ରୁ କୋଠା ନିର୍ମାଣ କାମ ଶେଷ ହେଲାଣି। କେବଳ ପାରାଦୀପ ଓ ଗୋପାଳପୁରରେ ୨ଟି ରାଡାର ଲାଗିଥିବା ବେଳେ ଅନ୍ୟ ଦୁଇଟି ସ୍ଥାନରେ ଲାଗିବା ନେଇ କେନ୍ଦ୍ରସରକାରଙ୍କ ଉଦାସୀନତା ଯୋଗୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି। ଦୀର୍ଘ ୧୬ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ୨୧ବର୍ଷ ମଧ୍ୟରେ ଉପକୂଳରେ ମାଡ଼ ହୋଇଥିବା ୬ଟି ସାମୁଦ୍ରିକ ଝଡ଼ ଓଡ଼ିଶାକୁ ଛାରଖାର କରିଦେଇଛି। ୧୯୯୯ରୁ ୨୦୨୧ ମଧ୍ୟରେ ରାଜ୍ୟ ୭ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ତାରିଖରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ ଏବଂ ୨୦୨୦ରେ ଅମ୍ଫନ ବାତ୍ୟା ଏବଂ ୨୦୨୧ ସେପ୍ଟେମ୍ବରରେ ଗୁଲାବ ରାଜ୍ୟ ପାଇଁ ଅନେକ ବିପତ୍ତି ଆଣିଦେଇଛି।
ସରକାରଙ୍କ ଆକଳନ ଅନୁଯାୟୀ ୨୦୧୩ରେ ହୋଇଥିବା ବାତ୍ୟା ଫାଇଲିନ୍‌ରେ ରାଜ୍ୟର ୫୮୩୨.୫୦ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ହୁଡ୍‌ହୁଡ୍‌ରେ ୭୭୭.୧୨ କୋଟି, ତିତ୍‌ଲିରେ ୨୭୭୯.୩୩ କୋଟି, ଫନୀରେ ୫୨୨୭.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୨୦ରେ ଅମ୍ଫନରେ ପ୍ରାୟ ୭୦୦ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ତେବେ ଗୁଲାବ ପ୍ରଭାବରେ ରାଜ୍ୟରେ ସେଭଳି କିଛି କ୍ଷୟକ୍ଷତି ହୋଇ ନାହିଁ। ଆଇଏମ୍‌ଡି ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଡପ୍‌ଲର ରାଡାର ବାଲେଶ୍ୱର ଏବଂ ସମ୍ବଲପୁରରେ ଲାଗିବ। ଗୋପାଳପୁର ରାଡାରକୁ ସଜାଡିବା ନେଇ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri