Posted inଜାତୀୟ

ବିଫଳ ବୈବାହିକ ସମ୍ପର୍କରେ ସ୍ତ୍ରୀ ଅବା ସ୍ବାମୀଙ୍କୁ ରୋକି ରଖିବା ଏକ କ୍ରୁରତା, ହାଇକୋର୍ଟଙ୍କ ରାୟ…

କୋଚି,୧୭।୨ : କୌଣସି ବିଫଳ ବୈବାହିକ ସମ୍ପର୍କରେ ଜୋର୍‌ ଜବରଦସ୍ତ ଯଦି ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ବାନ୍ଧି ରଖାଯାଏ, ତେବେ ଏହା ଏକ ପ୍ରକାର କ୍ରୁରତା ଭାବେ ବିବେଚନା କରାଯିବ। ଏକ ଛାଡପତ୍ର ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।

ଜଷ୍ଟିସ ଏ. ମହମ୍ମଦ ମୁସ୍ତାକ ଏବଂ ସୋଫି ଥୋମାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ ଯଦି ବିବାହ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଏହାର ସୁଧାର ହୋଇପାରିବ ନାହିଁ। ତେବେ ସେହି ସମ୍ପର୍କରେ କେହି ନିଜ ଜୀବନସାଥୀଙ୍କୁ ବାଧ୍ୟ କରି ଦାମ୍ପତ୍ୟ ଜୀବନ ଜାରି ରଖିବାକୁ କହି ପାରିବେ ନାହିଁ। ସେ ସ୍ବାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ହୁଅନ୍ତୁ , ଏହା ଉଭୟଙ୍କ କ୍ଷେତ୍ରରେ ଲାଗୁ ହେବ। ଜଣଙ୍କ ଦ୍ୱାରା ଏପରି ବାଧ୍ୟବାଧକତା ଅନ୍ୟ ପୟତି କ୍ରୁରତା ହେବ।

ଖଣ୍ଡପୀଠ ବୀଣା ଏମ.ଏସ. ଏବଂ ତାଙ୍କ ସ୍ବାମୀ ଶିନୋଜି ବାବୁଙ୍କ ଆବେଦନକୁ ଖାରଜ କରିଛନ୍ତି। ଉଭୟେ ପରିବାର ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ପରିବାର ଅଦାଲତ ଉଭୟଙ୍କ ଛାଡପତ୍ରକୁ ଅନୁମୋଦନ ଦେଇଥିବା ବେଳେ ସେମାନଙ୍କ ସନ୍ତାନର ସୁରକ୍ଷାକୁ ତାଙ୍କ ମା’ଙ୍କୁ ସବୁଦିନ ପାଇଁ ହସ୍ତାନ୍ତର କରିଥିଲେ। ଏହା ଉପରେ ବୀଣା ଛାଡପତ୍ର ମଞ୍ଜୁର ନିଷ୍ପତ୍ତି ଉପରେ ଚ୍ୟାଲେଞ୍ଜ କରିଥିଲେ। ଶିନୋଜି ବାବୁ ଶିଶୁଙ୍କ ସୁରକ୍ଷାକୁ ସବୁଦିନ ପାଇଁ ମା’ଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। ତେବେ ପରିବାର ଅଦାଲତଙ୍କ ଉଭୟ ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍‌ ରଖିଛନ୍ତି।

ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ୨୦୧୭ଠାରୁ ସ୍ତ୍ରୀ-ସ୍ବାମୀ ଅଲଗା ହୋଇ ରହୁଛନ୍ତି। ଉଭୟଙ୍କ ପକ୍ଷରୁ ବୈବାହିକ ସମ୍ପର୍କକୁ ବଞ୍ଚାଇବା ପାଇଁ କୌଣସି ବିଶେଷ ଉଦ୍ୟମ ମଧ୍ୟ କରା ଯାଇ ନ ଥିଲେ। ଏପରି ପରିସ୍ଥିତିରେ ପରିବାର ଅଦାଲତ ସେମାନଙ୍କ ଛାଡପତ୍ରକୁ ଅନୁମୋଦନ କରିବା ଉଚିତ ନିଷ୍ପତ୍ତି ଥିଲା।

ସେହିଭଳି ୫ ବର୍ଷର ଶିଶୁଙ୍କ ସୁରକ୍ଷାକୁ ମା’ଙ୍କୁ ହସ୍ତାନ୍ତର କରିବାର ନିଷ୍ପତ୍ତି ମଧ୍ୟ ଠିକ ଥିଲା। କାରଣ ପିଲାଟି ଜନ୍ମରୁ ତାଙ୍କ ମା ସହିତ ରହୁଛି। ଦ୍ୱିତୀୟରେ ତାଙ୍କ ପିତା ମଧ୍ୟ ତାଙ୍କ ପୃଷ୍ଠପୋଷକତାରେ ଅଧିକ ଆଗ୍ରହ କିମ୍ବା ଉତ୍ସାହ ଦେଖାଇ ନାହାଁନ୍ତି ।

ଖଣ୍ଡପୀଠ କହିଛନ୍ତି ଯେ ଏହି ଆବେଦନକୁ ଖାରଜ କରିବା ଅର୍ଥ ନୁହେଁ ଯେ ସ୍ବାମୀ ଶିଶୁର ସୁରକ୍ଷା କିମ୍ବା ତାଙ୍କ ସହ ସମ୍ପର୍କ ବଜାୟ ରଖିବା ପାଇଁ ଏକ ନୂତନ ଆବେଦନ କରିପାରିବେ ନାହିଁ। ସେ ଏ ବାବଦରେ ପରିବାର ଅଦାଲତରେ ଏକ ନୂତନ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri