ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଖବରଦାତା ସମ୍ମିଳନୀ, ନଭେମ୍ବର ୩୦ରେ …

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସରକାରୀ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠାନର ସଭାନେତ୍ରୀ ଜାଜ୍ଞସେନୀଙ୍କ ନେତୃତ୍ବରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୩୦ରେ ୩୭ ତମ ରାଜ୍ୟସ୍ତରୀୟ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଓ ପୁଷ ପୁନି ଭେଟଘାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପାଇଁ ସ୍ଥିର ହୋଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସେମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ସମ୍ମାନିତ କରାଯିବ। ବିଶିଷ୍ଟ କବି ଓ ଅନୁବାଦକ ଡ଼. ଭଗବାନ ଜୟସିଂହ (ପୁରୀ )ଙ୍କୁ ତାଙ୍କର ଜୀବନବ୍ୟାପି ସାଧନା ପାଇଁ ସମ୍ମାନଜନକ ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବ। ପ୍ରବନ୍ଧ ସାହିତ୍ୟ ପାଇଁ ଚିତ୍ତ ରଞ୍ଜନ ମିଶ୍ର (ପୁରୀ) କାବ୍ୟ କବିତା ପାଇଁ ବିଶିଷ୍ଟ କବି କେଦାର ମିଶ୍ର ଭୁବନେଶ୍ୱର ଓ କଥା ସାହିତ୍ୟ ପାଇଁ ଲକ୍ଷ୍ମୀ ଚାନ୍ଦ ଙ୍କୁ ଚେତାବନୀ ପ୍ରଜ୍ଞା ସମ୍ମାନରେ ସମ୍ମାନିତ କରାଯିବ! କବିତା ପାଇଁ ଡ଼. ମମତା ପ୍ରିୟ ଦର୍ଶିନୀ ସାହୁଙ୍କୁ ସୁନ୍ଦରଗଡ଼ ଓ ଜ୍ୟୋତି ମିଶ୍ରଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ। ଗୀତ କବିତା ପାଇଁ କବି ସୁରଞ୍ଜନ ପାତ୍ର ବାଲେଶ୍ୱରଙ୍କୁ ପାର୍ଥ ବିଶି ଗୀତ କବିତା ସମ୍ମାନ, ଶିକ୍ଷାବିତ ଇଂ ଅଜୟ କୁମାର ପଣ୍ଡାଙ୍କୁ ଚେତାବନୀ ଶିକ୍ଷା ସମ୍ମାନ, ଯୁବ କବି ଐଶର୍ଯ୍ୟା ପ୍ରଧାନ ଙ୍କୁ ଯୁବ କବି ଲକ୍ଷ୍ମୀ କାନ୍ତ ସ୍ମୁତି ସମ୍ମାନ, ସମାଜସେବା କ୍ଷେତ୍ରରେ ବୈଦ୍ୟ. ସଦାନନ୍ଦ ପୁଟେଲଙ୍କୁ ଚେତାବନୀ ସମାଜସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜୀବନବ୍ୟାପି ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚେତାବନୀ ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ବିପିନ ବିହାରୀ ବିଶିଙ୍କୁ ଚେତାବନୀ ସୁହୃଦ ସମ୍ମାନରେ ସମ୍ମାନିତ କରିବା ପାଇଁ ସ୍ଥିରୀକୃତ କରାଯାଇଥିବା ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ସାହିତ୍ୟ ସଂସଦର ସଭାପତି ବିଶିଷ୍ଟ ଲେଖିକା ଯାଜ୍ଞସେନି ସାହା ସୂଚନା ଦେଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ରଞ୍ଜନ ପଣ୍ଡା, ଯାଦବେନ୍ଦ୍ର ସାହା ପ୍ରମୁଖଙ୍କ ସହ ଚେତାବନୀ ସାହିତ୍ୟ ସଂସଦର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ କଥାଶିଳ୍ପୀ କବି ନିଳୋପୁଳା ମାଙ୍କ ସ୍ମୃତିରେ ଇଂ ବିଶ୍ୱାଳଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାର ସଭାନେତ୍ରୀ ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri