ରାଷ୍ଟ୍ରପତି..ଆମେ କରି ଦେଖାଇଲୁ

କିଭ୍‌/ମସ୍କୋ, ୧୭ା୫: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସୋମବାର ୮୨ ଦିନରେ ପହଞ୍ଚିଛି। ଦିନ ଯେତେ ଲମ୍ବୁଛି ୟୁକ୍ରେନ୍‌ରେ ବେଶୀ କିଛି ହାସଲ କରିବାର ଆଶା ରୁଷିଆ ପାଇଁ ସେତେ ମଉଳିବାରେ ଲାଗିଛି। ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କୁ ରୋକିବାରେ ୟୁକ୍ରେନ୍‌ ସଫଳ ହେଉଥିବାବେଳେ ସେପଟେ ରୁଷିଆ ସହ ବଡ଼ ସୀମା ଭାଗ କରୁଥିବା ଫିନ୍‌ଲାଣ୍ଡ ଏବେ ନାଟୋରେ ସାମିଲ ପ୍ରକ୍ରିୟା ଆରମ୍ଭ କରିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ାଇଛି। ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭରୁ ରୁଷୀୟ ସୈନ୍ୟଙ୍କୁ ଘଉଡାଇବାରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ସକ୍ଷମ ହୋଇଛି। ଏପରିକି ୟୁକ୍ରେନ୍‌ ସୈନ୍ୟ ରୁଷିଆ ସୀମା ନିକଟରେ ପହଞ୍ଚି ସେଠାରୁ ଏକ ଭିଡିଓ କରିଛନ୍ତି। ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି। ଏଥିରେ ସେମାନେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ରଖିଛନ୍ତି। ‘ଶ୍ରୀଯୁକ୍ତ ରାଷ୍ଟ୍ରପତି, ଆମେ ଏହା କରି ଦେଖାଇଲୁ। ଆମେ ଏବେ ୟୁକ୍ରେନ୍‌ ଓ ଶତ୍ରୁ ରାଷ୍ଟ୍ରର ସୀମାରେ ପହଞ୍ଚିଛୁ। ୟୁକ୍ରେନ୍‌ର ବିଜୟ ହେବ’ ବୋଲି ଭିଡିଓରେ ସେମାନେ କହୁଥିବା ଦେଖାଯାଇଛି। ୟୁକ୍ରେନ୍‌ର ଉତ୍ତରରେ ଥିବା ଖର୍କିଭ ସହରକୁ ରୁଷିଆ କବ୍‌ଜା କରିଥିବା ଦାବି କରିଥିଲା। ତେବେ କିଭ୍‌ର ପ୍ରତିଆକ୍ରମଣରେ ରୁଷୀୟ ସୈନ୍ୟ ସେଠାରୁ ଫେରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍‌ର ଉତ୍ତର-ପୂର୍ବ ସହର ସୁମିରେ ମଧ୍ୟ ରୁଷିଆର ଆକ୍ରମଣ ଥମିଛି ବୋଲି ଆଞ୍ଚଳିକ ଗଭର୍ନର ଡିମିଟ୍ରୋ ଝିଭିତ୍‌ସ୍କି କହିଛନ୍ତି। ମୋର୍ଟାର ସେଲ୍‌, ଗ୍ରେନେଡ୍‌, ମେଶିନ୍‌ ଗନ୍‌ ଯୋଗେ ତୀବ୍ର ଆକ୍ରମଣ କରି ମସ୍କୋ ସୈନ୍ୟ ସୁମିରେ ପଶିଥିଲେ। କିନ୍ତୁ ପାଲଟା ଆକ୍ରମଣରେ ସେମାନେ ପଛଘୁଞ୍ଚା ଦେଇଥିବା ଝିଭିତ୍‌ସ୍କି ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri