Posted inଖେଳ

ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ

କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍‌ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍‌ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍‌ ଅଚେତ୍‌ ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଠିକ୍‌ ଦୁଇ ସପ୍ତାହପରେ ସେ ମୃତ୍ୟୁବରଣ କରିଛନ୍ତି। ଅବସ୍ୟ ତାଙ୍କର ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା ବୋଲି ଭେନେଜୁଏଲା ଫୁଟବଲ ଫେଡେରେଶନ ତରଫରୁ କୁହାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ତାଙ୍କ ବରୋଧରେ ସର୍ବସାଧାରଣ ଲୋକଙ୍କ ଅର୍ଥ ତୋଷାରପାତ କରିବାର ଅଭିଯୋଗ ମଧ୍ୟ ଆସିଥିଲା। ଗତ ଜୁଲାଇ ୨୨ ତାରିଖରେ ତାଙ୍କ କାରାକାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ଥିଲା। ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ମୃତ୍ୟୁର କାରଣ ସମ୍ପର୍କରେ ଫେଡେରେଶନ କିଛି ସୂଚନା ଦେଇନାହିଁ। କୋଭିଡ୍‌-୧୯ ମହାମାରୀର ପ୍ରକୋପ ସାରା ବିଶ୍ୱରେ ଜାରି ରହିଥିବା ବେଳେ ବେରାର୍ଡିନେଲ ଦକ୍ଷିଣ ଆମେରିକାର ଦ୍ୱିତୀୟ ହାଇପ୍ରୋଫାଇଲ୍‌ ଫୁଟବଲ ପ୍ରସାଶକ ଭାବେ ମୃତ୍ୟୁବରଣ କରିଛନ୍ତି। ପୂର୍ବରୁ ବଲିଭିଆ ଫୁଟବଲ ଫେଡେରେଶନ ମୁଖଞ ସିଜର ସାଲିନାସ୍‌ ଗତ ଜୁଲାଇ ୧୯ ତାରିଖରେ କରୋନ ଭାଇରସ ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିଲେ।
୨୦୧୫ରୁ ଅଧ୍ୟକ୍ଷ ପଦରେ ଥିବା ଲାଉରିଆନୋ ଗୋଞ୍ଜାଲେଜ୍‌ ଇସ୍ତଫା ଦେବାପରେ ବେରାର୍ଡିନେଲ ଦାୟିତ୍ୱ ଗ୍ରହଣ କରିଥିଲେ। ଭେନେଜୁଏଲା ଫୁଟବଲ ଫେଡେରେଶନର ଡେପୁଟି ଥିବା ବେଳେ ସେ ଅର୍ଥ ତୋଷାରପାତ କରିଥିବାର ଅଭିଯୋଗ ଆସିଥିଲା। ତେବେ ଏହି ମାମଲାରେ ଫେଡେରେଶନ ବେରାର୍ଡିନେଲଙ୍କୁ ସମର୍ଥନ କରିଛି ଓ ଆସିଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri