ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର ସ୍ଥାୟୀ କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ ସଭାରେ ସଂଘ ସଭାପତି ଡ଼. ଯୁଧିଷ୍ଠିର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ କେ. ନାଗେଶ୍ଵର ରାଓ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ନରହରି ସାହୁ  ଆୟବ୍ୟୟ ଉପସ୍ଥାପନ କରିଥିଲେ। ଆଗାମୀ ଜୁଲାଇ ୧୦ ତାରିଖରେ ସଂଘର  ବାର୍ଷିକ ସମ୍ମିଳନୀ କୁ ସଫଳ କରାଯିବା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସମ୍ମିଳନୀ ସୁପରିଚାଳନା ନିମନ୍ତେ ସଂଘର ୧୫ ସଭ୍ୟା ସଭ୍ୟଙ୍କୁ ଚୟନ କରାଯାଇ କମିଟି ଗଠନ କରାଯାଇଥିଲା। ଆସନ୍ତା ସୋମବାର  ବରିଷ୍ଠ ନାଗରିକ ଦିବସ ଅବସରରେ ଶୁକ୍ରବାର ସ୍ଥାନୀୟ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଅନୁଷ୍ଠିତ ସଭାରେ ମାଜିଷ୍ଟ୍ରେଟ ତଥା ଆଇନ ସହାୟତା କମିଟି ଅଧ୍ୟକ୍ଷାଙ୍କ ନିମନ୍ତ୍ରଣ କ୍ରମେ ସଂଘର ସଦସ୍ୟ ବୃନ୍ଦ ସଭାରେ ଯୋଗଦେବା ନିମନ୍ତେ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସଂଘର ସକ୍ରିୟ ସଦସ୍ୟା ସୁଷମା ପାଠୀ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share