ରାୟଗଡ଼ାରେ ‘ଉଗାଦି’ ଉତ୍ସବ ପ୍ରସ୍ତୁତି ଜୋରଦାର

ରାୟଗଡା ଅଫିସ,୧୬/୩: ଆସନ୍ତା ତେଲୁଗୁ ସଂପ୍ରଦାୟର ନବବର୍ଷ ତଥା ‘ଉଗାଦି’ ଉତ୍ସବ ଆସନ୍ତା ୨୨ ତାରିଖରେ ହେବ। ଚଳିତବର୍ଷ ଉଗାଦି ପର୍ବ ପାଳନକୁ ନେଇ ରାୟଗଡା ସହର ଏବେ ଠାରୁ ଚଳଚଞ୍ଚଳ ହୋଇଛି। ପ୍ରଥମ କରି ସହରର ୨ଟି ସ୍ଥାନରେ ତେଲୁଗୁ ସଂପ୍ରଦାୟର ଏହି ‘ଉଗାଦି ଉତ୍ସବ’ ପାଳନ ହେବାକୁ ଯାଉଛି। ସହରର ବିଭିନ୍ନ ମୁଖ୍ୟ ଛକଗୁଡିକରେ ଉଗାଦି ଉତ୍ସବର ବ୍ୟାନର ଲାଗିଛି। ରାୟଗଡା ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ସଭାପତିତ୍ୱରେ ରାୟଗଡ଼ା ଡିଷ୍ଟିକ୍‌ ଉଗାଦି ଉତ୍ସବ କମିଟି ପକ୍ଷରୁ ହୋଟେଲ ତେଜସ୍ବୀ ସମ୍ମୁଖ ପଡିଆଠାରେ ୧୧ତମ ବର୍ଷର ଉଗାଦି ଉତ୍ସବ ୨ଦିନ ଧରି ପାଳନ ହେବ।

ଜିଲା ଉଗାଦି ଉତ୍ସବ କମିଟି ସଭାପତି ତଥା ଆଇନଜୀବି ଭି.ସନ୍ନ୍ୟାସୀ ରାଜୁ ଏବଂ ଆବାହକ ପି.ଗୈାରୀ ଶଙ୍କର ରାଓଙ୍କ ନେତୃତ୍ୱରେ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ହିରୋ ସୋ’ରୁମ ସମ୍ମୁଖ ପଡିଆ ଠାରେ ପ୍ରଥମ ବର୍ଷର ଉଗାଦି ଉତ୍ସବ ୨ଦିନ ଧରି ପାଳନ କରାଯିବ ବୋଲି ଜଣାପଡିଛି। ଉଭୟ କମିଟି ପକ୍ଷରୁ ଉକ୍ତ ୨ଦିନର ସନ୍ଧ୍ୟାରେ ଭରପୁର ମନୋରଞ୍ଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି। ତେଲୁଗୁ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ, ହାସ୍ୟ କଳାକାରଙ୍କ ସମେତ ଅନ୍ୟ କଳାକାରମାନେ ସହରବାସୀଙ୍କ ମନୋରଞ୍ଜନ କରିବେ। ଯାହାକୁ ନେଇ ସହରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ହିରୋ ସୋ’ ରୁମ ସମ୍ମୁଖ ପଡିଆରେ ହେବାକୁ ଥିବା ଉଗାଦି ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେବାକୁ ଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଏମପି କେ.ରାମମୋହନ ନାଇଡୁ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ସମ୍ମାନିତ ଅତିଥି ଭାବେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ବିଜୁ ସୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝି,ଏସଡିସି ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲାପାଳ ସ୍ବଧାଦେବ ସିଂ, ଏସ.ପି. ବିବେକାନନ୍ଦ ଶର୍ମା, ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା ଏବଂ ମୁଖ୍ୟବକ୍ତା ଭାବେ ଟଲିଉଡ ଜଗତର ଖ୍ୟାତାନାମା ଗୀତକାର ବି.ବିଜୟ କୁମାର ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଟଲିଉଡ ଅଭିନେତ୍ରୀ ମେହରିନ, ପ୍ରିୟଙ୍କା ର୍ନିଭାଣାଙ୍କ ସମେତ ଟଲିଉଡ ଏବଂ ବଲିଉଡର କଣ୍ଠଶିଳ୍ପୀ ଦୀପୁ, ଭାର୍ଗଭୀ ପିଲାଇ, ସୋନି ଏବଂ ହାସ୍ୟ ପ୍ରୋଗ୍ରାମର କଳାକାର ବିନୋଦ, ଦୋରାବାବୁ, ଅଭିନାଶ ଏବଂ ଫାଇମାଙ୍କ ସହ ଧୀ ଡେନ୍ସର୍ସ ପ୍ରମୁଖ ଦର୍ଶକଙ୍କ ମନୋରଞ୍ଜନ କରିବେ । ଉଗାଦି ଉତ୍ସବ ଅବସରରେ ୨୨ ତାରିଖ ସକାଳ ୮ଟାରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ନୂତନ ପାଞ୍ଜି ପଠନ ସହ ପାରମ୍ପରିକ ଆମ୍ବ ଆଚାର ବିତରଣ,ଗୀତା ପରାୟାଣ,କବି ସମ୍ମିଳନୀ,କବିତା ଗୋଷ୍ଠୀ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିବା ଉଗାଦି ଉତ୍ସବ କାର୍ଯ୍ୟକ୍ରମ ମଧ୍ୟରେ ୨୨ତାରିଖ ସକାଳ ୯ଟାରେ ନ୍ୟୁକଲୋନୀର ହୋଟେଲ ସ୍ବାଗତ ନିକଟସ୍ଥ ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ପାଞ୍ଜିି ପଠନ,କବିତା ପାଠୋତ୍ସବ,କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ ପାଳନ ଉପଲକ୍ଷେ ବୁଧବାର ତେଜସ୍ବୀ ହୋଟେଲ ସମ୍ମୁଖ ପଡିଆ ଠାରେ ରଙ୍ଗୋଲି,ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉତ୍ସବ ପାଳନ କମିଟିର ସଭାପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ

ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri