Posted inଖେଳ

ଆଇପିଏଲ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ୧୯।୭-ଚଳିତ ବର୍ଷ ଟି୨୦ ବିଶ୍ୱକପ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଆନୁଷ୍ଠାନିକ ନିଷ୍ପତ୍ତିକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅପେକ୍ଷା କରିଛି। ଟି୨୦ ବିଶ୍ୱକପ ବାତିଲ ହେଲେ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରିବ। ତେବେ ଇତିମଧ୍ୟରେ ଫ୍ରାଞ୍ଚାଇଜ୍‌ମାନେ ଏହି ଲିଗ୍‌କୁ ୟୁଏଇରେ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ”ଆଗୁଆ ଯୋଜନା ନିହାତି ଆବଶ୍ୟକ। ଆବୁଧାବିରେ କେଉଁ ହୋଟେଲ ବୁକ୍‌ କରାଯିବ, ଖେଳାଳି ଓ ଅଫିସିଆଲମାନେ କେବେ ଯିବେ, ୟୁଏଇରେ କ୍ୱାରାଣ୍ଟାଇନ୍‌ ପିରିୟଡ କେବେଠାରୁ ଆରମ୍ଭ ହେବ ସେ ସମ୍ପର୍କରେ ଯୋଜନା କରାଯିବା ଅତ୍ୟନ୍ତ ଜରୁରୀ। ଏହା ବ୍ୟତୀତ ଦେଶର ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ୍‌କୁ ମଧ୍ୟ ପାଳନ କରାଯିବ“ ବୋଲି ଜଣେ ଫ୍ରାଞ୍ଚାଇଜ୍‌ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତରେ ଆଇସୋଲେଶନ ପିରିୟଡ ଶେଷ କରି ୟୁଏଇ ଯିବାକଥା ଚିନ୍ତା କରାଯାଉଛି। ଭାରତରେ ସମସ୍ତ ଖେଳାଳି ଓ କର୍ମକର୍ତ୍ତା ଜୈବ-ସୁରକ୍ଷିତ ପରିବେଶରେ ଆଇସୋଲେଶନ ସମୟ କାଟିବାପରେ କୋଭିଡ ଟେଷ୍ଟ ହେବ ଏବଂ ତା’ ପରେ ଯାଇ ୟୁଏଇ ଯିବାକୁ ଯୋଜନା ରହିଛି ବୋଲି ଅନ୍ୟ ଏକ ଫ୍ରାଞ୍ଚାଇଜ୍‌ର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। କାରଣ କୌଣସି ଜଣକ ଦେହରେ ଲକ୍ଷଣ ଥିଲେ ଅନ୍ୟକୁ ସଂକ୍ରମିତ କରିବାର ରିସ୍କ ରହିଛି। ତେଣୁ ଏଠାରେ କିଛି ସପ୍ତାହ ଆଇସୋଲେଶନରେ ରହି କୋଭିଡ ଟେଷ୍ଟ ହେବାପରେ ବାହାରକୁ ଯିବା ଭଲ ହେବ ବୋଲି ସେ କହିଛନ୍ତି। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭ ବେଳକୁ ବିମାନ ଚଳାଚଳ ସ୍ବାଭାବିକ ହେବା ଆଶା କମ୍‌। ତେଣୁ ଅଧିକାଂଶ ଦଳ ଭଡ଼ାରେ ଚାର୍ଟାର୍ଡ ବିମାନ ଆଣି ଯିବାକୁ ଯୋଜନା କରୁଛନ୍ତି। ଫଳରେ ଏକାଥରକେ ୩୦ରୁ ୪୦ ଜଣ ୟୁଏଇ ଯାଇ ପାରିବେ। ପ୍ରତିଯୋଗିତା ବାହାର ପରିବେଶରେ ହେବାକୁ ଯାଉଥିବାରୁ ଏକ କଟକଣା ଯୋଗୁ ପ୍ରତି ଦଳରେ ଅଧିକ ସଦସ୍ୟ ରହିବା ସ୍ବାଭାବିକ। ଅନ୍ୟଜଣେ କର୍ମକର୍ତ୍ତାଙ୍କ ମତରେ ଆମେ ଭାରତରେ ଏକତ୍ରିତ ନ ହୋଇ ସିଧାସଳଖ ୟୁଏଇରେ ଏକାଠି ହେବାକଥା ଚିନ୍ତା କରୁଛୁ। ସେତେବେଳେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲେ ଆମେ ସେଥିରେ ଯିବାକୁ ପସନ୍ଦ କରିବୁ। ବିମାନର ପ୍ରଥମଶ୍ରେଣୀରେ ଯାତ୍ରା କଲେ ସାମାଜିକ ଦୂରତ୍ୱ ଭଲଭାବେ ରକ୍ଷା ହୋଇ ପାରିବ। ଯେଉଁ ଫ୍ରାଞ୍ଚାଇଜ୍‌ ଦଳ ଯେଉଁଠାରେ ରହିବା କଥା ସେଠାରେ ପହଞ୍ଚତ୍ କୋଭିଡ ଟେଷ୍ଟ ଦେଲେ ଭଲ ହେବ। ଏପରିସ୍ଥଳେ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କୁ ୮-୧୦ ଥର ଚାର୍ଟାର୍ଡ ଟ୍ରିପ୍‌ ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ। ଯଦି ବିମାନ ଚଳାଚଳ ସ୍ବାଭାବିକ ନ ହୁଏ ତେବେ ଭିନ୍ନକଥା ଚିନ୍ତା କରାଯିବ ବୋଲି ସେ କହିଛନ୍ତି। ତେବେ ବିଦେଶୀ ଖେଳାଳିମାନେ ସିଧାସଳଖ ୟୁଏଇରେ ଏକତ୍ରିତ ହେବେ ବୋଲି ସମସ୍ତ ଫ୍ରାଞ୍ଚାଇଜ୍‌ କର୍ମକର୍ତ୍ତା ଯୋଜନା ରଖିଛନ୍ତି। ସେଠାରେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବାପରେ ଦଳ ସହ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri