Posted inଖେଳ

ଆଇପିଏଲ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ୧୯।୭-ଚଳିତ ବର୍ଷ ଟି୨୦ ବିଶ୍ୱକପ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଆନୁଷ୍ଠାନିକ ନିଷ୍ପତ୍ତିକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅପେକ୍ଷା କରିଛି। ଟି୨୦ ବିଶ୍ୱକପ ବାତିଲ ହେଲେ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରିବ। ତେବେ ଇତିମଧ୍ୟରେ ଫ୍ରାଞ୍ଚାଇଜ୍‌ମାନେ ଏହି ଲିଗ୍‌କୁ ୟୁଏଇରେ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ”ଆଗୁଆ ଯୋଜନା ନିହାତି ଆବଶ୍ୟକ। ଆବୁଧାବିରେ କେଉଁ ହୋଟେଲ ବୁକ୍‌ କରାଯିବ, ଖେଳାଳି ଓ ଅଫିସିଆଲମାନେ କେବେ ଯିବେ, ୟୁଏଇରେ କ୍ୱାରାଣ୍ଟାଇନ୍‌ ପିରିୟଡ କେବେଠାରୁ ଆରମ୍ଭ ହେବ ସେ ସମ୍ପର୍କରେ ଯୋଜନା କରାଯିବା ଅତ୍ୟନ୍ତ ଜରୁରୀ। ଏହା ବ୍ୟତୀତ ଦେଶର ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ୍‌କୁ ମଧ୍ୟ ପାଳନ କରାଯିବ“ ବୋଲି ଜଣେ ଫ୍ରାଞ୍ଚାଇଜ୍‌ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତରେ ଆଇସୋଲେଶନ ପିରିୟଡ ଶେଷ କରି ୟୁଏଇ ଯିବାକଥା ଚିନ୍ତା କରାଯାଉଛି। ଭାରତରେ ସମସ୍ତ ଖେଳାଳି ଓ କର୍ମକର୍ତ୍ତା ଜୈବ-ସୁରକ୍ଷିତ ପରିବେଶରେ ଆଇସୋଲେଶନ ସମୟ କାଟିବାପରେ କୋଭିଡ ଟେଷ୍ଟ ହେବ ଏବଂ ତା’ ପରେ ଯାଇ ୟୁଏଇ ଯିବାକୁ ଯୋଜନା ରହିଛି ବୋଲି ଅନ୍ୟ ଏକ ଫ୍ରାଞ୍ଚାଇଜ୍‌ର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। କାରଣ କୌଣସି ଜଣକ ଦେହରେ ଲକ୍ଷଣ ଥିଲେ ଅନ୍ୟକୁ ସଂକ୍ରମିତ କରିବାର ରିସ୍କ ରହିଛି। ତେଣୁ ଏଠାରେ କିଛି ସପ୍ତାହ ଆଇସୋଲେଶନରେ ରହି କୋଭିଡ ଟେଷ୍ଟ ହେବାପରେ ବାହାରକୁ ଯିବା ଭଲ ହେବ ବୋଲି ସେ କହିଛନ୍ତି। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭ ବେଳକୁ ବିମାନ ଚଳାଚଳ ସ୍ବାଭାବିକ ହେବା ଆଶା କମ୍‌। ତେଣୁ ଅଧିକାଂଶ ଦଳ ଭଡ଼ାରେ ଚାର୍ଟାର୍ଡ ବିମାନ ଆଣି ଯିବାକୁ ଯୋଜନା କରୁଛନ୍ତି। ଫଳରେ ଏକାଥରକେ ୩୦ରୁ ୪୦ ଜଣ ୟୁଏଇ ଯାଇ ପାରିବେ। ପ୍ରତିଯୋଗିତା ବାହାର ପରିବେଶରେ ହେବାକୁ ଯାଉଥିବାରୁ ଏକ କଟକଣା ଯୋଗୁ ପ୍ରତି ଦଳରେ ଅଧିକ ସଦସ୍ୟ ରହିବା ସ୍ବାଭାବିକ। ଅନ୍ୟଜଣେ କର୍ମକର୍ତ୍ତାଙ୍କ ମତରେ ଆମେ ଭାରତରେ ଏକତ୍ରିତ ନ ହୋଇ ସିଧାସଳଖ ୟୁଏଇରେ ଏକାଠି ହେବାକଥା ଚିନ୍ତା କରୁଛୁ। ସେତେବେଳେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲେ ଆମେ ସେଥିରେ ଯିବାକୁ ପସନ୍ଦ କରିବୁ। ବିମାନର ପ୍ରଥମଶ୍ରେଣୀରେ ଯାତ୍ରା କଲେ ସାମାଜିକ ଦୂରତ୍ୱ ଭଲଭାବେ ରକ୍ଷା ହୋଇ ପାରିବ। ଯେଉଁ ଫ୍ରାଞ୍ଚାଇଜ୍‌ ଦଳ ଯେଉଁଠାରେ ରହିବା କଥା ସେଠାରେ ପହଞ୍ଚତ୍ କୋଭିଡ ଟେଷ୍ଟ ଦେଲେ ଭଲ ହେବ। ଏପରିସ୍ଥଳେ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କୁ ୮-୧୦ ଥର ଚାର୍ଟାର୍ଡ ଟ୍ରିପ୍‌ ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ। ଯଦି ବିମାନ ଚଳାଚଳ ସ୍ବାଭାବିକ ନ ହୁଏ ତେବେ ଭିନ୍ନକଥା ଚିନ୍ତା କରାଯିବ ବୋଲି ସେ କହିଛନ୍ତି। ତେବେ ବିଦେଶୀ ଖେଳାଳିମାନେ ସିଧାସଳଖ ୟୁଏଇରେ ଏକତ୍ରିତ ହେବେ ବୋଲି ସମସ୍ତ ଫ୍ରାଞ୍ଚାଇଜ୍‌ କର୍ମକର୍ତ୍ତା ଯୋଜନା ରଖିଛନ୍ତି। ସେଠାରେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବାପରେ ଦଳ ସହ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri