ଅନ୍‌ଲାଇନ୍‌ ପାଠପଢ଼ା ନାମକୁ ମାତ୍ର: ବାଦ୍‌ ପଡୁଛନ୍ତି ୬୦ ପ୍ରତିଶତ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୯।୭-ମହାମାରୀ କରୋନା ପ୍ରଭାବରେ ଚଳିତବର୍ଷ ଶିକ୍ଷାଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ବାଲେଶ୍ୱର ଜିଲାର ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟାଳୟକୁ ଯିବାକୁ ଅନୁମତି ନାହିଁ। ୪ମାସ ହେଲା ପିଲାମାନେ ଘରେ ରହିଛନ୍ତି। ଏଭଳି ସ୍ଥିତିରେ ଅନଲାଇନ୍‌ ପାଠପଢ଼ା ବିକଳ୍ପ ସାଜିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଓଡ଼ିଶା ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଦିନ ଅନଲାଇନ୍‌ରେ ଶିକ୍ଷାସଂଯୋଗ କାର୍ଯ୍ୟକ୍ରମ, ମାଇକ୍ରୋଶପ୍‌ ପିନ୍‌ସ ଆପ୍‌ ଅଫ୍‌ ଭର୍ଚୁଆଲ କ୍ଲାସ୍‌ରୁମ୍‌, ବିଦ୍ୟାଦାନ (ମଧୁ ଓ ଦୀକ୍ଷା) ଆପ୍‌ ଏବଂ ଏଜୁକେଶନାଲ ଥ୍ରୋ ସାଟେ୍‌ଲାଇଟ୍‌ (ଏଡୁସେଟ୍‌) ମାଧ୍ୟମରେ ପାଠପଢ଼ା ଚାଲିଛି। ଏସବୁ କାର୍ଯ୍ୟକ୍ରମରେ ଜିଲାର ମୋଟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୦ପ୍ରତିଶତ ଏହାକୁ ଗ୍ରହଣ କରିଥିବା ବେଳେ ୬୦ପ୍ରତିଶତ ଏଥିରୁ ବଞ୍ଚତ୍ତ ରହିଛନ୍ତି। ଛାତ୍ରୀଛାତ୍ର ମୋବାଇଲ୍‌ରେ ଅଧିକ ସମୟ ବିତାଉଥିବାରୁ ଏହାର କୁପ୍ରଭାବ ପଡିବାର ଆଶଙ୍କା ଥିବାରୁ ଅଭିଭାବକମାନେ ଚିନ୍ତାପ୍ରକଟ କରିଛନ୍ତି।
ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଲେଶ୍ୱର ଏବଂ ଭଦ୍ରକ ଜିଲାର ମୋଟ ୯୪ ମହାବିଦ୍ୟାଳୟର ୨୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅନଲାଇନ୍‌ରେ ପାଠ୍ୟକ୍ରମକୁ ଆପଣାଇ ନେଇଛନ୍ତି। ଜିଲାର ସରକାରୀ ଉଚ୍ଚବିଦ୍ୟାଳୟ ୨୫୦, ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ୨୩୪ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ୧୧ ମୋଟ ୪୯୫ଟି ଉଚ୍ଚବିଦ୍ୟାଳୟର ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଛନ୍ତି। ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨୫ ପ୍ରାଥମିକ ବିଦ୍ୟାଳୟର ୨ଲକ୍ଷ ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରହିଛନ୍ତି। ମୋଟ ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୩୮ରୁ ୪୦ପ୍ରତିଶତ ଏହି ଅନଲାଇନ୍‌ ପାଠ ପଢ଼ିବାରେ ସୁଯୋଗ ପାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।
୬୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ନିକଟରେ ଡିଜିଟାଲ ଇକ୍ୟୁପ୍‌ମେଣ୍ଟ (ସ୍ମାର୍ଟଫୋନ୍‌, କମ୍ପ୍ୟୁଟର, ଟିଭି) ଅଭାବ ସହ ଇଣ୍ଟରନେଟ୍‌ ଉପଲବ୍ଧ ନ ଥିବା ଏବଂ ଆବଶ୍ୟକ ଡାଟା ପାଇବା ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଦ୍ୱାରା ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅଡିଓ, ଭିଡିଓ, ପ୍ରଶ୍ନପତ୍ର ଓ ଉତ୍ତର ଫଟୋକୁ ହ୍ବାଟ୍‌ସଆପ୍‌, ୟୁଟ୍ୟୁବ୍‌ ମାଧ୍ୟମରେ ୪ଘଣ୍ଟା ପଢ଼ାଯାଉଥିବା ବେଳେ ୯ମ, ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଇକ୍ରୋସପ୍‌ ପିନ୍‌ସ ଆପ୍‌ ଅଫ୍‌ ଭର୍ଚୁଆଲ କ୍ଲାସରୁମ୍‌ ଓ ବିଦ୍ୟାଦାନ କାର୍ଯ୍ୟକ୍ରମରେ ୫ ଘଣ୍ଟା ପଢ଼ାଯାଉଛି। ପ୍ରତି ସେସନ୍‌ ୪୦ରୁ ୪୫ମିନିଟ୍‌ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଏଥିପାଇଁ ଶିକ୍ଷା ବିଭାଗର ଜିଲା ଅଧିକାରୀ ଏକ ରିସର୍ଚ୍ଚ ଟିମ୍‌ ଗଠନ କରି ତତ୍ତ୍ୱାବଧାନ କରୁଥିବାର ଜଣାପଡ଼ିଛି। ଅଳ୍ପ ବୟସର ପିଲାମାନେ ଅଧିକ ସମୟ ମୋବାଇଲ୍‌କୁ ଚାହଁିଲେ ସେମାନଙ୍କ ଆଖି ପ୍ରଭାବିତ ହୋଇ ଦୃଷ୍ଟିଶକ୍ତି କମିବାର ଆଶଙ୍କା ରହିଛି। ଆଖିକୁ କମ୍‌ ଦେଖାଯିବା, ଲୁହ ବୋହିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯିବାର ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ୟ ଛାତ୍ରୀଛାତ୍ରମାନେ ସୁଯୋଗ ପାଇ ଆବଶ୍ୟକଠାରୁ ଅଧିକ ସମୟ ମୋବାଇଲ୍‌, କମ୍ପ୍ୟୁଟର, ଟିଭି ବ୍ୟବହାର କରୁଥିବାରୁ ଏହାର କୁପ୍ରଭାବ ପଡିବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ଓଷ୍ଟା ବାଲେଶ୍ୱର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର କହନ୍ତି, ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରଭାବିତ କରିଛି। ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା କେତେଜଣ ଛାତ୍ରୀଛାତ୍ର ପାଠପଢ଼ାର ସୁଯୋଗ ପାଉଥିଲା ବେଳେ ଅନେକେ ପାଉନାହାନ୍ତି। ସେମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନ ଥିବାରୁ ଅନେକ ଗରିବ ମେଧାବୀ ଛାତ୍ରୀଛାତ୍ର ଅନଲାଇନ୍‌ ଶିକ୍ଷାରୁ ବାଦ୍‌ ପଡୁଛନ୍ତି। ଆଗାମୀ ଦିନରେ ଯଦି ସ୍କୁଲ କଲେଜ ନ ଖୋଲେ ପାଠପଢ଼ା ଦିଗରେ ଅଧିକ ବିକଳ୍ପ ବ୍ୟବସ୍ଥା ଆବଶ୍ୟକତା ରହିଛି। ସ୍ମାର୍ଟ ଫୋନ୍‌ ଦ୍ୱାରା ଛାତ୍ରୀଛାତ୍ର କିପରି ପାଠ ପଢ଼ିବେ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗେ ସଚେତନ କରାଯିବା ଉଚିତ ବୋଲି କହିଛନ୍ତି। ଶିକ୍ଷୟିତ୍ରୀ ମଧୁଶ୍ରୀ ଦାସ କହନ୍ତି, କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥା ସ୍ବାଗତଯୋଗ୍ୟ। ପିଲାମାନେ ସବୁ ସ୍ଥାନରେ ଓ ସବୁ ସମୟରେ ଅନ୍‌ଲାଇନ୍‌ରେ ପଢ଼ି ପାରିବେ। ଏହାଦ୍ୱାରା ପିଲାମାନଙ୍କର ବାହାରକୁ ଯିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସମୟରେ ଏହା ଅତ୍ୟନ୍ତ ଆବଶ୍ୟକ। ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ପିଲାମାନଙ୍କର ଡିଜିଟାଲ ସ୍କିଲ୍‌ର ଉନ୍ନତି ହୋଇପାରୁଛି। ଛାତ୍ରୀଛାତ୍ର ଶୃଙ୍ଖଳିତ ଓ ଦାୟିତ୍ୱସମ୍ପନ୍ନ ହୋଇପାରୁଛନ୍ତି। ଗାଁ, ଗହଳିର ପିଲାମାନଙ୍କ ପାଇଁ ଅନଲାଇନ୍‌ ପଢ଼ା ସମ୍ଭବପର ହୋଇପାରୁନାହଁି। ବର୍ତ୍ତମାନର ଆର୍ଥିକ ସ୍ଥିତି ଦେଖି ସବୁ ମା’ବାପାଙ୍କ ପକ୍ଷରେ ସ୍ମାର୍ଟଫୋନ୍‌ କିଣିବା ସମ୍ଭବପର ନୁହେଁ।
ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଜିଲା ସଂଯୋଜକ କୃଷ୍ଣମୋହନ ସିଂହ କହନ୍ତି, ଡିଜିଟାଲ ଇକ୍ୟୁପ୍‌ମେଣ୍ଟ ଅଭାବ କାରଣରୁ ବହୁ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଚଳିତମାସ ସର୍ଭେ ରିପୋର୍ଟ ଅନୁସାରେ ଜିଲାରେ ୪୦ରୁ ୪୫ପ୍ରତିଶତ ଛାତ୍ରୀଛାତ୍ର ଅନଲାଇନ୍‌ ପାଠପଢ଼ା କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଏ ସମ୍ପର୍କରେ ସରକାର ଓ ବିଭାଗୀୟ ଅଧିକାରୀ ବାରମ୍ବାର ଆଲୋଚନା ଜାରି ରଖି ନୂତନ ପାଠ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri