ଅନ୍‌ଲାଇନ୍‌ ପାଠପଢ଼ା ନାମକୁ ମାତ୍ର: ବାଦ୍‌ ପଡୁଛନ୍ତି ୬୦ ପ୍ରତିଶତ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୯।୭-ମହାମାରୀ କରୋନା ପ୍ରଭାବରେ ଚଳିତବର୍ଷ ଶିକ୍ଷାଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ବାଲେଶ୍ୱର ଜିଲାର ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟାଳୟକୁ ଯିବାକୁ ଅନୁମତି ନାହିଁ। ୪ମାସ ହେଲା ପିଲାମାନେ ଘରେ ରହିଛନ୍ତି। ଏଭଳି ସ୍ଥିତିରେ ଅନଲାଇନ୍‌ ପାଠପଢ଼ା ବିକଳ୍ପ ସାଜିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଓଡ଼ିଶା ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଦିନ ଅନଲାଇନ୍‌ରେ ଶିକ୍ଷାସଂଯୋଗ କାର୍ଯ୍ୟକ୍ରମ, ମାଇକ୍ରୋଶପ୍‌ ପିନ୍‌ସ ଆପ୍‌ ଅଫ୍‌ ଭର୍ଚୁଆଲ କ୍ଲାସ୍‌ରୁମ୍‌, ବିଦ୍ୟାଦାନ (ମଧୁ ଓ ଦୀକ୍ଷା) ଆପ୍‌ ଏବଂ ଏଜୁକେଶନାଲ ଥ୍ରୋ ସାଟେ୍‌ଲାଇଟ୍‌ (ଏଡୁସେଟ୍‌) ମାଧ୍ୟମରେ ପାଠପଢ଼ା ଚାଲିଛି। ଏସବୁ କାର୍ଯ୍ୟକ୍ରମରେ ଜିଲାର ମୋଟ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୦ପ୍ରତିଶତ ଏହାକୁ ଗ୍ରହଣ କରିଥିବା ବେଳେ ୬୦ପ୍ରତିଶତ ଏଥିରୁ ବଞ୍ଚତ୍ତ ରହିଛନ୍ତି। ଛାତ୍ରୀଛାତ୍ର ମୋବାଇଲ୍‌ରେ ଅଧିକ ସମୟ ବିତାଉଥିବାରୁ ଏହାର କୁପ୍ରଭାବ ପଡିବାର ଆଶଙ୍କା ଥିବାରୁ ଅଭିଭାବକମାନେ ଚିନ୍ତାପ୍ରକଟ କରିଛନ୍ତି।
ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଲେଶ୍ୱର ଏବଂ ଭଦ୍ରକ ଜିଲାର ମୋଟ ୯୪ ମହାବିଦ୍ୟାଳୟର ୨୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅନଲାଇନ୍‌ରେ ପାଠ୍ୟକ୍ରମକୁ ଆପଣାଇ ନେଇଛନ୍ତି। ଜିଲାର ସରକାରୀ ଉଚ୍ଚବିଦ୍ୟାଳୟ ୨୫୦, ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ୨୩୪ ଓ ଅଣଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ୧୧ ମୋଟ ୪୯୫ଟି ଉଚ୍ଚବିଦ୍ୟାଳୟର ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଛନ୍ତି। ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨୫ ପ୍ରାଥମିକ ବିଦ୍ୟାଳୟର ୨ଲକ୍ଷ ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରହିଛନ୍ତି। ମୋଟ ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୩୮ରୁ ୪୦ପ୍ରତିଶତ ଏହି ଅନଲାଇନ୍‌ ପାଠ ପଢ଼ିବାରେ ସୁଯୋଗ ପାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି।
୬୦ ପ୍ରତିଶତ ଛାତ୍ରୀଛାତ୍ରଙ୍କ ନିକଟରେ ଡିଜିଟାଲ ଇକ୍ୟୁପ୍‌ମେଣ୍ଟ (ସ୍ମାର୍ଟଫୋନ୍‌, କମ୍ପ୍ୟୁଟର, ଟିଭି) ଅଭାବ ସହ ଇଣ୍ଟରନେଟ୍‌ ଉପଲବ୍ଧ ନ ଥିବା ଏବଂ ଆବଶ୍ୟକ ଡାଟା ପାଇବା ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ଦ୍ୱାରା ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅଡିଓ, ଭିଡିଓ, ପ୍ରଶ୍ନପତ୍ର ଓ ଉତ୍ତର ଫଟୋକୁ ହ୍ବାଟ୍‌ସଆପ୍‌, ୟୁଟ୍ୟୁବ୍‌ ମାଧ୍ୟମରେ ୪ଘଣ୍ଟା ପଢ଼ାଯାଉଥିବା ବେଳେ ୯ମ, ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଇକ୍ରୋସପ୍‌ ପିନ୍‌ସ ଆପ୍‌ ଅଫ୍‌ ଭର୍ଚୁଆଲ କ୍ଲାସରୁମ୍‌ ଓ ବିଦ୍ୟାଦାନ କାର୍ଯ୍ୟକ୍ରମରେ ୫ ଘଣ୍ଟା ପଢ଼ାଯାଉଛି। ପ୍ରତି ସେସନ୍‌ ୪୦ରୁ ୪୫ମିନିଟ୍‌ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଏଥିପାଇଁ ଶିକ୍ଷା ବିଭାଗର ଜିଲା ଅଧିକାରୀ ଏକ ରିସର୍ଚ୍ଚ ଟିମ୍‌ ଗଠନ କରି ତତ୍ତ୍ୱାବଧାନ କରୁଥିବାର ଜଣାପଡ଼ିଛି। ଅଳ୍ପ ବୟସର ପିଲାମାନେ ଅଧିକ ସମୟ ମୋବାଇଲ୍‌କୁ ଚାହଁିଲେ ସେମାନଙ୍କ ଆଖି ପ୍ରଭାବିତ ହୋଇ ଦୃଷ୍ଟିଶକ୍ତି କମିବାର ଆଶଙ୍କା ରହିଛି। ଆଖିକୁ କମ୍‌ ଦେଖାଯିବା, ଲୁହ ବୋହିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯିବାର ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ୟ ଛାତ୍ରୀଛାତ୍ରମାନେ ସୁଯୋଗ ପାଇ ଆବଶ୍ୟକଠାରୁ ଅଧିକ ସମୟ ମୋବାଇଲ୍‌, କମ୍ପ୍ୟୁଟର, ଟିଭି ବ୍ୟବହାର କରୁଥିବାରୁ ଏହାର କୁପ୍ରଭାବ ପଡିବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ଓଷ୍ଟା ବାଲେଶ୍ୱର ଜିଲା ସଭାପତି ବାଦଲ ଚନ୍ଦ୍ର ପାତ୍ର କହନ୍ତି, ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରଭାବିତ କରିଛି। ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା କେତେଜଣ ଛାତ୍ରୀଛାତ୍ର ପାଠପଢ଼ାର ସୁଯୋଗ ପାଉଥିଲା ବେଳେ ଅନେକେ ପାଉନାହାନ୍ତି। ସେମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନ ଥିବାରୁ ଅନେକ ଗରିବ ମେଧାବୀ ଛାତ୍ରୀଛାତ୍ର ଅନଲାଇନ୍‌ ଶିକ୍ଷାରୁ ବାଦ୍‌ ପଡୁଛନ୍ତି। ଆଗାମୀ ଦିନରେ ଯଦି ସ୍କୁଲ କଲେଜ ନ ଖୋଲେ ପାଠପଢ଼ା ଦିଗରେ ଅଧିକ ବିକଳ୍ପ ବ୍ୟବସ୍ଥା ଆବଶ୍ୟକତା ରହିଛି। ସ୍ମାର୍ଟ ଫୋନ୍‌ ଦ୍ୱାରା ଛାତ୍ରୀଛାତ୍ର କିପରି ପାଠ ପଢ଼ିବେ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗେ ସଚେତନ କରାଯିବା ଉଚିତ ବୋଲି କହିଛନ୍ତି। ଶିକ୍ଷୟିତ୍ରୀ ମଧୁଶ୍ରୀ ଦାସ କହନ୍ତି, କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥା ସ୍ବାଗତଯୋଗ୍ୟ। ପିଲାମାନେ ସବୁ ସ୍ଥାନରେ ଓ ସବୁ ସମୟରେ ଅନ୍‌ଲାଇନ୍‌ରେ ପଢ଼ି ପାରିବେ। ଏହାଦ୍ୱାରା ପିଲାମାନଙ୍କର ବାହାରକୁ ଯିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସମୟରେ ଏହା ଅତ୍ୟନ୍ତ ଆବଶ୍ୟକ। ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ପିଲାମାନଙ୍କର ଡିଜିଟାଲ ସ୍କିଲ୍‌ର ଉନ୍ନତି ହୋଇପାରୁଛି। ଛାତ୍ରୀଛାତ୍ର ଶୃଙ୍ଖଳିତ ଓ ଦାୟିତ୍ୱସମ୍ପନ୍ନ ହୋଇପାରୁଛନ୍ତି। ଗାଁ, ଗହଳିର ପିଲାମାନଙ୍କ ପାଇଁ ଅନଲାଇନ୍‌ ପଢ଼ା ସମ୍ଭବପର ହୋଇପାରୁନାହଁି। ବର୍ତ୍ତମାନର ଆର୍ଥିକ ସ୍ଥିତି ଦେଖି ସବୁ ମା’ବାପାଙ୍କ ପକ୍ଷରେ ସ୍ମାର୍ଟଫୋନ୍‌ କିଣିବା ସମ୍ଭବପର ନୁହେଁ।
ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଜିଲା ସଂଯୋଜକ କୃଷ୍ଣମୋହନ ସିଂହ କହନ୍ତି, ଡିଜିଟାଲ ଇକ୍ୟୁପ୍‌ମେଣ୍ଟ ଅଭାବ କାରଣରୁ ବହୁ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଚଳିତମାସ ସର୍ଭେ ରିପୋର୍ଟ ଅନୁସାରେ ଜିଲାରେ ୪୦ରୁ ୪୫ପ୍ରତିଶତ ଛାତ୍ରୀଛାତ୍ର ଅନଲାଇନ୍‌ ପାଠପଢ଼ା କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଏ ସମ୍ପର୍କରେ ସରକାର ଓ ବିଭାଗୀୟ ଅଧିକାରୀ ବାରମ୍ବାର ଆଲୋଚନା ଜାରି ରଖି ନୂତନ ପାଠ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି, ଆଉ ତା’ପରେ…

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ଚାଲୁଥିବା ବେଳେ ହଠାତ୍‌ ଜଳିଉଠିଲା ସ୍କୁଟି। ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ। ସୋମବାର ନବରଙ୍ଗପୁର-କୋଷାଗୁମୁଡା ରାସ୍ତାରେ ଥିବା ଡଲଫିନ ରିସର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି।…

କ୍ରିଷ୍ଣ ମୋହନଙ୍କୁ ମିଳିଲା ଗୁରୁଦାୟିତ୍ୱ: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଆତ୍ମସାତ ଅଭିଯୋଗ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଅନିଲ ମିଶ୍ରା…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

ଡେପୁଟେଶନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବାକୁ ବିଇଓଙ୍କୁ ଦାବି

ଗଞ୍ଜାମ, ୬।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦାମ ନାୟକଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri