ରଥ ନିର୍ମାଣ ପ୍ରସ୍ତୁତି ଜୋରଦାର

ପାରଳାଖେମୁଣ୍ଡି,୨୯।୫(ଡି.ଏନ୍‌.ଏ.): ରଥ ଯାତ୍ରା ଲାଗି ତିନି ରଥ ପ୍ରସ୍ତୁତି ଜୋରଦାର କରାଯାଇଛି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରସିଦ୍ଧ ରଥଯାତ୍ରା କୋଭିଡ କଟକଣା ଲାଗି ୨ବର୍ଷ ବନ୍ଦ ଥିବା ବେଳେ ଚଳିତ ବର୍ଷ ପାରମ୍ପାରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ ହେବାକୁ ଯାଉଛି। ଜୁଲାଇ ୧ ରେ ହେବାକୁ ଥିବା ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ଅଣ୍ଟାଭିଡି ପ୍ରସ୍ତୁତି ବୈଠକରେ ନିର୍ଣ୍ଣୟ କରିଛି। ସେହିପରି ରଥ ନିର୍ମାଣକାରୀ ଦଳ ତଥା ମହାରଣାମାନେ ନିଜ ନିଜ କାର୍ଯ୍ୟ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି। ସେପଟେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଲାଗି ଫାଉଣ୍ଡେଶନ କାମ ମଧ୍ୟ ପ୍ରାୟ ସମାପନ ଅବସ୍ଥାରେ। ଏଭଳି ସ୍ଥଳେ ଜଗନ୍ନାଥ ଭକ୍ତମାନେ ଚଳିତ ବର୍ଷ ରଥଯାତ୍ରାକୁ ବହୁ ଆଡମ୍ବର ସକାରେ ପାଳିବା ପାଇଁ ପ୍ରସ୍ତୁତ ହୋଇଥିବାର ଜଣାପଡିଛି । ୩ ରଥର କାଠ ଗୁଡିକୁ ବାହାର କରାଯାଇ ଚକ ଅଖକୁ ପରଖା ଯାଉଥିବା ବେଳେ ଆବଶ୍ୟକ ହେଉଥିବା ନୂତନ କାଠ ଲାଗି ସଂଗ୍ରହ କରାଯାଉଛି । ଏଥିଲାଗି ରାଜଦାଣ୍ଡରେ ଦେଖଣାହାରିଙ୍କ ଭିଡ ଜମୁଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?