କବିସୂର୍ଯ୍ୟଙ୍କ ଶ୍ରାଦ୍ଧତ୍ସୋବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର) ଓଡ଼ିଆ ସାହିତ୍ୟାକାଶର ଉଜ୍ଜଳତମ ନକ୍ଷତ୍ର କବିସୂର୍ଯ୍ୟ ବଳଦେବ ରଥ ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିରେ ମୃତ୍ୟୁବରଣ କରିଥିଲେ। ପବିତ୍ର ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ଼ ଗ୍ରାମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦର ମିଳିତ ଆନୁକୁଲ୍ୟରେ ସୋମବାର ତାଙ୍କ ଶ୍ରାଦ୍ଧତ୍ସୋବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆୟୋଜିତ ହେବାକୁ ଥିବା ଆଲୋଚନା ସଭା ଏବଂ କବିତା ପାଠୋତ୍ସବରେ ବହୁ ସାହିତ୍ୟକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବେ ବୋଲି ସ୍ମୃତି ପରିଷଦର କାର୍ଯ୍ୟକର୍ତ୍ତା ଜଣାଇଛନ୍ତି।

Share