କର୍ଲାମୁଣ୍ଡା,୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସଭା ଗୃହଠାରେ ଶନିବାର ଚଳିତ ବର୍ଷ ଖରିଫ ଋତୁରେ ହେବାକୁ ଥିବା ଧାନମଣ୍ଡି ବିଷୟରେ ଏକ ପ୍ରସ୍ତୁତି ବୈଠକ ସମବାୟ ସମିତିର ସଭାପତି ଦେବରାଜ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରପଞ୍ଚ ସୁବାସ ସାହୁ, ବୋରପଦର ରାଜସ୍ବ ନିରୀକ୍ଷକ ଶୁଭ ଚିନ୍ତକ ନାଏକ, ଜୋରାଡ଼ବରା ରାଜସ୍ବ ନିରୀକ୍ଷକ ଗୌରହରି ମହଲା, ବରିଷ୍ଠ ଚାଷୀ ନୀଳାମ୍ବର ବେହେରା, ଚାଷୀ ପ୍ରତିନିଧି ଅବନୀ ପ୍ରସାଦ ସାହୁ, ଟିକୁନୁ ସାହୁ, ଧ୍ରୁବ ସାହୁ, ସମବାୟ ସମିତିର ଉପ ସଭାନେତ୍ରୀ ସଜନା ବତୀ ସାହୁ, ସମ୍ପାଦକ ସୁମନ୍ତ ସାହୁ ଏକତରାର ମା’ ଲଙ୍କେଶ୍ବରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ଚାଷୀ ଭଉଣୀଭାଇ ଉପସ୍ଥିତ ରହି ମଣ୍ଡି ସୁପରିଚାଳନା ଉପରେ ଆଲୋଚନା କରିଥିଲେ। ଏଥିରେ ଚାଷୀମାନଙ୍କୁ ନେଇ ସମବାୟସ୍ତରୀୟ ଧାନକ୍ରୟ କମିଟି ଗଠନ କରାଯାଇଥିଲା।