ବଢ଼ିଲା ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର  ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପ୍ରିମିୟମକୁ ବଢ଼ାଇ ଦେଇଥିବା ନେଇ ସୂଚନା ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରିମୟମ ଦିନ ପିଛା ୧.୨୫ ଟଙ୍କାକୁ ବୃଦ୍ଧି ପାଇ ଏହା ବାର୍ଷିକ ୩୩୦ରୁ ୪୩୬ ଟଙ୍କାରେ ପହଞ୍ଚିଛି। ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପ୍ରିମିୟମକୁ ବାର୍ଷିକ ୧୨ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ନୂଆ ପ୍ରିମୟମ ଦର ୨୦୨୨ ଜୁନ୍‌ ୧ଠାରୁ ଲାଗୁ ହେବ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପ୍ରିମିୟମ ଦରରେ ଯଥାକ୍ରମେ ୩୨ ଏବଂ ୬୭ ପ୍ରତିଶତ ବୃଦ୍ଧି କରାଯାଇଛି।

Share