ରୋଗଣା ମା’ଙ୍କୁ ନଦୀକୂଳରେ ଛାଡ଼ିଲେ ପୁଅ

ସୋନପୁର,୧୯।୮(ନି.ପ୍ର.):ସମାଜରୁ କୁସଂସ୍କାର ଏବେ ବି ଦୂର ହୋଇନି। ରୋଗ ଭଲ ନ ହେଲେ ଗ୍ରାମାଞ୍ଚଳରେ ଜାତିଭାଇଙ୍କ ସାମାଜିକ ବାସନ୍ଦର ଭୟ ରହୁଛି। ଏଭଳି ବାସନ୍ଦ ଭୟରେ ଜଣେ ରୋଗଣା ବୃଦ୍ଧାଙ୍କୁ ମହାନଦୀ କୂଳ ଶ୍ମଶାନରେ ଏକୁଟିଆ ରହିବାକୁ ପଡ଼ିଥିଲା। ଘଟଣାଟି ପ୍ରଚାରିତ ହେବା ପରେ ସମ୍ପୃକ୍ତା ମହିଳାଙ୍କୁ ଏବେ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମହଦା ଗ୍ରାମର ସ୍ବର୍ଗତ ରାମ ସାହୁଙ୍କ ସ୍ତ୍ରୀ ଚଞ୍ଚଳା(୫୫)। ଚଞ୍ଚଳାଙ୍କର ଗୋଟିଏ ଝିଅ ଓ ପୁଅ। ମଧୁମେହ ରୋଗ କାରଣରୁ ଗତ ୪ବର୍ଷ ହେବ ଚଞ୍ଚଳାଙ୍କ ଦେହ ଭଲ ରହୁନି। ଅର୍ଥାଭାବ ଯୋଗୁ ଠିକ୍‌ ଭାବେ ଚିକିତ୍ସିତ ହୋଇ ପାରୁ ନ ଥିଲେ। ଏଭଳି ସମୟରେ ତାଙ୍କ ବାମଗୋଡ଼ରେ ୩ମାସ ତଳେ ଘା ହୋଇଥିଲା। ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇ ଔଷଧ ଦେଇଥିଲେ। ତେବେ ମଧୁମେହ ନିୟନ୍ତ୍ରଣରେ ରହୁ ନ ଥିବାରୁ ଚଞ୍ଚଳାଙ୍କ ଘା ଶୁଖି ନ ଥିଲା। କିଛିଦିନ ହେବ ଗୋଡ଼ରେ ପୋକ ହୋଇଯାଇଥିଲା। ଜାତି ସମାଜର ଲୋକେ ନାକ ଟେକିଲେ। ବୈଠକ କରି ସମାଜରୁ ବାସନ୍ଦ କରିବାକୁ ଧମକ ଦେଲେ। ରୋଗ ଭଲ ହେଉ ନ ଥିବାରୁ ଚଞ୍ଚଳା ନିଷ୍ପତ୍ତି ନେଲେ ସେ ଗାଁଠୁ ଦୂରରେ ରହିବେ। ବୁଧବାର ପୂର୍ବାହ୍ନରେ ପୁଅ ବଶିଷ୍ଟ(୧୮)ଘରଠାରୁ ୨କିଲୋମିଟର ଦୂର ମହାନଦୀ କୂଳରେ ପଲିଥିନ ଢାଙ୍କି ଏକ ଅସ୍ଥାୟୀ ଛାଉଣି ତିଆରି କଲେ। ଗ୍ରାମର କେତେକ ଲୋକଙ୍କ ସହାୟତାରେ ମା’ଙ୍କୁ ଖଟିଆରେ ନେଇ ସେଠାରେ ରଖିଲେ। ମହାନଦୀରେ ବନ୍ୟା ଆସିଥିବା ବେଳେ କୂଳରେ ନିଛାଟିଆ ସ୍ଥାନରେ ତାଙ୍କୁ ରଖାଯାଇଥିଲା। ଗାଁର କେତେକ ଲୋକ ଏହା ଜାଣିପାରି ବିନିକା ବିଡିଓ ହେମସାଗର ଭୋଇ ଓ ମହଦା ସରପଞ୍ଚ ଆନନ୍ଦିନୀ ଶତପଥୀଙ୍କୁ ଜଣାଇଥିଲେ। ବିଡିଓ ଓ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଚଞ୍ଚଳାଙ୍କୁ ରାତିରେ ନଦୀକୂଳରୁ ମହଦା ଅଣାଯାଇଥିଲା। ରାତି ୧୨ଟାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଚଞ୍ଚଳାଙ୍କ କହିବାନୁସାରେ ରୋଗ ଭଲ ହେଉନି, ଡାକ୍ତର କହୁଛନ୍ତି ତୁମର କିଡ୍‌ନୀ ଖରାପ ହୋଇଯାଇଛି। ଅନ୍ୟ କିଛି ରୋଗ ମଧ୍ୟ ଅଛି। ଆମେ ଗରିବ ଲୋକ, ଟଙ୍କା କେଉଁଠୁ ପାଇବୁ ଚିକିତ୍ସାପାଇଁ। ତେଣୁ ପୁଅକୁ ସମାଜରୁ ବାସନ୍ଦ କରାଯିବା ଭୟରେ ଗାଁଠୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଥିଲି। ବିଡିଓ ଭୋଇ କୁହନ୍ତି, ଏହା ଦୁର୍ଭାଗ୍ୟଜନକ ଘଟଣା। ବର୍ତ୍ତମାନ ସମାଜରେ ଏପରି ହେବା କଥା ନୁହେଁ। ଜଣେ ବିଧବା ବୃଦ୍ଧାଙ୍କୁ ନଦୀକୂଳ ଶ୍ମଶାନ ଘାଟରେ ଏକୁଟିଆ ଛାଡିଦେବା ନିନ୍ଦନୀୟ। ସୂଚନା ପାଇବା ପରେ ସରପଞ୍ଚଙ୍କୁ କହି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଛୁ। ସରକାରୀ ସହାୟତା ଯାହା ଯୋଗାଇ ହେବ ତାହା ନିଶ୍ଚିତ କରିବୁ। ସରପଞ୍ଚ ଆନନ୍ଦିନୀ ଶତପଥୀଙ୍କୁ ପଚାରିବାରୁ ଆମେ ଘଟଣା ସମ୍ପର୍କରେ ଜାଣି ନ ଥିଲୁ। ଜାଣିବା ପରେ ସହାୟତା ପୂର୍ବକ କିଛି ଅର୍ଥ ରାଶି ପ୍ରଦାନ କରି ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଛୁ। ଗାଁରେ ମହିଳାଙ୍କୁ ରହିବା ପାଇଁ କେହି ମନା କରିନାହାନ୍ତି। ଜାତି ଭାଇଙ୍କ ବାସନ୍ଦ ଭୟରେ ସେ ନଦୀକୂଳରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ସମସ୍ତଙ୍କୁ ବୁଝାଇବା ସହ ସଚେତନ କରିବୁ ବୋଲି ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri