ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍‌.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଦୁଃଖ କମିନାହିଁ। କେଉଁଠି ରାସ୍ତା ଥାଇ ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚତ୍ପାରୁ ନାହିଁ ତ କେଉଁଠି ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ସୁବିଧା ମିଳୁନାହିଁ। ଫଳରେ ପ୍ରସୂତିଙ୍କୁ କେଉଁଠି ଖଟିଆରେ, କେଉଁଠି ଭାରରେ ବୁହାହୋଇ ଡାକ୍ତରଖାନା ଯିବାର ଦୃଶ୍ୟ ଜିଲାରେ ଦେଖିବାକୁ ମିଳୁଛି। ସେଭଳି ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଦୀର୍ଘ ୮ କି.ମି. ପାହାଡ଼ିଆ ଘାଟିରାସ୍ତାରେ ଚାଲି ଚାଲି ଆସି ଡାକ୍ତରଖାନାରେ ସୋମବାର ପହଞ୍ଚତ୍ଛନ୍ତି। ଏହା ଯେତିକି ହୃଦୟ ବିଦାରକ ସେତିକି ଆଶ୍ଚର୍ଯ୍ୟଚକିତ କରିଛି।

ଜିଲାର ଖଇରପୁଟ ବ୍ଲକ ରାସବେଡ଼ା ପଞ୍ଚାୟତ ଅଧୀନ ବଣ୍ଡାଘାଟିର ତାଗାବେଡ଼ା ଗ୍ରାମର ବୁଦା ସିସାଙ୍କ ସ୍ତ୍ରୀ ଶୁକ୍ରି ସିସା ଗର୍ଭବତୀ ଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡ଼ି ସୁବିଧା ନ ପାଇ ଶୁକ୍ରିଙ୍କୁ ତାଗାଡେବା ଗ୍ରାମରୁ ୮ କି.ମି. ପାହାଡ଼ିଆ ଘାଟିରାସ୍ତାରେ ଚାଲିଚାଲି ରାସବେଡ଼ା ପଞ୍ଚାୟତର ପାଲକାଗୁଡ଼ାରେ ପହଞ୍ଚତ୍ଥିଲେ। ସେଠାରେ ପହଞ୍ଚତ୍ବା ପରେ ଆଶାକର୍ମୀ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଶୁକ୍ରିଙ୍କ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ମା’ ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡ଼ିଛି।